Advertisment

କିଡନୀ ଦଲାଲ ହିଂମାଶୁକୁ ଆଜି ରିମାଣ୍ଡରେ ନେବ ପୁଲିସ୍‌, ଖୋଲିପାରେ ନେଟୱର୍କ ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଡନୀ ଦଲାଲ ହିଂମାଶୁ ଭୂଷଣ ନନ୍ଦଙ୍କୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ୍‌।  ଏନେଇ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଗତକାଲି କମିଶନରେଟ  ପୁଲିସ୍‌କୁ  ଅନୁମତି ଦେଇଛନ୍ତି  । ତେଣୁ ପୁଲିସ୍‌ ହିମାଂଶୁଙ୍କୁ ରିମାଣ୍ଡରେ ନେଇ ଖୋଲିପାରେ ପୁରା ନେଟୱର୍କ ଗୁମର । କିଡନୀ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଛି ହିଂମାଶୁ । ତେଣୁ ଏହି ଠକେଇ ପଛରେ କିଏ କିଏ ସାମିଲ ତାକୁ ନେଇ ତଦନ୍ତ […]

କିଡନୀ ଦଲାଲ ହିଂମାଶୁକୁ ଆଜି ରିମାଣ୍ଡରେ ନେବ ପୁଲିସ୍‌, ଖୋଲିପାରେ ନେଟୱର୍କ ଗୁମର

ccc

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଡନୀ ଦଲାଲ ହିଂମାଶୁ ଭୂଷଣ ନନ୍ଦଙ୍କୁ ଆଜିଠୁ ତିନି ଦିନିଆ ରିମାଣ୍ଡରେ ନେବ କମିଶନରେଟ୍ ପୁଲିସ୍‌।  ଏନେଇ ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଗତକାଲି କମିଶନରେଟ  ପୁଲିସ୍‌କୁ  ଅନୁମତି ଦେଇଛନ୍ତି  । ତେଣୁ ପୁଲିସ୍‌ ହିମାଂଶୁଙ୍କୁ ରିମାଣ୍ଡରେ ନେଇ ଖୋଲିପାରେ ପୁରା ନେଟୱର୍କ ଗୁମର ।

Advertisment

କିଡନୀ ଦେବା ନାଁରେ ଲୋକଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଚୁନା ଲଗାଇଛି ହିଂମାଶୁ । ତେଣୁ ଏହି ଠକେଇ ପଛରେ କିଏ କିଏ ସାମିଲ ତାକୁ ନେଇ ତଦନ୍ତ ହେବ । ହସ୍ପିଟାଲ, ଡାକ୍ତର ଓ କିଡନୀ  ଡୋନରଙ୍କ ଲିଙ୍କ୍ ସମ୍ପର୍କରେ ରିମାଣ୍ଡ ସମୟରେ ପଚରାଉଚରା କରାଯାଇପାରେ । ତାସହ ହିଂମାଶୁଙ୍କ ସମ୍ପତ୍ତି ସମ୍ପର୍କରେ ବି ତଥ୍ୟ ଯୋଗାଡ଼ କରିଛି ପୋଲିସ୍ । ହିଂମାଶୁ କିଡନୀ ଦେବା ନାଁରେ ୩୦ ଲକ୍ଷରୁ ଅଧିକ ଟଙ୍କା ଠକିଥିବା ଅଭିଯୋଗରେ ୩ଟି ମାମଲା ରୁଜୁ ହୋଇଛି ।

publive-image

ସୂଚନାଯୋଗ୍ୟ,  କିଡନୀ ଦେବା ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗରେ ଭୁବନେଶ୍ୱର ଉତ୍ତରା ଅଞ୍ଚଳର ହିମାଂଶୁ ନନ୍ଦଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ। ସେ ବାଲେଶ୍ୱରର ଜଣଙ୍କଠାରୁ ୫ଲକ୍ଷ ୫୦ ହଜାର  ଓ ଭୁବନେଶ୍ୱର ଲକ୍ଷ୍ମୀସାଗର ଅଞ୍ଚଳର ଅନ୍ୟ ଜଣେ ରୋଗୀଙ୍କଠୁ  ୩ଲକ୍ଷ ୧୯ ହଜାର ଟଙ୍କା ଠକିଥିବା ଅଭିଯୋଗ ହୋଇଥିଲା । ତେବେ ଏନେଇ କିଡନୀ ଆଶାୟୀ  ଅଭିଯୋଗ କରିବା ପରେ ନୟାପଲ୍ଲୀ ପୁଲିସ ହିମାଂଶୁକୁ ଗିରଫ କରିଥିଲା।

Advertisment

କିଡନୀ ଆଶାୟୀ ହସ୍ପିଟାଲରେ ପହଞ୍ଚି ଡକ୍ୟୁମେଣ୍ଟ ଯାଞ୍ଚ କରାଇବା ପରେ ହିମାଂଶୁର କାରସାଦି ଧରାପଡିଥିଲା। ଏଥିସହ ନକଲି କାଗଜପତ୍ର ଜରିଆରେ ଲୋକଙ୍କୁ  ଠକିବାକୁ ହିମାଂଶୁ ଜାଲ ବିଛାଇଥିବା ଜଣାପଡ଼ିଥିଲା।

ପୁଲିସର ସୂଚନା ଅନୁଯାୟୀ ହିମାଂଶୁ ନିଜର ଜଣେ ସହଯୋଗୀ ସମୀର ସୁବୁଦ୍ଧିକୁ ଏଥିପାଇଁ ବ୍ୟବହାର କରୁଥିଲା । ସମୀର କିଡନୀ ଦେବ ବୋଲି କହି ତାକୁ ରୋଗୀଙ୍କ ସହିତ ଆବଶ୍ୟକ ପରୀକ୍ଷଣ ଲାଗି କୋଲକତା ବି ପଠାଇଥିଲା । ତେବେ ପ୍ରଶ୍ନ ଉଠୁଛି କିଡନୀ ପ୍ରତିରୋପଣ ଲାଗି ଡିଏମଇଟିଙ୍କ ବିଧିବଦ୍ଧ ଗାଇଡ୍‌ଲାଇନ ରହିଥିବା ବେଳେ ହିମାଂଶୁ କିପରି ଏପରି ସାଂଘାତିକ କାରସାଦି କରୁଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe