Advertisment

ଖୋର୍ଦ୍ଧାରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ; ୪ ଗିରଫ, ୮ ବନ୍ଧୁକ ଜବତ

ଭୁବନେଶ୍ୱର: ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳରୁ କମିଶନରେଟ୍ ପୋଲିସ୍ ଶନିବାର ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କରିଛି। ଏହା ସହିତ ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୮ ଟି ଦେଶୀ ବନ୍ଧୁକ, ବହୁପରିମାଣେର ଗୁଳି ଓ ବନ୍ଧୁକ ତିଆରି ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି। କମିଶନରେଟ୍ ପୋଲିସର କ୍ୟୁଏଟି ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହି ବେଆଇନ ବନ୍ଧୁକ କାରଖାନା ନେଇ  କମିଶନରେଟ୍ ପୋଲିସ୍ ପାଖରେ ପୂର୍ବରୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଖୋର୍ଦ୍ଧାରେ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ; ୪ ଗିରଫ, ୮ ବନ୍ଧୁକ ଜବତ

amuniations

ଭୁବନେଶ୍ୱର: ଖୋର୍ଦ୍ଧା ଜଙ୍କିଆ ଅଞ୍ଚଳରୁ କମିଶନରେଟ୍ ପୋଲିସ୍ ଶନିବାର ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କରିଛି। ଏହା ସହିତ ବେଆଇନ ବନ୍ଧୁକ କାରବାର ଅଭିଯୋଗରେ ଚାରି ଜଣଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୮ ଟି ଦେଶୀ ବନ୍ଧୁକ, ବହୁପରିମାଣେର ଗୁଳି ଓ ବନ୍ଧୁକ ତିଆରି ଅନ୍ୟାନ୍ୟ ସରଞ୍ଜାମ ଜବତ କରାଯାଇଛି। କମିଶନରେଟ୍ ପୋଲିସର କ୍ୟୁଏଟି ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। ଏହି ବେଆଇନ ବନ୍ଧୁକ କାରଖାନା ନେଇ  କମିଶନରେଟ୍ ପୋଲିସ୍ ପାଖରେ ପୂର୍ବରୁ ସୂଚନା ଥିଲା। ପୋଲିସ୍ ପକ୍ଷରୁ ଏହି ଘଟଣାରେ ଅଧିକ ଖୋଡ଼ତାଳ କରାଯାଉଛି। ପୋଲିସର କହିବା ମୁତାବକ ଏମାନେ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାକୁ ବିକ୍ରି କରୁଥିଲେ। ଏହି ବନ୍ଧୁକ କାରଖାନାର ଚେର ଆଉ କେଉଁ କେଉଁ ଆଡେ ଲମ୍ବିଛି ଓ ଆଉ କିଏ ସଂପୃକ୍ତ ଅଛି କି ନାହିଁ, ସେନଇ ତଦନ୍ତ ଚାଲିଛି ବୋଲି କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଛି।

Advertisment