ଜଗଦ୍ଦେବଙ୍କୁ କୋଳରେ ଧରିଛି ତୃତୀୟ ମହଲା: ଖୋର୍ଦ୍ଧା ପୁଲିସର ଷଡ଼ଯନ୍ତ୍ର, ଦୁର୍ବଳ କଲା କେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକଙ୍କ ଉପରେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ଅଭିଯୋଗରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ପୁଲିସ ଗିରଫ କରିଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ପୁଲିସ ଆଗକୁ ଆସିଥିବା ଚର୍ଚ୍ଚା ହେଉଛି । ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ବିରୁଦ୍ଧରେ ଲାଗିଥିବା ସଙ୍ଗୀନ ମାମଲାକୁ କୋର୍ଟରେ ଦୁର୍ବଳ କରିବା ପାଇଁ ଖୋର୍ଦ୍ଧା ପୁଲିସ ଷଡ଼ଯନ୍ତ୍ର କରିଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି। ମାର୍ଚ୍ଚ ୧୨ତାରିଖରେ ବାଣପୁର ବ୍ଲକ ପରିସରରେ ବିଧାୟକ ଶ୍ରୀ ଜଗଦ୍ଦେବ […]

Prasanta

Ordigital Desk
  • Published: Tuesday, 22 March 2022
  • , Updated: 22 March 2022, 08:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲୋକଙ୍କ ଉପରେ ଗାଡ଼ି ଚଢାଇ ମାରିବାକୁ ଉଦ୍ୟମ ଅଭିଯୋଗରେ ଚିଲିକାର ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଆଜି ପୁଲିସ ଗିରଫ କରିଥିଲେ ମଧ୍ୟ ତାଙ୍କୁ ସୁରକ୍ଷା ଦେବାକୁ ରାଜ୍ୟ ପୁଲିସ ଆଗକୁ ଆସିଥିବା ଚର୍ଚ୍ଚା ହେଉଛି । ବିଧାୟକ ଶ୍ରୀ ଜଗଦ୍ଦେବଙ୍କ ବିରୁଦ୍ଧରେ ଲାଗିଥିବା ସଙ୍ଗୀନ ମାମଲାକୁ କୋର୍ଟରେ ଦୁର୍ବଳ କରିବା ପାଇଁ ଖୋର୍ଦ୍ଧା ପୁଲିସ ଷଡ଼ଯନ୍ତ୍ର କରିଥିବା ସ୍ପଷ୍ଟ ପ୍ରମାଣିତ ହୋଇଛି।

ମାର୍ଚ୍ଚ ୧୨ତାରିଖରେ ବାଣପୁର ବ୍ଲକ ପରିସରରେ ବିଧାୟକ ଶ୍ରୀ ଜଗଦ୍ଦେବ ଲୋକଙ୍କ ଉପରେ ଯେଉଁ ଗାଡ଼ି ଚଢ଼ାଇଥିଲେ ସେହି ଗାଡ଼ିର ନମ୍ବର କିଭଳି ପୁଲିସ ରେକର୍ଡରେ ବଦଳିଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତୃତୀୟ ମହଲାର ବିନା ଇଙ୍ଗିତରେ ପୁଲିସ ବିଭାଗରେ ପତ୍ରଟିଏ ବି ଝଡ଼ିବା ସମ୍ଭବପର ନଥିବାବେଳେ ଏହି ହାଇପ୍ରେଫାଇଲ କେସକୁ ଦୁର୍ବଳ କରିବାକୁ କିଏ ଓ କାହିଁକି ଷଡ଼ଯନ୍ତ୍ର କରିଛି ତାହା ତଦନ୍ତ ସାପେକ୍ଷ ତଥା ଏହା ରାଜ୍ୟ ପୁଲିସର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରାଇଛି।

ମିଳିଥିବା ସୂଚନା ଅନୁସାରେ, ମାର୍ଚ୍ଚ ୧୨ତାରିଖରେ ଚିଲିକାର ବିଧାୟକ ଶ୍ରୀ ଜଗଦ୍ଦେବ ବାଣପୁର ବ୍ଲକ ପରିସରକୁ ନିଜେ କାର ଚଳାଇ ଯାଇ ଲୋକଙ୍କ ଭିଡ଼ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ । ଯେଉଁଥିରେ ୧୦ଜଣ ପୁଲିସ କର୍ମୀ, କିଛି ସାମ୍ବାଦିକଙ୍କ ସମେତ ମୋଟ ୨୭ଜଣ ଆହତ ହୋଇଥିଲେ । ଉତ୍ତ୍ୟକ୍ତ ଲୋକେ ଜଗଦ୍ଦେବଙ୍କୁ ମାରପିଟ୍ କରିବା ସହ ସେ ଚଳାଉଥିବା ରେଞ୍ଜ ରୋଭର (ଡିସକଭରୀ ସ୍ପୋର୍ଟସ) ଗାଡ଼ି ନମ୍ବର- ‘ଓଡ଼ି୨୫କେ୫୭୭୫’କୁ ମଧ୍ୟ ଭାଙ୍ଗି ଦେଇଥିଲେ । ପୁଲିସ ସେହି ଗାଡ଼ିକୁ ଜବତ କରିବା ସହ ନିଜ ଆଡ଼ୁ ଶ୍ରୀ ଜଗଦ୍ଦେବଙ୍କ ବିରୁଦ୍ଧରେ ବାଣପୁର ଥାନାରେ ବିଭିନ୍ନ ସଙ୍ଗୀନ ଦଫାରେ ଏକ ମାମଲା ରୁଜୁ କରିଥିଲା । ମାତ୍ର ନିଜର ୧୦ଜଣ ଯବାନ ଓ ଅଧିକାରୀ ଆହତ ହୋଇଥିବା ସତ୍ତ୍ୱେ ପୁଲିସ ଜଗଦ୍ଦେବଙ୍କ ପ୍ରତି ଥିବା ସରକାରୀ ପ୍ରୋତ୍ସାହନର ଚାପରେ ଏହି ସମ୍ପୂର୍ଣ୍ଣ ମାମଲାକୁ ଦୁର୍ବଳ କରିଦେଇଛି ।

ବାଣପୁର ଥାନାରେ ହୋଇଥିବା ଏଫଆଇଆରରେ ଶ୍ରୀ ଜଗଦ୍ଦେବ ମାର୍ଚ୍ଚ ୧୨ରେ ଯେଉଁ ଗାଡ଼ିରେ ଅନ୍ୟମାନଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ସେହି ଗାଡ଼ି ନମ୍ବରକୁ ପୁଲିସ ସମ୍ପୂର୍ଣ୍ଣ ବଦଳାଇ ଦେଇଛି । ଜଗଦ୍ଦେବ ଘଟଣାଦିନ ଯେଉଁ ଗାଡ଼ିି ରେଞ୍ଜ ରୋଭର (ଡିସକଭରୀ ସ୍ପୋର୍ଟସ) ଚଲାଉଥିଲେ ତାକୁ ଗଣମାଧ୍ୟମ ଜରିଆରେ ଦେଶବ୍ୟାପୀ ଲୋକ ଦେଖିଥିବାବେଳେ ପୁଲିସ ରେକର୍ଡରେ କିଭଳି ସେହି ଗାଡ଼ି ‘ହୁଣ୍ଡାଇ କ୍ରେଟା’କୁ ବଦଳିଗଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଜଗଦ୍ଦେବଙ୍କ ବିରୁଦ୍ଧରେ ପୁଲିସର ଏଫଆଇଆରରେ ଯେଉଁ ଗାଡ଼ି ନମ୍ବର ଉଲ୍ଲେଖ ରହିଛି ତାହା ‘ଓଡ଼ି୦୨ଏୱାଇ୫୭୭୫’ ଉଲ୍ଲେଖ ରହିଛି । ଏହି ଗାଡ଼ିର ମାଲିକାନା ସୁନାଖଳା ଅଂଚଳର ବିଜେଡି ସମର୍ଥିତ ବ୍ୟବସାୟୀ ଶିବାନୀ ଫୁଡ୍ ପ୍ରଡ଼କ୍ଟସ ନାଁରେ ରହିଛି ।

ଖୋଳତାଡ଼ରୁ ଜଣାପଡ଼ିଛି ଯେ, ଶ୍ରୀ ଜଗଦ୍ଦେବ ଯେଉଁ ଗାଡ଼ି ଚଳାଉଥିଲେ ସେହି ରେଞ୍ଜରୋଭର ଡିସକଭରୀ ସ୍ପୋର୍ଟସ ଗାଡ଼ି (ଓଡ଼ି୨୫କେ୫୭୭୫)ର ମାଲିକାନା କୁମାର ଦେବଦତ୍ତଙ୍କ ନାଁରେ ରହିଛି । ଦେବଦତ୍ତ ହେଉଛନ୍ତି ଓଡ଼ଗାଁ ଅଂଚଳର ଜଣେ ପ୍ରଭାବଶାଳୀ ଠିକାଦାର । ନୟାଗଡ଼ ଜିଲ୍ଲାର ପ୍ରଭାବଶାଳୀ ମନ୍ତ୍ରୀ ଅରୁଣ ସାହୁଙ୍କର ସେ ଅତ୍ୟନ୍ତ ଖାସ୍ ଓ ଜିଲ୍ଲାର ସବୁ ବଡ଼ ଠିକାଦାର କାମ ସେ ହିଁ କରନ୍ତି ବୋଲି ଚର୍ଚ୍ଚା ହେଉଛି । ତାଙ୍କ ନାଁରେ ଥିବା ଗାଡ଼ିକୁ ସେ ବିଧାୟକ ଜଗଦ୍ଦେବଙ୍କୁ ଚଳାଇବାକୁ କାହିଁକି ଦେଲେ ସେ ସମ୍ପର୍କରେ ଆନୁଷ୍ଠାନିକ ଭାବେ କିଛି ଜଣାପଡ଼ିଥିଲେ ମଧ୍ୟ ବାଲୁଗାଁ-ବାଣପୁର ରାଜପଥ ରାସ୍ତା ନିର୍ମାଣର ଠିକା କାମ (ସବଲେଟ୍ ରେ) ଏବେ କୁମାର ଦେବଦତ୍ତ କରୁଥିବାରୁ ସ୍ଥାନୀୟ ବିଧାୟକ ଭାବେ ଜଗଦ୍ଦେବଙ୍କୁ ସନ୍ତୁଷ୍ଟ କରିବାକୁ ଏହି ଗାଡ଼ି ଦେଇଛନ୍ତି ବୋଲି ସ୍ଥାନୀୟ ଅଂଚଳରେ ଶୁଣିବାକୁ ମିଳୁଛି ।

ତେବେ ପ୍ରଶ୍ନ ଉଠୁଛି ଜଗଦେବଙ୍କୁ ତାଙ୍କର ବିଶୃଙ୍ଖଳିତ ଆଚରଣ ଓ ଦାଦାଗିରି ପାଇଁ ୨୦୨୧ ସେପ୍ଟେମ୍ବର ମାସରୁ ବିଜେଡି ନିଲମ୍ବିତ କରିଥିବା କଥା ଯୁକ୍ତି ବାଢ଼ୁଥିଲେ ମଧ୍ୟ କାହିଁକି ପୁଲିସ ରେକର୍ଡରେ ମାର୍ଚ୍ଚ ୧୨ତାରିଖର ତାଙ୍କ ଦ୍ୱାରା କରାଯାଇଥିବା ସାମୁହିକ ହତ୍ୟା ଉଦ୍ୟମ ମାମଲାକୁ ଦୁର୍ବଳ କରିବାକୁ ଷଡ଼ଯନ୍ତ୍ର କରାଗଲା । କାହା ଚାପରେ ପୁଲିସ ଏଭଳି କଲା? ପୁଲିସ ଉପରେ ଆକ୍ରମଣ ହୋଇଥିବା ସତ୍ତ୍ୱେ ପୁଲିସ କାହିଁକି ଜଗଦ୍ଦେବଙ୍କ ପାଇଁ ଏତେ ଅନୁକମ୍ପା ଦେଖାଇ ମାମଲାକୁ ଦୁର୍ବଳ କଲା? ପୁଲିସ ଉପରେ କାହା ଚାପ ପଡ଼ିଥିଲା?

ପୁଲିସର ଏଫଆଇଆର ଓ ଜଗଦ୍ଦେବଙ୍କ ମାର୍ଚ୍ଚ ୧୨ର କାରନାମା ଉଭୟ ଲୋକଲୋଚନରେ ଥିବାବେଳେ ଜଗଦ୍ଦେବ ପ୍ରେମରେ ରାଜ୍ୟ ଗୃହବିଭାଗ ଏଭଳି ବେଆଇନ ଚାପ ପ୍ରୟୋଗ କରି ପୁଲିସର ବିଶ୍ୱସନୀୟତାକୁ ହ୍ରାସ କରିବା ଅନୁଚିତ୍ । ଯଦି ଗୃହ ବିଭାଗ କିମ୍ବା ତୃତୀୟ ମହଲାର ଏହି ମାମଲାରେ କୌଣସି ସମ୍ପୃକ୍ତି ନାହିଁ ତା’ହେଲେ ସେଭଳି ତ୍ରୁଟିଯୁକ୍ତ ଏଫଆଇଆର ତଥ୍ୟ ପାଇଁ ଦାୟୀ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବା ଉଚିତ୍ ବୋଲି ସାଧାରଣରେ ଦାବି ହେଉଛି ।

Related story