Advertisment

୬୦୦ ବର୍ଷର ବିଶାଳ ପୁରୁଣା ମନ୍ଦିରକୁ ଜଗ୍‌ରେ ଟେକି ତଳେ ଚାଲିଛି ଇଟା ଯୋଡ଼େଇ

ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଳକ ରଥିଜେମା ତିରିଶ ଘର ସାହିରେ ରହିଛି ଗୋପାଳଜିଉ ମନ୍ଦିର। ଏହି ମନ୍ଦିର ନିର୍ମାଣ କାମ ଦେଖିବାକୁ ପ୍ରତିଦିନ ଲୋକମାନଙ୍କ ଭିଡ଼ ଜମୁଛି ।

ଅଦ୍ୟତନ ହୋଇଛି
Temple work

Temple work

Advertisment

ହନୁମାନ ଗନ୍ଧମାର୍ଦ୍ଦନ ପର୍ବତକୁ ଟେକି ଧରିବା ଭଳି ୬୦୦ ବର୍ଷର ବିଶାଳ ପୁରୁଣା ମନ୍ଦିରକୁ ଜଗ୍‌ ଟେକି ଧରିଛି। ତଳେ ଚାଲିଛି ଇଟା ଯୋଡ଼େଇ।

Advertisment

ମନ୍ଦିରକୁ ଭୂ-ଭାଗ ଠାରୁ ୫ ଫୁଟ ଉଚ୍ଚ କରିବାକୁ ଚାଲିଛି ଏଭଳି ନିଆରା ନିର୍ମାଣ। ବର୍ଷା ଦିନେ ମନ୍ଦିର ଗମ୍ଭୀରା ଭିତରେ ପାଣି ଜମିବାରୁ ଠାକୁରଙ୍କ ସିଂହାସନ ବୁଡ଼ି ଯାଉଛି। ପୂଜାପୂଜିରେ ଅସୁବିଧା ଉପୁଜିଥିବାରୁ ମନ୍ଦିରକୁ ରାଜ୍ୟ ବାହାର ନିର୍ମାଣକାରୀ ସଂସ୍ଥା ଜରିଆରେ ଏଭଳି ନିଆର ନିର୍ମାଣ କାମ ଚାଲିଥିବା ଜଣାପଡ଼ିଛି। ଖୋର୍ଦ୍ଧା ଜିଲ୍ଲା ବାଲିଅନ୍ତା ବ୍ଳକ ରଥିଜେମା ତିରିଶ ଘର ସାହିରେ ରହିଛି ଗୋପାଳଜିଉ ମନ୍ଦିର। ଏହି ମନ୍ଦିର ନିର୍ମାଣ କାମ ଦେଖିବାକୁ ପ୍ରତିଦିନ ଲୋକମାନଙ୍କ ଭିଡ଼ ଜମୁଛି ।

ଏହି ମନ୍ଦିରରେ ପୂଜା ପାଉଛନ୍ତି ଗୋପାଳଜିଉ, ନୃସିଂହନାଥ, ଗୋପୀନାଥଙ୍କ ସହିତ ଅନେକ ଶାଳଗ୍ରାମ। ଆଖପାଖ ପାଂଚ ଗୋଟି ମୌଜାର ଲୋକଙ୍କ ଅସ୍ଥା ଏହି ମନ୍ଦିର ସହ ଜଡ଼ିତ।

Advertisment
Templeପୁନଃନିର୍ମାଣ ହେଉଥିବା ମନ୍ଦିର

ମନ୍ଦିର କମିଟି ସଦସ୍ୟ ରବୀନ୍ଦ୍ର ନାଥ ସାହୁ ଓ ଶ୍ରୀଧର ସାହୁ କହିଛନ୍ତି, ରାସ୍ତା ଓ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଚ ହେଉଥିବାରୁ ଗମ୍ଭୀରା ଭିତରେ ବର୍ଷା ଦିନେ ପାଣି ପଶି ଯାଉଛି। ତେଣୁ ଗତ ୨୦ ବର୍ଷ ହେବ ପୂଜାପୂଜି କରିବାରେ ଆସୁବିଧା ବଢ଼ି ଚାଲିଛି। ଏହି ସମସ୍ୟାର ସମାଧାନ ନିମନ୍ତେ ମନ୍ଦିର କମିଟିର ବୈଠକ ବସିଥିଲା। ମନ୍ଦିରକୁ ଭାଙ୍ଗି ପୁନଃ ନିର୍ମାଣ କଲେ ପ୍ରାୟ କୋଟିଏ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଥିଲା। ହେଲେ ଏତେଟଙ୍କା ଯୋଗାଡ଼ କରିବା ସମ୍ଭବ ନ ହେବାରୁ ବିକଳ୍ପ କ’ଣ କରାଯିବ ବୋଲି କମିଟି ଚିନ୍ତାରେ ପଡ଼ିଥିଲା। ଏହି ସମୟରେ ରାସ୍ତା ଠାରୁ ତଳେ ଥିବା ମନ୍ଦିର ଓ ଘରକୁ କୌଣସି କ୍ଷତି ନ ପହଞ୍ଚାଇ ଉଚ୍ଚ କରାଯାଇପାରୁଥିବାର ଖବର କମିଟି ସଦସ୍ୟଙ୍କ ନଜରରେ ପଡ଼ିଥିଲା। ପରେ କମିଟି କଟକ ଯାଇ ଏକ ମନ୍ଦିରକୁ କିପରି ସୁରକ୍ଷିତ ଭାବେ ଜଗରେ ଟେକି ଉଚ୍ଚ କରାଯାଉଛି ତାହା ଦେଖିଥିଲେ। ପରେ ନିର୍ମାଣକାରୀ ସଂସ୍ଥାର ସହଯୋଗ ନେଇ ଏବେ ଗୋପାଳଜୀଉ ମନ୍ଦିରର କାମ ଆରମ୍ଭ କରାଯାଇଛି।

ଏବେ ମନ୍ଦିର ପାୟ ୩ ଫୁଟ ଉଚ୍ଚତାକୁ ଜଗ ଜରିଆରେ ଟେକାଯାଇଛି। ଏହା ତଳେ ଇଟା ଯୋଡ଼ାଇ ଆରମ୍ଭ କରାଯାଇଛି। ଏଥିନିମନ୍ତେ ପ୍ରାୟ ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଜଣାପଡ଼ିଛି।

ହରିଆନାର ଶ୍ରୀରାମ ବିଲଡ଼ିଙ୍ଗ ଲିପ୍ଟିଙ୍ଗ ନାମ ଏହି ସଂସ୍ଥା କାମର ଦାୟିତ୍ୱ ନେଇଛି। ଏହି ସଂସ୍ଥା ଅପ୍ରେଲ ପହିଲାରୁ କାମ ଆରମ୍ଭ କରିଛି। ମାସକ ଭିତରେ କାମ ସାରିବାକୁ ସଂସ୍ଥା ପ୍ରତିଶ୍ରୁତି ଦେଇଛି। ୭ ଜଣ ଶ୍ରମିକ କାମରେ ନିୟୋଜିତ ହୋଇଛନ୍ତି। ମନ୍ଦିରକୁ ଉଠାଇବା ପାଇଁ ୮୦ଟି ଲୁହା ଜଗ୍ ସହିତ କାଠ ଗୋଟକା ଓ ୧୮୦ ଫୁଟ ସି ଆଙ୍ଗେଲ ଲଗାଯାଇଛି। ନିୟୋଜିତ ଶ୍ରମିକ ପାଲଟୁ କୁମାର କହିଛନ୍ତି, ଶତପ୍ରତିଶତ ସୁରକ୍ଷିତ ଗ୍ୟାରେଣ୍ଟି ସହ ଏହି ନିର୍ମାଣ କାମ ହେଉଛି। କାମ ବେଳେ ବା ପରେ ପୁରୁଣା କୋଠା ପୂର୍ବାବତଃ ସୁରକ୍ଷିତ ରହିବ।

ରିପୋର୍ଟ- ପିପିଲିରୁ ଦ୍ଵିତୀକୃଷ୍ଣ ପଟ୍ଟନାୟକ

Temple
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe