Advertisment

ସାଙ୍ଗକୁ ମାରି କୂଅରେ ଫିଙ୍ଗି ଦେବା ଘଟଣା; ଅଭିଯୁକ୍ତ ଆଶୀର୍ବାଦକୁ ୨ ଦିନ ରିମାଣ୍ଡରେ ନେଲା ପୁଲିସ

ଆଶୀର୍ବାଦକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ବାଣପୁର ଜେଏମ୍ଏଫ୍‌ସି କୋର୍ଟରେ ଆବେଦନ କରିଥିଲା ପୁଲିସ। କୋର୍ଟ ଆଶୀର୍ବାଦକୁ ୨ଦିନ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଥିଲେ।

ଅଦ୍ୟତନ ହୋଇଛି
asirvad

asirvad

Advertisment

ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ସାଙ୍ଗକୁ ମାରି କୂଅରେ ଫିଙ୍ଗି ଦେବା ଘଟଣାରେ ଅଭିଯୁକ୍ତ ଆଶୀର୍ବାଦ ପ୍ରଧାନଙ୍କୁ ୨ଦିନିଆ ରିମାଣ୍ଡରେ ନେଇଛି ପୁଲିସ।  ଆଶୀର୍ବାଦ ନିଜ ବନ୍ଧୁ ଆଶୁତୋଷଙ୍କୁ ହତ୍ୟା କରି କୂଅରେ ଫିଙ୍ଗି ଦେଇଥିଲା। ପୁଲିସ ଅଧିକ ପଚରାଉଚରା କରିବା ପାଇଁ ଆଶୀର୍ବାଦକୁ ରିମାଣ୍ଡରେ ନେଇଛି।

Advertisment

ଆଶୀର୍ବାଦକୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ବାଣପୁର ଜେଏମ୍ଏଫ୍‌ସି କୋର୍ଟରେ ଆବେଦନ କରିଥିଲା ପୁଲିସ। କୋର୍ଟ ଆଶୀର୍ବାଦକୁ ୨ଦିନ ରିମାଣ୍ଡରେ ନେବାକୁ ପୁଲିସକୁ ଅନୁମତି ଦେଇଥିଲେ।

୨୩ ତାରିଖ ପୂର୍ବାହ୍ନରେ ଆଶୁତୋଷଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଆଶୀର୍ବାଦ । ପରେ ତାଙ୍କୁ କୂଅରେ ଫିଙ୍ଗି ଦେଇଥିଲା। ଗତ ବୁଧବାର ଦିନ ପୁଲିସ ଆଶୀର୍ବାଦକୁ ଗିରଫ କରିଥିଲା। ତେବେ ଆଶୁତୋଷଙ୍କୁ ହତ୍ୟା କରିବା ପରେ ତାଙ୍କ ମୋବାଇଲକୁ ଆଶୀର୍ବାଦ କ‘ଣ କଲା, ପୁଲିସ ତାର ଖୋଳତାଡ଼ କରୁଛି।

Advertisment

ଆଶୀର୍ବାଦ ଏକାଧିକ ଝିଅଙ୍କ ସହ ଶାରିରୀକ ସଂପର୍କ ରଖିଥିଲେ। ଆଶୁତୋଷ ତା’ ମୋବାଇଲରେ ଭିଡିଓ ଉତ୍ତୋଳନ କରି ଆଶୀର୍ବାଦକୁ ବ୍ଲାକମେଲ କରୁଥିଲେ। ବ୍ଲା଼କ୍‌ମେଲ କରି ଆଶୀର୍ବାଦଠାରୁ ପଇସା ନେଉଥିଲେ ଆଶୁତୋଷ। ଏହି ରାଗରେ ଆଶୁତୋଷଙ୍କୁ ସବୁ ଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲେ ଆଶୀର୍ବାଦ।

Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe