Advertisment

୩ ଛୁଆଙ୍କୁ ବିଷ ପିଆଇଦେଲା ମା’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଛୁଆଙ୍କୁ ବିଷ ପିଆଇ ମା’ର କରିଛି ଆତ୍ମହତ୍ୟା ଉଦ୍ୟମ। ଯେଉଁଥିରେ ଦୁଇ କୁନି ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଓ ମାଆ ଗୁରୁତର ଅଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶଳ ବିଞ୍ଝଗିରିରେ। ମହିଳା ଜଣକ ଦିନ ମଜୁରିଆ ଭାବରେ କାମ କରନ୍ତି। ସେ ଆଜି ନିଜର ତିନି ଛୁଆଙ୍କୁ ବିଷ ଦେଇ ମାରିବାକୁ ପ୍ରୟାସ କରିଛନ୍ତି। ୪ ଜଣଙ୍କୁ ଘର ଭିତରେ ମୁମୂର୍ଷୁ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
୩ ଛୁଆଙ୍କୁ ବିଷ ପିଆଇଦେଲା ମା’

suicide

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଛୁଆଙ୍କୁ ବିଷ ପିଆଇ ମା’ର କରିଛି ଆତ୍ମହତ୍ୟା ଉଦ୍ୟମ। ଯେଉଁଥିରେ ଦୁଇ କୁନି ପୁଅଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଅ ଓ ମାଆ ଗୁରୁତର ଅଛନ୍ତି। ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଚନ୍ଦକା ଥାନା ଅନ୍ତର୍ଗତ ମେଣ୍ଢାଶଳ ବିଞ୍ଝଗିରିରେ।

Advertisment

ମହିଳା ଜଣକ ଦିନ ମଜୁରିଆ ଭାବରେ କାମ କରନ୍ତି। ସେ ଆଜି ନିଜର ତିନି ଛୁଆଙ୍କୁ ବିଷ ଦେଇ ମାରିବାକୁ ପ୍ରୟାସ କରିଛନ୍ତି। ୪ ଜଣଙ୍କୁ ଘର ଭିତରେ ମୁମୂର୍ଷୁ ଅବସ୍ଥାରେ ଦେଖିଥିଲେ ସଂପର୍କୀୟ। ଯାହା ପରେ ସମସ୍ତଙ୍କୁ ଚିକିତ୍ସା କରାଇବା ଲାଗି କ୍ୟାପିଟାଲ୍ ହସ୍ପିଟାଲ ନିଆଯାଇଥିଲା।

ତେବେ ସେଠାରେ ଦୁଇ ପୁଅଙ୍କର ମୃତ୍ୟୁ ହୋଇଛି। ମୃତ ଦୁଇ ପୁଅଙ୍କର ବୟସ ୨ ଓ ୩ ବର୍ଷ ହେବ। ତେବେ ଝିଅ ଓ ମାଆ ଗୁରୁତର ଅଛନ୍ତି।
ଗୁରୁତର ଅବସ୍ଥାରେ ମା’ ଓ ଝିଅଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଝିଅର ବୟସ ୧ ବର୍ଷ ହେବ। ତେବେ ଏଭଳି କାଣ୍ଡ ପଛର କାରଣ କ’ଣ ଜଣାପଡ଼ିନାହିଁ।

Advertisment