Advertisment

୨୦୦୦ ଲିଟର କିରୋସିନି ଜବତ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତେନ୍ତୁଳିବେଲାରୀ ଗାଁରୁ ପ୍ରାୟ ୨୦୦୦ ଲିଟର କିରୋସିନି ଜବତ ହୋଇଛି। ଗତକାଲି ବିଳମ୍ୱିତ ରାତିରେ ଏକ ପିକଅପ୍‌ ଗାଡ଼ିରେ ଲୋଡ୍‌ ହୋଇଥିବା ଏହି କିରୋସିନିକୁ ଗାଁର ଯୁବକମାନେ ଅଟକ ରଖିଥିଲେ। ଏନେଇ ଆଜି ସକାଳେ ବାଲିକୁଦା ଥାନାକୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  କିରୋସିନି ଜବତ କରି ନିକଟସ୍ଥ ଅନନ୍ତପୁର ଫାଣ୍ଡିରେ ରଖିଛି। ତେବେ ଏତେ ପରିମାଣରେ କିରୋସିନି ବିଳମ୍ବିତ ରାତିରେ କିଏ କେଉଁଠିକୁ […]

author-image
Jyoshna Pradhan
୨୦୦୦ ଲିଟର କିରୋସିନି ଜବତ

jagasingpur

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ତେନ୍ତୁଳିବେଲାରୀ ଗାଁରୁ ପ୍ରାୟ ୨୦୦୦ ଲିଟର କିରୋସିନି ଜବତ ହୋଇଛି।

Advertisment

ଗତକାଲି ବିଳମ୍ୱିତ ରାତିରେ ଏକ ପିକଅପ୍‌ ଗାଡ଼ିରେ ଲୋଡ୍‌ ହୋଇଥିବା ଏହି କିରୋସିନିକୁ ଗାଁର ଯୁବକମାନେ ଅଟକ ରଖିଥିଲେ। ଏନେଇ ଆଜି ସକାଳେ ବାଲିକୁଦା ଥାନାକୁ ଖବର ଦିଆଯାଇଥିଲା। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  କିରୋସିନି ଜବତ କରି ନିକଟସ୍ଥ ଅନନ୍ତପୁର ଫାଣ୍ଡିରେ ରଖିଛି। ତେବେ ଏତେ ପରିମାଣରେ କିରୋସିନି ବିଳମ୍ବିତ ରାତିରେ କିଏ କେଉଁଠିକୁ ନେଉଥିଲା ତାର ଖୋଳତାଡ଼ ଆରମ୍ଭ ହୋଇଛି।