ସମ୍ବଲପୁର (ସଞ୍ଜୟ ଜେନା): ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ମାଝିପାଲି ନିକଟରୁ ଗତକାଲି ଅପହୃତ ହୋଇଥିବା ବ୍ୟବସାୟୀଙ୍କୁ ଉଦ୍ଧାର କରାଯାଇଛି। ବିଳମ୍ବିତ ରାତିରେ ଏକ ଅଜ୍ଞାତସ୍ଥାନରୁ ତାଙ୍କୁ ପୁଲିସ୍ ଉଦ୍ଧାର କରିଛି। ଅପହରଣର କାରଣ ଅସ୍ପଷ୍ଟ ଥିବା ବେଳେ ଅପହର୍ତ୍ତାଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ପୁଲିସ୍।
ସୂଚନାଯୋଗ୍ୟ, ସମ୍ବଲପୁର ଜିଲ୍ଲା ରେମେଡେ ଅଞ୍ଚଳର ନରେଶ ଅଗ୍ରୱାଲ ନାମକ ଷ୍ଟିଲ ବ୍ୟବସାୟୀ ଗତକାଲି ଅପରାହ୍ନ ୨ଟାରେ ନିଜ କାର୍ରେ ବ୍ୟବସାୟ କାମରେ ବାହାରକୁ ଯାଉଥିଲେ। ଏହି ସମୟରେ ମାଝିପାଲି ନିକଟରେ କେତେ ଜଣ ଦୁର୍ବୃତ୍ତ ଆସି ତାଙ୍କ ଗାଡ଼ିକୁ ଅଟକାଇ ଭଙ୍ଗାରୁଜା କରିଥିଲେ। ଏହାପରେ ନରେଶଙ୍କୁ ଘୋଷାରି ନେଇ ଅନ୍ୟ ଏକ ଗାଡ଼ିରେ ବସାଇ ନେଇ ଯାଇଥିଲେ।
ଏନେଇ ତାଙ୍କ ପୁଅ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍ ତାଙ୍କ କାର୍ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା କରିଥିଲା। ସମ୍ବଲପୁର ଏସ୍ପି ଘଟଣାସ୍ଥଳରେ ପହଞ୍ଚି ମଧ୍ୟ ତଦନ୍ତ କରିଥିଲେ। ବିଭିନ୍ନ ସ୍ଥାନରେ ଚଢ଼ାଉ ପରେ ଗତକାଲି ବିଳମ୍ବିତ ରାତିରେ ନରେଶଙ୍କୁ ଉଦ୍ଧାର କରାଯାଇଥିଲା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Events & Festivals
ବରଗଡ଼ ଧନୁଯାତ୍ରା: କଂସ ଭୂମିକାରେ ଅଭିନୟ କରିପାରିବେ ନାହିଁ ହୃଷିକେଶ ଭୋଇ, ବଛାଯିବେ ନୂଆ କଳାକାର
କଂସ ଭୂମିକାରେ ଅଭିନୟ କରି ସୁନାମ ଅର୍ଜି ଥିବା ହୃଷିକେଶ ଭୋଇଙ୍କର ଗୋଟିଏ ଭୁଲ୍ ତାଙ୍କର ଭାବମୂର୍ତ୍ତିକୁ ଖରାପ କରି ଦେଇଛି!
Crime
ଶିଶୁ ବିକ୍ରି ଘଟଣା: ନିଲମ୍ବିତ ଏଏନ୍ଏମ୍ ଗିରଫ, ଆଉ ୨ ଜଣଙ୍କୁ ବି ବାନ୍ଧିଲା ପୁଲିସ
ଏହି ଘଟଣାରେ ନିଜେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗ୍ରାଉଣ୍ଡଜିରୋକୁ ଯାଇ ଘଟଣାର ତନାଘନା କରିଥିଲେ।
Weather
କୁହୁଡ଼ି ନେଇ ୩ ଜିଲ୍ଲାକୁ ସତର୍କ ସୂଚନା, ୨୭ ଓ ୨୮ରେ କିଛି ସ୍ଥାନରେ ହୋଇପାରେ ବର୍ଷା
ଆଜି ରାତି, ଆସନ୍ତାକାଲି ଅର୍ଥାତ୍ ଶନିବାର ସକାଳେ ଓ ରାତିରେ ଏବଂ ରବିବାର ସକାଳେ କୁହୁଡ଼ି ପଡ଼ିବାର ସମ୍ଭାବନା ରହିଛି।
Guest Column
ରବି ଦାଶ - ଏକ ବିରଳ ବ୍ୟକ୍ତିତ୍ୱ
କେବଳ ତୁଳସୀ କ’ଣ ଦୁଇ ପତ୍ରରୁ ବାସିଥାଏ, ପୋଦିନା କି ଅନ୍ୟ କିଛି ନୁହେଁ? କୌଣସି ମହାପୁରୁଷଙ୍କ ଜୀବନୀ ପଢ଼ିଲା ବେଳେ ଆମେ ଏହି ଯୁକ୍ତିଟି ଅଧିକାଂଶ ସମୟରେ ପାଇଥାଉ ଯେ ସେ ମହାପୁରୁଷ ହେବେ ବୋଲି ପିଲାବେଳୁ ଜଣାଥିଲା।
Education
ବାହାରିଲା OTET ୨୦୨୪ର ରେଜଲ୍ଟ: ଅସଫଳ ପରୀକ୍ଷାର୍ଥୀଙ୍କୁ କ’ଣ କହିଛି ବୋର୍ଡ, ଜାଣନ୍ତୁ
www.bseodisha.ac.inରେ ଉପଲବ୍ଧ ହେଉଛି ପରୀକ୍ଷା ଫଳ।