Advertisment

ହିମାଂଶୁଙ୍କୁ ଚିହ୍ନନ୍ତୁ: ନକଲି, ଜାଲି , ପୁରା ୪୨୦

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ। ଜାଲ କାଗଜପତ୍ର ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡପ କରୁଥିବା ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ। ସେ ବାଲେଶ୍ୱରର ଜଣଙ୍କଠାରୁ ୫ଲକ୍ଷ ୫୦ ହଜାର ଚୁନ ଲଗାଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଅନ୍ୟ ଜଣେ ରୋଗୀଙ୍କଠୁ ଠକିଛି ୩ଲକ୍ଷ ୧୯ ହଜାର । ତେବେ ଏନେଇ କିଡନୀ ଆଶାୟୀ  ଅଭିଯୋଗ କରିବା ପରେ ନୟାପଲ୍ଲୀ […]

ଅଦ୍ୟତନ ହୋଇଛି
ହିମାଂଶୁଙ୍କୁ ଚିହ୍ନନ୍ତୁ: ନକଲି, ଜାଲି , ପୁରା ୪୨୦

uio

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ। ଜାଲ କାଗଜପତ୍ର ଜରିଆରେ ଲୋକଙ୍କୁ ଭୁଆଁ ବୁଲାଇ ଟଙ୍କା ହଡପ କରୁଥିବା ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ। ସେ ବାଲେଶ୍ୱରର ଜଣଙ୍କଠାରୁ ୫ଲକ୍ଷ ୫୦ ହଜାର ଚୁନ ଲଗାଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଅନ୍ୟ ଜଣେ ରୋଗୀଙ୍କଠୁ ଠକିଛି ୩ଲକ୍ଷ ୧୯ ହଜାର । ତେବେ ଏନେଇ କିଡନୀ ଆଶାୟୀ  ଅଭିଯୋଗ କରିବା ପରେ ନୟାପଲ୍ଲୀ ପୁଲିସ ହିମାଂଶୁକୁ ଗିରଫ କରିବା ସହ ଘଟଣାର ଖୋଳତାଡ କରୁଛି।

Advertisment

କିଡନୀ ଯୋଗାଣ ଆଳରେ ରୋଗୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ମାଷ୍ଟରମାଇଣ୍ଡକୁ ଧରିଛି କମିଶନରେଟ ପୁଲିସ।  ନକଲି କାଗଜପତ୍ର ଜରିଆରେ ଲୋକଙ୍କୁ  ଠକିବାର ଜାଲ ବିଛାଇଥିଲା ହିମାଂଶୁ  । କିଡନୀ ଯୋଗାଇ ଦେବାକୁ ସେ ବାଲେଶ୍ୱର ରୁପସା ଅଞ୍ଚଳର ପ୍ରତାପ ମିଶ୍ରଙ୍କଠୁ ୫ ଲକ୍ଷ ୫୦ ହଜାର ଟଙ୍କା ନେଇଥିବା ବେଳେ ଭୁବନେଶ୍ୱର ଲକ୍ଷ୍ମୀସାଗରର ତରୁଲତା ମିଶ୍ରଙ୍କୁ ଠକିଛି ୩ଲକ୍ଷ ୧୯ହଜାର।   ତେବେ କିଡନୀ ଆଶାୟୀ ହସ୍ପିଟାଲରେ ପହଞ୍ଚି ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ପରେ ହିମାଂଶୁର କାରସାଦି ଧରାପଡିଛି।

ପ୍ରତାପ ଓ ତରୁଲତାଙ୍କ ଅଭିଯୋଗ ପରେ କମିଶନରେଟ୍ ପୋଲିସ ହିମାଂଶୁକୁ ଗିରଫ କରିଛି। ତେବେ ନଜର ପକାନ୍ତୁ ହିମାଂଶୁର ମୋଡସ ଅପରେଣ୍ଡି ଉପରେ । ସେ କିଭଳି କିଡନୀ ଆଶାୟୀଙ୍କ ସଂପର୍କରେ ଆସୁଥିଲା ଓ ସେମାନଙ୍କ ବିଶ୍ୱାସ ଜିତି ଲକ୍ଷ ଲକ୍ଷ ଟଙ୍କା ଖସେଇ ନେବାରେ ସଫଳ ବି ହେଉଥିଲା । ପୁଲିସର ସୂଚନା ଅନୁଯାୟୀ ହିମାଂଶୁ ନିଜର ଜଣେ ସହଯୋଗୀ ସମୀର ସୁବୁଦ୍ଧିକୁ ଏଥିପାଇଁ ବ୍ୟବହାର କରୁଥିଲା । ସମୀର କିଡନୀ ଦେବ ବୋଲି କହି ତାକୁ ରୋଗୀଙ୍କ ସହିତ ଆବଶ୍ୟକ ପରୀକ୍ଷଣ ଲାଗି କୋଲକତା ବି ପଠାଇଥିଲା । ତେବେ ପ୍ରଶ୍ନ ଉଠୁଛି କିଡନୀ ପ୍ରତିରୋପଣ ଲାଗି ଡିଏମଇଟିଙ୍କ ବିଧିବଦ୍ଧ ଗାଇଡ୍‌ଲାଇନ ରହିଛି ।

Advertisment

କିଡନୀ ଆଶାୟୀ କଣ ଏ ବିଷୟରେ କଣ ଅବଗତ ନଥିଲେ? ନା ସବୁ ଜାଣି ଜୀବନ ବଞ୍ଚାଇବା ଲୋଭରେ ହିଂମାଶୁର ମାୟାଜାଲର ଶିକାର ହୋଇଥିଲେ । ତେବେ  ନିଜ ଫନ୍ଦି ଧରା ପଡିଯିବା ପରେ ହିମାଂଶୁ ଟଙ୍କା ଫେରାଇ ଦେବ ବୋଲି କହି ମାମଲାକୁ ଚପାଇ ଦେବାକୁ ଉଦ୍ୟମ ବି କରିଥିଲା। ଏବେ ପ୍ରଶ୍ନ କେବଳ  ପ୍ରତାପ ଓ ତରୁଲତା ହିମାଂଶୁଙ୍କ ଠକେଇର ଶିକାର ହୋଇଛନ୍ତି ନା ଏହି ତାଲିକାରେ ଆଉ କିଏ ଅଛନ୍ତି ?

ଅଧିକ ପଢନ୍ତୁ : ମକର ସଂକ୍ରାନ୍ତି ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୬ଟି କାମ

Odia News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe