Advertisment

ସିଆରପିଏଫରେ ଗଠନ ହେବ ଆଉ ୫ଟି ରାପିଡ୍ ଆକ୍ସନ୍ ଫୋର୍ସ ବାଟାଲିୟନ୍

ସମ୍ବଲପୁର: ସିଆରପିଏଫରେ ଖୁବଶୀଘ୍ର ଆଉ ୫ଟି ରାପିଡ ଆକ୍ସନ ଫୋର୍ସ ବାଟାଲିୟନ ଗଠନ କରାଯିବ ବୋଲି କହିଛନ୍ତି ସିଆରପିଏଫ ଡିଜି ପ୍ରକାଶ ମିଶ୍ର। ଏବେ ଏହାର ସଂଖ୍ୟା ୧୦ ରହିଛି।   ସିଆରପିଏଫର ସଂପ୍ରସାରଣ ପାଇଁ ବାଟାଲିୟନ ସଂଖ୍ୟା ବଢାଯିବ। ବର୍ଷକୁ ୨ଟି ବାଟାଲିୟନ ବଢାଯାଉଛି ବୋଲି ସେ କହିଛନ୍ତି। ମଙ୍ଗଳବାର ସମ୍ୱଲପୁର ଜିଲ୍ଲା ବସନ୍ତପୁର ଠାରେ ସିଆରପିଏଫର ଦ୍ୱିତୀୟ ଗ୍ରୁପ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ସେ କହିଛନ୍ତି ଯେ ଏହି କେନ୍ଦ୍ରର  ନିର୍ମାଣ କାର୍ଯ୍ୟ […]

ଅଦ୍ୟତନ ହୋଇଛି
ସିଆରପିଏଫରେ ଗଠନ ହେବ ଆଉ ୫ଟି ରାପିଡ୍ ଆକ୍ସନ୍ ଫୋର୍ସ ବାଟାଲିୟନ୍

Prakash-Mishra

Advertisment

ସମ୍ବଲପୁର: ସିଆରପିଏଫରେ ଖୁବଶୀଘ୍ର ଆଉ ୫ଟି ରାପିଡ ଆକ୍ସନ ଫୋର୍ସ ବାଟାଲିୟନ ଗଠନ କରାଯିବ ବୋଲି କହିଛନ୍ତି ସିଆରପିଏଫ ଡିଜି ପ୍ରକାଶ ମିଶ୍ର। ଏବେ ଏହାର ସଂଖ୍ୟା ୧୦ ରହିଛି।   ସିଆରପିଏଫର ସଂପ୍ରସାରଣ ପାଇଁ ବାଟାଲିୟନ ସଂଖ୍ୟା ବଢାଯିବ। ବର୍ଷକୁ ୨ଟି ବାଟାଲିୟନ ବଢାଯାଉଛି ବୋଲି ସେ କହିଛନ୍ତି। ମଙ୍ଗଳବାର ସମ୍ୱଲପୁର ଜିଲ୍ଲା ବସନ୍ତପୁର ଠାରେ ସିଆରପିଏଫର ଦ୍ୱିତୀୟ ଗ୍ରୁପ ସେଣ୍ଟରର ଭିତ୍ତି ପ୍ରସ୍ତର ସ୍ଥାପନ ଅବସରରେ ସେ କହିଛନ୍ତି ଯେ ଏହି କେନ୍ଦ୍ରର  ନିର୍ମାଣ କାର୍ଯ୍ୟ ୩-୪ ବର୍ଷ ମଧ୍ୟରେ ଶେଷ ହେବ। ଏହି କେନ୍ଦ୍ର  ଅଧୀନରେ  ୫ଟି ବାଟାଲିୟନ କାର୍ଯ୍ୟ କରିବ। ୨୩୬ ଏକର ପରିମିତ ସ୍ଥାନରେ ଏହାର ନିର୍ମାଣ କରାଯିବ। ପର୍ଯ୍ୟାୟକ୍ରମେ  ପ୍ରାୟ ୪୦୦ କୋଟିରୁ ଅଧିକ ଟଙ୍କା ଏଥିରେ ଖର୍ଚ୍ଚ ହେବ। ଏହି ଗ୍ରୁପ ସେଣ୍ଟର ପରିସରରେ  ଯବାନମାନଙ୍କ ପାଇଁ ତାଲିମ ବ୍ୟବସ୍ଥା ସାଙ୍ଗକୁ ବସତିର ବ୍ୟବସ୍ଥା କରାଯିବ। ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହେବା ପରେ ସମ୍ୱଲପୁରର  ସମୃଦ୍ଧିରେ ସହାୟକ ହେବ ବୋଲି ଡିଜି କହିଛନ୍ତି। ବିଶେଷ କରି ସମ୍ୱଲପୁର ସମେତ ପଶ୍ଚିମ ଓଡିଶା ଏକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ମାଓ ଦମନ କ୍ଷେତ୍ରରେ ଏହି କେନ୍ଦ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଛନ୍ତି। ତେବେ ଓଡିଶାରେ ମାଓ ଦମନ ପାଇଁ  ହେଲିକପ୍ଟର ଆବଶ୍ୟକ ହେଲେ ଜଗଦଲପୁର ଓ ରାୟପୁର ଅପରେସନ ଏରିଆରୁ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

Advertisment

ଏହି ଅବସରରେ ଆୟୋଜିତ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ସିଆରପିଏଫର ବରିଷ୍ଠ ଅଧିକାରୀ, ସମ୍ୱଲପୁର ଜିଲ୍ଲାପାଳ, ଭିଜିଲାନସ ଏସ.ପି ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe