Advertisment

ଭଉଣୀ ଘରେ ଭାଇକୁ ଗୁଳିମାଡ଼!

ଖୋର୍ଦ୍ଧା (ବଳରାମ ଲେଙ୍କା): ବେଗୁନିଆରେ ଘଟିଲା ଗୁଳିକାଣ୍ଡ। ଗୁଳିମାଡ଼ରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଛାତି ତଳେ ଏକ ଗୁଳି ବାଜିଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭୁବନେଶ୍ୱର ଏମ୍ସକୁ ପଠାଇ ଦିଆଯାଇଛି। ତେବେ ଗୁଳି ମାଡ଼ର କାରଣ ଅସ୍ପଷ୍ଟ। ଗୁଳିମାଡ଼ ପାରିବାରିକ ଗଣ୍ଡଗୋଳ ଯୋଗୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ମେଡିକାଲରେ ପହଞ୍ଚି […]

ଅଦ୍ୟତନ ହୋଇଛି
ଭଉଣୀ ଘରେ ଭାଇକୁ ଗୁଳିମାଡ଼!

S

Advertisment

ଖୋର୍ଦ୍ଧା (ବଳରାମ ଲେଙ୍କା): ବେଗୁନିଆରେ ଘଟିଲା ଗୁଳିକାଣ୍ଡ। ଗୁଳିମାଡ଼ରେ ବିଭୂତି ଭୂଷଣ ଜେନା ନାମକ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କର ଛାତି ତଳେ ଏକ ଗୁଳି ବାଜିଛି। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପରେ ଭୁବନେଶ୍ୱର ଏମ୍ସକୁ ପଠାଇ ଦିଆଯାଇଛି। ତେବେ ଗୁଳି ମାଡ଼ର କାରଣ ଅସ୍ପଷ୍ଟ।

Advertisment

ଗୁଳିମାଡ଼ ପାରିବାରିକ ଗଣ୍ଡଗୋଳ ଯୋଗୁ ହୋଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଖୋର୍ଦ୍ଧା ଏସପି ରାଜକିଶୋର ଦୋରା ମେଡିକାଲରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ଗୁଳିମାଡ଼ କରିଥିବା ବ୍ୟକ୍ତି ପ୍ରସନ୍ନ ନାୟକ, ଯିଏକି ଜଣେ ପୂର୍ବତନ ସାମରିକ କର୍ମଚାରୀ। ସେ ବର୍ତ୍ତମାନ ଫେରାର ଅଛନ୍ତି। ପୁଲିସର ଘଟଣାର ତଦନ୍ତ କରୁଛି।

ବିଭୂତି ଭୂଷଣ ନୟାଗଡ଼ ଓଡ଼ଗାଁରେ ରୁହନ୍ତି। ସେ ବେଗୁନିଆ ସ୍ଥିତ ନୂଆସାହିରେ ଥିବା ତାଙ୍କ ସମ୍ପର୍କୀୟ ଭଉଣୀଙ୍କୁ ଘରକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ଏକ ବାଇକରେ ପ୍ରସନ୍ନ ନାୟକ ଜଣେ ବ୍ୟକ୍ତି ଆସି ହଠାତ୍ ବିଭୂତିଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ବିଭୂତିଙ୍କ ଛାତି ତଳେ ବାଜିଥିଲା। ଗୁଳି ବାଜିବା ପରେ ସେ ତଳେ ପଡ଼ିଯାଇଥିଲେ। ଖବର ପାଇ ବେଗୁନିଆ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବିଭୂତିଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲକୁ ନେଇଥିଲେ। ଏହା ପରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।

Advertisment

ତେବେ ବିଭୂତିଙ୍କୁ ଉପରକୁ କାହିଁକି ଗୁଳି ଚାଳନା କରାଗଲା, ତା’ର କାରଣ ଜଣାପଡ଼ି ନାହିଁ। ମିଳିଥିବା ସୂଚନା ମୁତାବକ ଅଭିଯୁକ୍ତ ପ୍ରସନ୍ନ ବିଭୂତିଙ୍କ ଭଉଣୀଙ୍କ ଘରେ ଭଡ଼ା ରହୁଥିଲେ। ବୋଧହୁଏ ପୂର୍ବ ଶତ୍ରୁତା କାରଣରୁ ଏହି ଗୁଳିମାଡ଼ କରାଯାଇଥିବା କୁହାଯାଉଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe