ମାନସ ହତ୍ୟା ପଛରେ ମେମୋରୀ ଚିପ୍‌ ଓ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ!

ନୟାଗଡ଼/ଚାନ୍ଦବାଲି(ଆର୍ତ୍ତତ୍ରାଣ/ବାସୁଦେବ): କାହିଁକି କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ପୁଲିସ୍‌କୁ ମିଳିଛି ଗୋଟିଏ ଖିଅ। ଆଉ ତାହା ହେଉଛି ଏକ ମେମୋରୀ ଚିପ୍‌। ଏହି ମେମୋରୀ ଚିପ୍‌ରେ କାଳେ ରହିଛି ମାନସଙ୍କ ମାଲିକାଣୀଙ୍କ ଗୁପ୍ତ ତଥ୍ୟ, ଯିଏ ଚଲାଉଥିଲେ ଏକ ୱେବ୍‌ ପୋର୍ଟାଲ୍‌। ଏବେ ପୁଲିସ୍‌ ଉକ୍ତ ମେମୋରୀ ଚିପ୍‌ ଓ ମାଲିକାଣୀକୁ ଖୋଜୁଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ […]

Nayagarh-Murder

Nayagarh-Murder

Manoranjan Sial
  • Published: Tuesday, 15 March 2022
  • Updated: 15 March 2022, 05:16 PM IST

Sports

Latest News

ନୟାଗଡ଼/ଚାନ୍ଦବାଲି(ଆର୍ତ୍ତତ୍ରାଣ/ବାସୁଦେବ): କାହିଁକି କ୍ୟାମେରା ମ୍ୟାନ୍‌ ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିଲା? ଏହାକୁ ନେଇ ନାନା କଳ୍ପନା ଜଳ୍ପନା ଲାଗିରହିଥିବା ବେଳେ ପୁଲିସ୍‌କୁ ମିଳିଛି ଗୋଟିଏ ଖିଅ। ଆଉ ତାହା ହେଉଛି ଏକ ମେମୋରୀ ଚିପ୍‌। ଏହି ମେମୋରୀ ଚିପ୍‌ରେ କାଳେ ରହିଛି ମାନସଙ୍କ ମାଲିକାଣୀଙ୍କ ଗୁପ୍ତ ତଥ୍ୟ, ଯିଏ ଚଲାଉଥିଲେ ଏକ ୱେବ୍‌ ପୋର୍ଟାଲ୍‌। ଏବେ ପୁଲିସ୍‌ ଉକ୍ତ ମେମୋରୀ ଚିପ୍‌ ଓ ମାଲିକାଣୀକୁ ଖୋଜୁଛି।

ନୟାଗଡ଼ ଜିଲ୍ଲା ରଣପୁର ଥାନା ଗୋଡିପୋଖରୀ ଗାଁର ମାନସ ସ୍ୱାଇଁ ଭୁବନେଶ୍ୱରରେ ‘ସମ୍ପୂର୍ଣ୍ଣା’ ନାମକ ଏକ ୱେବ୍‌ ପୋର୍ଟାଲରେ କ୍ୟାମେରା ମ୍ୟାନ୍‌ ଭାବେ କାମ କରୁଥିଲେ। ସେଠାରେ କାମ କରିବାର କିଛି ଦିନ ପରେ ଚାକିରି ଛାଡ଼ି ଦେଇଥିଲେ। ଚାକିରି ଛାଡ଼ିବା ବେଳେ ମାନସ ୱେବ୍‌ ପୋର୍ଟାଲର କିଛି ଗୁପ୍ତ ତଥ୍ୟ ଥିବା ମେମୋରୀ ଚିପ୍‌ ନେଇଯାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଚଳିତ ହୋଇପଡ଼ିଥିଲେ ୱେବ୍‌ ପୋର୍ଟାଲ କର୍ତ୍ତୃପକ୍ଷ(ମାଲିକାଣୀ)। ଚୋରି କରିଥିବା ମେମୋରୀ ଚିପ୍‌ ଫେରାଇବାକୁ ଅନୁରୋଧ କରିଥିଲେ। ହେଲେ ଧରାଛୁଆଁ ଦେଇନଥିଲେ ମାନସ। ଯାହାକୁ ନେଇ ୱେବ୍‌ ପୋର୍ଟାଲ୍‌ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ି ଯାଇଥିଲେ। ଆଉ ତା’ପରେ ମାନସକୁ ରାସ୍ତାରୁ ହଟାଇବା ପାଇଁ ଯୋଜନା କରିଥିଲେ ୱେବ୍‌ ପୋର୍ଟାଲ୍‌ କର୍ତ୍ତୃପକ୍ଷ।

ସେପଟେ ମାନସ ଚାକିରି ଛାଡ଼ିବା ପରେ ବାହାଘର ସୁଟିଂ କାର୍ଯ୍ୟରେ ନିଜକୁ ନିୟୋଜିତ କରୁଥିଲେ। ଫେବ୍ରୁଆରୀ ୬ ତାରିଖରେ ସେ ଓ ତାଙ୍କ ସାଙ୍ଗ ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ପଳାଶପୁର ଗାଁରେ ହୋଇଥିବା ବିବାହ କାର୍ଯ୍ୟକ୍ରମରେ ଭିଡିଓ ସୁଟିଂ କରିବାକୁ ଯାଇଥିଲେ। ତା’ପର ଦିନ ଅର୍ଥାତ ୭ ତାରିଖରେ ଦୁଇ ସାଙ୍ଗ ଭୁବନେଶ୍ୱର ଫେରୁଥିଲେ। ହେଲେ ଅଧା ରାସ୍ତାରୁ ୱେବ୍‌ ପୋର୍ଟାଲ କର୍ତ୍ତୃପକ୍ଷ, ଲୋକ ଲଗାଇ ବୋଲେରୋରେ ମାନସଙ୍କୁ ଅପହରଣ କରିନେଇଥିଲେ। ମାନସଙ୍କୁ ଭୁବନେଶ୍ୱର ଆଣି ‘ସମ୍ପୂର୍ଣ୍ଣା’ ଅଫିସ୍‌ ପାଖରେ ଏକ ଘର ଭିତରେ ପୂରାଇ ନିର୍ଧୁମ ଛେଚିଥିଲେ। ଆଉ ମେମୋରୀ ଚିପ୍‌ ବିଷୟରେ ପଚାରିଥିଲେ।

ମାଡ଼ ମାରୁଥିବା ବେଳେ ମାନସଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଅପହରଣକାରୀମାନେ ଚିନ୍ତାରେ ପଡ଼ିଯାଇଥିଲେ। କଣ କରିବେ ଭାବି ମୃତଦେହକୁ ପୋଡ଼ିଦେବା ପାଇଁ ଯୋଜନା କରିଥିଲେ। ଫେବ୍ରୁଆରୀ ୮ ତାରିଖ ରାତିରେ ମାନସଙ୍କ ମୃତଦେହକୁ ନୟାଗଡ଼ ଜିଲ୍ଲା ରାଜସୁନାଖଳା ନିକଟସ୍ଥ ବଧିପାଟଣା ପାହାଡ଼ ତଳେ ପୋତି ଦେଇଥିଲେ। ଆଉ ଚା’ପରେ ଚୁପ୍‌ଚାପ୍‌ ଘରକୁ ଫେରି ଆସିଥିଲେ।

ଅନ୍ୟପକ୍ଷରେ ପୁଅ ଘରକୁ ନଫେରିବାରୁ ପରିବାର ଲୋକ ଚିନ୍ତାରେ ପଡ଼ି ଯାଇଥିଲେ। ହଜିଲା ପୁଅକୁ ଚାରିଆଡ଼େ ଖୋଜି ଥିଲେ। ମାତ୍ର ପରିବାର ଲୋକ ମାନସଙ୍କ ପତ୍ତା ପାଇନଥିଲେ। ଏନେଇ ରଣପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପରେ ଭୁବନେଶ୍ୱର ଓ ଚାନ୍ଦବାଲି ଥାନାରେ ମଧ୍ୟ ପରିବାର ଲୋକେ ଅଭିଯୋଗ କରିଥିଲେ। ଚାନ୍ଦବାଲି ଥାନା ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା।

ପୁଲିସ୍‌ ପ୍ରଥମେ ପଳାଶପୁରକୁ ଯାଇଥିଲା। ସେଠାରୁ ମାନସଙ୍କ ସାଙ୍ଗରେ ଯାଇଥିବା ଯୁବକଙ୍କ ସମ୍ପର୍କରେ ସୂଚନା ପାଇଥିଲା। ଏହା ପରେ ପୁଲିସ୍‌ ସମ୍ପୃକ୍ତ ଯୁବକକୁ ଉଠାଇ ଆଣିଥିଲା। ତାକୁ ଜେରା ପରେ ସେ ଅପହରଣ ନେଇ କହିଥିଲା। ତାଙ୍କ ବୟାନ ଆଧାରରେ ପୁଲିସ୍‌ ଅପହରଣରେ ବ୍ୟବହୃତ ହୋଇଥିବା ବୋଲେରୋ ଡ୍ରାଇଭର୍‌ ଭାଗ୍ୟଧର ନାୟକକୁ ଗିରଫ କରିଥିଲା। ଭାଗ୍ୟଧରଙ୍କ ବୟାନ୍‌ ଆଧାରରେ ପୁଲିସ୍‌ ରଣପୁର ଥାନା ଧମଡା ଗାଁର ବିବେକ ନାୟକ ଓ ପୁରୁଣା ଭୁବନେଶ୍ୱରର ମୋହରିର କୃଷ୍ଣଚନ୍ଦ୍ର ନାୟକଙ୍କୁ ଗିରଫ କରିଥିଲା। ଏଥିସହ ପୋତା ଯାଇଥିବା ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

ମାନସ୍‌ ହତ୍ୟାକାଣ୍ଡରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରିଥିଲେ ସୁଦ୍ଧା ଆହୁରି ସସ୍‌ପେନ୍ସ ବାକି ରହିଛି। ଏହି ହତ୍ୟାକାଣ୍ଡରେ ୱେବ୍‌ ପୋର୍ଟାଲ୍‌ ମାଲିକାଣୀ ଓ ଅନ୍ୟ ଜଣେ ମହିଳାଙ୍କ ହାତ ଥିବା ପୁଲିସ୍‌ ସନ୍ଦେହ କରୁଛି। ସେଥିପାଇଁ ମାଲିକାଣୀଙ୍କୁ ଜେରା କରିବାକୁ ଚାହୁଁଛି। ମାତ୍ର ସେ ଫେରାର ଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story