Advertisment

ମର୍ଣ୍ଣିଂୱାକ କରୁଥିଲେ ମହିଳା, ଦଳି ଦେଲା ହାତୀ

କିରଣବାଳା ଆଜି ସକାଳେ ମର୍ଣ୍ଣିୱାକ କରିବାକୁ ଅନ୍ୟ ଜଣେ ମହିଳାଙ୍କ ସାଥୀରେ ଯାଇଥିଲେ। ପାନବରଜ ଖେଳ ପଡିଆ ନିକଟରେ ଏକ ହାତୀ ତାଙ୍କୁ ଆକ୍ରମଣ କରିଥିଲା ।

author-image
Niharika Rout
Attack

Attack

ମର୍ଣ୍ଣିଂୱାକ ଯାଇଥିବା ବେଳେ ଦଳି ଦେଲା ହାତୀ । ଫଳରେ ଆଉ ଘରକୁ ଫେରି ପାରିଲେନି ମହିଳା। ଫେରିଲା ତାଙ୍କ ମୃତଦେହ। ଏପରି ଏକ ଦୁଃଖଦ ଘଟଣା ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ପାନବରଜ ଗ୍ରାମରେ ଘଟିଛି। ମୃତା ମହିଳାଜଣକ ହେଲେ କିରଣବାଳା ମଙ୍ଗରାଜ ।

Advertisment

କିରଣବାଳା ଆଜି ସକାଳେ ମର୍ଣ୍ଣିୱାକ କରିବାକୁ ଅନ୍ୟ ଜଣେ ମହିଳାଙ୍କ ସାଥୀରେ ଯାଇଥିଲେ। ଉଭୟ ରାସ୍ତାରେ ଯାଉଥିବା ବେଳେ ହଠାତ୍‌ ପାନବରଜ ଖେଳ ପଡିଆ ନିକଟରେ ଏକ ହାତୀ ସେମାନଙ୍କ ସାମନାକୁ ଆସି ଯାଇଥିଲା। କିରଣବାଳା ହାତୀ ହାବୁଡ଼ରେ ପଡ଼ି ଯାଇଥିବା ବେଳେ ହାତୀଟି ତାଙ୍କୁ କଚାଡ଼ି ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ଅନ୍ୟ ମହିଳାଜଣକ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଖୋର୍ଦ୍ଧାଜିଲା ମୁଖ୍ୟ ଚିକିସାଳୟରେ ଭର୍ତ୍ତି କରିଛନ୍ତି।

Advertisment

ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳି ଯାଇଛି।

Deadbody Elephant Attack Khorda