Advertisment

ଅପରେସନ ‘ସାଇଲେଣ୍ଟ ଭାଇପର ’; କିପରି ଧରାପଡ଼ିଲା ବାରଙ୍ଗ କିଙ୍ଗ୍ ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ଖୋଳତାଡ଼ କରି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପୁଲିସ୍‌ ପାଇଁ ଥିଲା ଏକ ବହୁତ ବଡ଼ ଚ୍ୟାଲେଞ୍ଜ। ନାଁ ବଦଳାଇ ପୁନେରେ ରହୁଥିବା ବିବନ ବିଶ୍ୱାଳକୁ ଧରିବାକୁ ୩ ମାସ ପୂର୍ବରୁ ଜାଲ ବିଛାଇଥିଲା କମିଶନରେଟ ପୁଲିସ୍‌। ଏଥିନିମନ୍ତେ ଖୋଦ୍ ଟ୍ୱିନ୍ ସିଟି କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା । ବିବନକୁ […]

author-image
Niharika Rout
ଅଦ୍ୟତନ ହୋଇଛି
ଅପରେସନ ‘ସାଇଲେଣ୍ଟ ଭାଇପର ’; କିପରି ଧରାପଡ଼ିଲା ବାରଙ୍ଗ କିଙ୍ଗ୍ ?

RRR-1

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ୨୨ ବର୍ଷ ପରେ ପୁଣି ଥରେ ଖୋଳତାଡ଼ କରି ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ପୁଲିସ୍‌ ପାଇଁ ଥିଲା ଏକ ବହୁତ ବଡ଼ ଚ୍ୟାଲେଞ୍ଜ। ନାଁ ବଦଳାଇ ପୁନେରେ ରହୁଥିବା ବିବନ ବିଶ୍ୱାଳକୁ ଧରିବାକୁ ୩ ମାସ ପୂର୍ବରୁ ଜାଲ ବିଛାଇଥିଲା କମିଶନରେଟ ପୁଲିସ୍‌। ଏଥିନିମନ୍ତେ ଖୋଦ୍ ଟ୍ୱିନ୍ ସିଟି କମିଶନର, କଟକ ଡିସିପିଙ୍କୁ ନେଇ ଏକ ୪ ଜଣିଆ ଟିମ୍ ଗଠନ ହୋଇଥିଲା ।

Advertisment

ବିବନକୁ ଗିରଫ ନେଇ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି,“ ମାମଲାରେ ବିବନ ମୁଖ୍ୟ ଥିଲା, ଅନ୍ୟ ୨ ସହଯୋଗୀ ଥିଲେ। ୩ ମାସ ତଳେ ଚୌଦ୍ୱାର ଜେଲରେ ଥିବା ଦୋଷୀ ଧିରେନ୍ଦ୍ରକୁ ଭେଟିଥିଲି। ତାକୁ ଭେଟିବା ପରେ ବିବନକୁ ଖୋଜି ବାହାର କରିବାକୁ ଚିନ୍ତା କଲୁ। ସହଯୋଗୀମାନେ ବିବନକୁ ବିକେ ନାଁରେ ଡାକୁଥିବା ଜାଣିବାକୁ ପାଇଲୁ। ବିକେର ଫୁଲ୍‌ଫର୍ମ ବାରଙ୍ଗ କିଙ୍ଗ ବୋଲି ଜାଣିବାକୁ ପାଇଲୁ। ”

ଏଥିସହ ସେ କହିଛନ୍ତି “ବଛା ବଛା ଅଫିସରଙ୍କୁ ନେଇ ଅପରେସନ ସାଇଲେଣ୍ଟ ଭାଇପର କଲୁ। ମଝିରେ ଶୁଣିଲୁ ଯେ ବିବନ ତ୍ରିଶୁଳିଆରେ ଆସି କିଛି ଦିନ ରହୁଥିଲା। ବିବନ ପୁଅମାନେ ତାଠାରୁ କେମିତି ପଇସା ପାଉଛନ୍ତି ଖୋଳତାଡ଼ କଲୁ। ପରେ ଜଣାପଡ଼ିଲା ଯେ ନାଁ ବଦଳାଇ ସେ ଆମ୍ବିଭ୍ୟାଲିରେ ଜଳନ୍ଧର ସ୍ୱାଇଁ ନାଁରେ ରହୁଛି।  ସେଠାରେ ସେ ପାଣି ମିସ୍ତ୍ରୀ ଭାବେ ଆତ୍ମଗୋପନ କରି ନକଲି ନାଁ ଜଳନ୍ଧର ସ୍ୱାଇଁ ଦେଇଥିଲା । ଭୋଟର ପରିଚୟ ପତ୍ର, ଆଧାର କାର୍ଡ ସମେତ  ବ୍ୟାଙ୍କ ପାସ୍‌ବୁକ୍ ବି ଜଳନ୍ଧର ନାଁରେ ଥିଲା।”

Advertisment

ଆମ୍ବି ଭ୍ୟାଲିରେ ଥିବା ବିବନ୍ ପରିବାର ଲୋକଙ୍କ ସହ ସମ୍ପର୍କରେ ଥିଲା । ଟଙ୍କା ପଠାଇବାଠୁ ଆରମ୍ଭ କରି କଥାବାର୍ତ୍ତା ଯାଏ ସବୁ ଚାଲିଥିଲା । ଏହାକୁ ଟ୍ରାକ୍ କରି  ବିବନକୁ ଧରିବାକୁ କମିଶନରେଟ ପୁଲିସ୍‌ ତିନି ମାସ ତଳେ ଆରମ୍ଭ କରିଥିଲା ଅପରେସନ୍ ସାଇଲେଣ୍ଟ ବାଇପର୍ । ପୁଣେ ପୁଲିସ୍‌ ଜରିଆରେ ଆମ୍ବି ଭ୍ୟାଲିରେ ବିବନ୍ ଓରଫ୍ ଜଳନ୍ଧର ସମ୍ପର୍କରେ ସବୁ ତଥ୍ୟ ସଂଗ୍ରହ କରାଗଲା ।

ଏହାପରେ ଆମ୍ବି ଭ୍ୟାଲିରୁ ଅଢ଼େଇ କିଲୋମିଟର୍ ଦୂରରେ ରହୁଥବା ଜଳନ୍ଧରକୁ ଧରିବାକୁ ଧରିବାକୁ ଯିବା ବେଳେ ପୁଲିସ୍‌କୁ ଦେଖି ସେ ଦୌଡ଼ିଥିଲା । ଏହାପରେ ତାକୁ କାବୁ କରି ଭୁବନେଶ୍ୱର ଅଣାଯାଇଛି । ମାମଲାର ତଦନ୍ତ ସିବିଆଇ କରୁଥିବାରୁ ଅଭିଯୁକ୍ତକୁ ତଦନ୍ତକାରୀ ସଂସ୍ଥାକୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍ କମିଶନର ଆଜି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ।

ବିବନ ଖସିଯିବା ପଛରେ କିଛି ଲୋକଙ୍କ ହାତ ଥିବା ସନ୍ଦେହ କଲେ ସିପି। କିଛି ଲୋକଙ୍କ ସହଯୋଗ ଥିବ, ନହେଲେ ସେ ଓଡ଼ିଶାରୁ ପଳାଇଲା କେମିତି। ମୁଁ ଆଶା କରିବି ବିବନ ଆଉ ଜେଲରୁ ନ ବାହାରୁ, ସାରାଜୀବନ ରହୁ। ମହିଳାଙ୍କୁ ନ୍ୟାୟ ଦେବାକୁ ଅଧିକ ସତର୍କ ହେବାକୁ ପଡ଼ିବ କହିଲେ ସିପି।