Advertisment

ପୁରୁଷ ବନ୍ଧୁଙ୍କୁ ସ୍ୱାମୀର ପରିଚୟ ଦେଇ ରହିଥିଲେ, ଆଜି ଲଜରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ

ରବିବାର ରାତି ୧୧ଟାରେ ସ୍ମୃତିରଞ୍ଜନ ଖାଇବା ଆଣିବା ପାଇଁ ଲଜ ବାହାରକୁ ଯାଇଥିଲେ। ଆଉ ଫେରି ନଥିଲେ। ରୁମ୍‌ରେ ରଶ୍ମୀତା ଏକାକୀ ଥିଲେ। ଆଜି ମଧ୍ୟାହ୍ନରେ କୋଠରୀ ସଫା କରିବାକୁ ଲଜ୍‌ କର୍ମଚାରୀ କବାଟ ବାଡେଇଥିଲେ।

Girl

Girl

Advertisment

ପୁରୁଷ ବନ୍ଧୁଙ୍କୁ ସ୍ୱାମୀର ପରିଚୟ ଦେଇ ଲଜରେ ରହିଥିଲେ ଯୁବତୀ। ଆଜି ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ। ହେଲେ ପୁରୁଷ ବନ୍ଧୁ ଚମ୍ପଟ ମାରିଛନ୍ତି। ଏପରି ଅଭିଯୋଗ ଆସିଛି ରାଜଧାନୀ ଭୁବନେଶ୍ୱରଠାରୁ ଅଳ୍ପ ଦୂର ଜଟଣୀରୁ।

Advertisment

ରବିବାର ଅପରାହ୍ନରେ ଜଟଣା ସୀତାରାମ ଛକ ନିକଟରେ ଥିବା ଏକ ଲଜରେ ଜଣେ ଯୁବକ ଓ ଜଣେ ଯୁବତୀ ରହିଥିଲେ। ଉଭୟ ସ୍ୱାମୀ ଓ ସ୍ତ୍ରୀର ପଳରିଚୟ ଦେଇଥିଲେ। ହୋଟେଲ୍‌ ରେଜିଷ୍ଟାରରେ ଉଭୟଙ୍କ ନାଁ ସ୍ମୃତିରଞ୍ଜନ ଜେନା ଓ ରଶ୍ମୀତା ଜେନା ବୋଲି ଦର୍ଶାଇଥିଲେ। ଏଥିସହ ସେମାନଙ୍କ ଘର ଜଗତସିଂହପୁର ଅସିଲୋ ଗାଁରେ ବୋଲି ଉଲ୍ଲେଖ କରିଥିଲେ। ଉଭୟ ଲଜର ରୁମ୍‌ ନମ୍ୱର ୧୧୩ରେ ରହିଥିଲେ।

ରବିବାର ରାତି ୧୧ଟାରେ ସ୍ମୃତିରଞ୍ଜନ ଖାଇବା ଆଣିବା ପାଇଁ ଲଜ ବାହାରକୁ ଯାଇଥିଲେ। ଆଉ ଫେରି ନଥିଲେ। ରୁମ୍‌ରେ ରଶ୍ମୀତା ଏକାକୀ ଥିଲେ। ଆଜି ମଧ୍ୟାହ୍ନରେ କୋଠରୀ ସଫା କରିବାକୁ ଲଜ୍‌ କର୍ମଚାରୀ କବାଟ ବାଡେଇଥିଲେ। ହେଲେ ଘର ଭିତାରୁ କୌଣସି ଶବ୍ଦ ଶୁଣିବାକୁ ମିଳିନଥିଲା। ପରେ ଏନେଇ ପୁଲିସ୍‌କୁ ଖବର ଦେଇଥିଲେ ଲଜ୍‌ କର୍ତ୍ତୃପକ୍ଷ। ଖବର ପାଇ ଜଟଣୀ କମିଶନରେଟ ପୁଲିସ ଲଜରେ ପହଞ୍ଚି ଝରକାବାଟେ ଯୁବତୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ଯୁବତୀଙ୍କ ସହିତ ଆସିଥିବା ସ୍ମୃତିରଞ୍ଜନଙ୍କ ଫୋନ୍‌ ବନ୍ଦ ରହିଛି। ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପୁଲିସ୍‌ କବାଟ ଭାଙ୍ଗି ମୃତଦେହ ଜବତ କରିଥିବା ଜଣାପଡ଼ିଛି।

Advertisment

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Bhubaneswar Bhubaneswar News Khorda Cyber Crime
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe