Advertisment

ଆଣ୍ଟିବାଇଓଟିକ୍ ଇଂଜେକ୍ସନ ନେବାର ୫ ମିନିଟ୍ ଭିତରେ ଚାଲିଗଲା ରୋଗୀର ଜୀବନ

ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସରକାରୀ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଛି।

ଅଦ୍ୟତନ ହୋଇଛି
antibiotic injection

antibiotic injection

Advertisment

ହାତରେ ଗୋଟିଏ ବଥ ହୋଇଥିଲା। ଡାକ୍ତରଖାନା ଆସିବାରୁ ଡାକ୍ତରଙ୍କ ପରାମର୍ଶ ମୁତାବକ କର୍ମଚାରୀମାନେ ବଥକୁ ସଫା କରି ବ୍ୟାଣ୍ଡେଜ୍ କରିଦେଲେ। ଡାକ୍ତର ଲେଖିଥିବା ପେସ୍କ୍ରିପସନ ଅନୁଯାୟୀ ନର୍ସ ଆଣ୍ଟିବାଇଓଟିକ୍ ଇଞ୍ଜେକସନ୍(Cefatria xonu) ଦେଇଦେଲେ। ଏହି ଇଞ୍ଜେକସନ ନେବାର ମାତ୍ର ୫ ମିନିଟ୍ ଭିତରେ ରୋଗୀ ଛଟପଟ ହୋଇ ମାରିଗଲେ। ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ସରକାରୀ ଡାକ୍ତରଖାନାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ବାଣପୁର ଥାନା କୋଳଥଦିହ ଗାଁ’ର ପାଣ୍ଡବ ନାୟକ। ସେ ଜଣେ ଗ୍ରାମରକ୍ଷୀ। ଏହି ଘଟଣା ପରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

Advertisment

ପାଣ୍ଡବଙ୍କୁ ଡାକ୍ତରଖାନା ନେଇ ଆସିଥିବା ତାଙ୍କ ପତ୍ନୀ ମଞ୍ଜୁ ନାୟକ ଏନେଇ ବାଣପୁର ଥାନାରେ ଏତଲା ଦେଇଛନ୍ତି। ସେ କହିଛନ୍ତି, ହାତରେ ଛୋଟ ଘା’ଟିଏ ହୋଇଥିଲା। ଡାକ୍ତରଙ୍କୁ ଦେଖାଇବା ପରେ ସେଠାରେ ହାତରେ ବ୍ୟାଣ୍ଡେଜ୍ କରାଯାଇଥିଲା। ଡାକ୍ତର ଲେଖିଥିବା ପେସ୍କ୍ରିପସନ୍ ଦେଖି ଡାକ୍ତରଖାନାର ଦିଦିମାନେ ଗୋଟିଏ ଇଞ୍ଜେକସନ୍ ଦେଇଦେଇଥିଲେ। ଏହି ଇଞ୍ଜେକସନ୍ ନେବା ପରେ ତାଙ୍କ ଦେହମୁଣ୍ଡ ଝାଇଁ ମାରି ଯାଇଥିଲା। ପାଟି ଅଠାଅଠା ହୋଇଯାଇଥିଲା। ତଣ୍ଟି ଶୁଖି ଯାଇଥିଲା। ଏମିତି କହୁକହୁ ସାଙ୍ଗେସାଙ୍ଗେ ଜୀବନ ଛାଡ଼ିଗଲା। ଆଖି ଆଗରେ ମାତ୍ର ୫ ମିନିଟ୍ ଭିତରେ ଏମିତି ଘଟଣା ଘଟିଯାଇଥିଲା। ଡାକ୍ତର ଭୁଲ ଚିକିତ୍ସା କରି ସ୍ୱାମୀକୁ ମାରିଦେଲେ ବୋଲି ମଞ୍ଜୁ ଅଭିଯୋଗ କରିଛନ୍ତି।

ଏନେଇ ମେଡିକାଲ ସୁପ୍ରିଟେଣ୍ଡେଣ୍ଟ ରମାକାନ୍ତ ନାୟକ କହିଛନ୍ତି, ପାଣ୍ଡବଙ୍କ ହାତରେ ଏକ ବଥ ହୋଇଥିଲା। ତାହାକୁ ଡାକ୍ତରଖାନାରେ ସଫା କରିବା ପରେ ଆଣ୍ଟିବାଇଓଟିକ୍ ଇଞ୍ଜେକସନ୍ ଦିଆଯାଇଥିଲା। ଯାହା ପରେ ରୋଗୀର ମୃତ୍ୟୁ ହୋଇଯାଇଛି। ତେବେ ରୋଗୀଙ୍କୁ ମୃତ୍ୟୁ ଇଞ୍ଜେକସନ୍ ନେବା ଯୋଗୁ ହୋଇଛି, ନା ଏଥିପାଇଁ ଅନ୍ୟକିଛି କାରଣ ଦାୟୀ ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ। ଏହାଛଡ଼ା ଘଟଣାର ସ୍ୱତନ୍ତ୍ର ତଦନ୍ତ ମଧ୍ୟ କରାଯିବ। ଦିଆଯାଇଥିବା ଇଞ୍ଜେକସନ୍‌ ରିଆକ୍ସନ କରିଥାଏ ପାରେ। କାରଣ କେତେକାଂଶ ସ୍ଥଳେ ଏହି ଇଞ୍ଜେକସନ ନେବା ପରେ ରୋଗୀଙ୍କ ଦେହ କୁଣ୍ଡାଇ ହୋଇଥାଏ। ଇଞ୍ଜେକସନ୍‌ ଦେବା ଆଗରୁ ରୋଗୀଙ୍କ ଦେହରେ ଏହା ରିଆକ୍ସନ କରିବ ନା ନାହିଁ ତାହାର ପରୀକ୍ଷା କରାଯିବା କଥା। ହେଲେ ଏହି ପରୀକ୍ଷା ନ କରି ରୋଗୀଙ୍କୁ ଇଞ୍ଜେକସନ୍ ଦିଆଯାଇଛି। ଦିଆଯାଇଥିବା ଇଞ୍ଜେକସନ୍‌କୁ ଫରେନସିକ୍ ଲ୍ୟାବ୍‌କୁ ପରୀକ୍ଷା ନିମନ୍ତେ ପଠାଯିବ।

Advertisment

ସେପଟେ ବାଣପୁର ଥାନାରେ ଅଭିଯୋଗ ହେବାପରେ ପୁଲିସ ମେଡ଼ିକାଲରେପହଂଚି ତଦନ୍ତ କରୁଛି।

Tension In Hospital Hospital
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe