Advertisment

ବିଜେଡି ପାଇଁ କାମ କରୁଛି, ପ୍ରାର୍ଥୀ ହେବାକୁ ଚାହୁଁଛି...

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଉଷ୍ମ ହେଲାଣି ଗଞ୍ଜାମ ରାଜନୀତି। ପୋଷ୍ଟର ଓ ବ୍ୟାନରରେ ଛାଇଗଲାଣି ସହରର ଗଳି କନ୍ଦି। ରଣକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଆଶାୟୀମାନେ ପ୍ରାର୍ଥୀ ହେବା ପାଇଁ ଆଶା ପ୍ରକଟ କରୁଛନ୍ତି। କିଏ ଗୁପ୍‌ଚୁପ୍‌ରେ ରଣନୀତି ପ୍ରସ୍ତୁତି କରୁଛି ତ ଆଉ କିଏ ଖୁଲମ୍‌ଖୁଲା ଟିକେଟ ପାଇବା ପାଇଁ କହୁଛନ୍ତି। ଏମିତି ଜଣେ ଆଶାୟୀ ହେଉଛନ୍ତି ଗଞ୍ଜାମ କିନ୍ନର ସଂଘର ସଭାପତି […]

ଅଦ୍ୟତନ ହୋଇଛି
ବିଜେଡି ପାଇଁ କାମ କରୁଛି, ପ୍ରାର୍ଥୀ ହେବାକୁ ଚାହୁଁଛି...

Sweet-Sahu

Advertisment

ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ପୌର ନିର୍ବାଚନ ପାଇଁ ଉଷ୍ମ ହେଲାଣି ଗଞ୍ଜାମ ରାଜନୀତି। ପୋଷ୍ଟର ଓ ବ୍ୟାନରରେ ଛାଇଗଲାଣି ସହରର ଗଳି କନ୍ଦି। ରଣକ୍ଷେତ୍ରକୁ ଓହ୍ଲାଇବା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଆଶାୟୀମାନେ ପ୍ରାର୍ଥୀ ହେବା ପାଇଁ ଆଶା ପ୍ରକଟ କରୁଛନ୍ତି। କିଏ ଗୁପ୍‌ଚୁପ୍‌ରେ ରଣନୀତି ପ୍ରସ୍ତୁତି କରୁଛି ତ ଆଉ କିଏ ଖୁଲମ୍‌ଖୁଲା ଟିକେଟ ପାଇବା ପାଇଁ କହୁଛନ୍ତି। ଏମିତି ଜଣେ ଆଶାୟୀ ହେଉଛନ୍ତି ଗଞ୍ଜାମ କିନ୍ନର ସଂଘର ସଭାପତି ସୁଇଟି ସାହୁ।

Advertisment

ସୁଇଟି ସାହୁ ବିଜେଡିରୁ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି। ସେଥିପାଇଁ ସେ ଆଜି ପ୍ରାର୍ଥିପତ୍ର ଫର୍ମ କିଣିବାକୁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଛନ୍ତି। ସୁଇଟି ଚାହୁଁଛନ୍ତି ବ୍ରହ୍ମପୁର ମହାନଗର ନିଗମର ୱାର୍ଡ ନମ୍ୱର ନମ୍ୱର ୭ ଲାଞ୍ଜିପଲ୍ଲୀରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି କହୁଛନ୍ତି। କିନ୍ତୁ ଜାଣିନାହାନ୍ତି ବିଜେଡି ତାଙ୍କୁ ଟିକଟ ଦେବ କି ନାହିଁ।

ଗଣମାଧ୍ୟମକୁ ସୂଚନା ଦେଇ ସୁଇଟି କହିଛନ୍ତି, ବ୍ରହ୍ମପୁର ମହାନଗର ପ୍ରତି ୱାର୍ଡରେ ଅନେକ ସମସ୍ୟା ରହିଛି। ରାସ୍ତାଘାଟ ଓ ପାନୀୟ ଜଳ ସମସ୍ୟା ସମସ୍ତଙ୍କୁ ଜଳଜଳ ଦେଖାଯାଉଛି। ଗରିବ ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ ସମସ୍ୟା ଦୂର କରିବେ ବୋଲି କହିଛନ୍ତି ସୁଇଟି। ମୁଁ ବିଜେଡି ପାଇଁ କାମ କରୁଛି। ଆଗକୁ ମଧ୍ୟ କାମ କରିବି। ସେଇଥିପାଇଁ ବିଜେଡି ପ୍ରାର୍ଥୀ ହେବାକୁ ଚାହୁଁଛି ବୋଲି ସୁଇଟି କହିଛନ୍ତି।

Advertisment

ପ୍ରାର୍ଥୀ ହେବା ପାଇଁ ସୁଯୋଗ ମିଳିବ କି ପ୍ରଶ୍ନରେ ସୁଇଟି କହିଛନ୍ତି, ଟିକଟ ମିଳୁ ବା ନମିଳୁ ଲୋକଙ୍କ ପାଇଁ କାମ କରିବି ଓ ନିର୍ବାଚନରେ ଲଢ଼ିବି। ଜଣେ ପୁରୁଷ ବା ଜଣେ ମହିଳାଙ୍କୁ ଯେମିତି ସମ୍ମାନ ମିଳୁଛି, ଠିକ୍‌ ସେମିତି ଆମକୁ ମଧ୍ୟ ମିଳିଛି। ବର୍ତ୍ତମାନ କିନ୍ନରଙ୍କ ଗଣତି ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ତେଣୁ ଆମେ ମଧ୍ୟ ନିର୍ବାଚନ ଲଢ଼ିବୁ ଓ ଏ ସମାଜ ପାଇଁ କାମ କରିବୁ ବୋଲି ସୁଇଟି ଗଣମାଧ୍ୟମକୁ କହିଛନ୍ତି।

Odisha Municipal Election 2022
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe