ଖୋର୍ଦ୍ଧା (ଓଡ଼ିଶାରିପୋର୍ଟର): ଖୋର୍ଦ୍ଧା ଜିଲ୍ଲାରେ ମହା ଆଡମ୍ବରରେ ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ସହରର ୪୦ରୁ ଅଧିକ ମଣ୍ଡପରେ ମାଆଙ୍କ ପ୍ରତିମା ପୂଜା ପାଉଛନ୍ତି। ବିଶେଷ କରି ନୂଆ ବସ୍ ଷ୍ଟାଣ୍ଡ, ପଲାହାଟ, ପଶୁଡାକ୍ତରଖାନା ଛକ, କୋର୍ଟ ଛକ, ପୁରୁଣା ବସଷ୍ଟାଣ୍ଡ, ଷ୍ଟେଟବ୍ୟାଙ୍କ ଛକ ଆଦି ସ୍ଥାନରେ ଧୁମଧାମରେ ମାଆ ଗଜଲକ୍ଷ୍ମୀଙ୍କୁ ପୂଜା କରାଯାଉଛି।
ସୁନ୍ଦର ତୋରଣ ସାଙ୍ଗକୁ ଆକର୍ଷଣୀୟ ଆଲୋକରେ ସଜେଇ ହୋଇଛି ପୁରା ସହର। ବିଭିନ୍ନ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଥିବାରୁ ବିଭିନ୍ନ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
