Advertisment

ପତ୍ନୀଙ୍କୁ କହିଥିଲେ ଶ୍ରୀନଗରରେ ପହଞ୍ଚି ଫୋନ୍‌ କରିବି, ହେଲେ ଆସିଲା...

କଟକ (ଓଡ଼ିଶା ରିପୋର୍ଟର): ଜମ୍ମୁ କାଶ୍ମୀରର ପୁଲଓ୍ୱାମାରେ ଗତକାଲି ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି। ଏହି ଦୁଇ ଯବାନ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ରତନପୁର ଗାଁର ମନୋଜ କୁମାର ବେହେରା। ସିଆରପିଏଫ୍ କନଷ୍ଟେବଳ ଭାବେ କାର୍ଯ୍ୟରତ ମନୋଜ ଗତକାଲି ପତ୍ନୀଙ୍କୁ ଫୋନ୍‌ କରି କଥା ହୋଇଥିଲେ। ଶ୍ରୀନଗର ଯିବାର ଅଛି ବୋଲି କହିଥିଲେ। ମନୋଜଙ୍କ ସହିଦ ହେବା ଖବର ଶୁଣିବା […]

author-image
Rakesh Mallick
ଅଦ୍ୟତନ ହୋଇଛି
ପତ୍ନୀଙ୍କୁ କହିଥିଲେ ଶ୍ରୀନଗରରେ ପହଞ୍ଚି ଫୋନ୍‌ କରିବି, ହେଲେ ଆସିଲା...

manoj

କଟକ (ଓଡ଼ିଶା ରିପୋର୍ଟର): ଜମ୍ମୁ କାଶ୍ମୀରର ପୁଲଓ୍ୱାମାରେ ଗତକାଲି ଆତଙ୍କବାଦୀ ଆକ୍ରମଣରେ ସହିଦ ଯବାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ରହିଛନ୍ତି। ଏହି ଦୁଇ ଯବାନ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁର ପ୍ରସନ୍ନ କୁମାର ସାହୁ ଏବଂ କଟକ ଜିଲ୍ଲା ରତନପୁର ଗାଁର ମନୋଜ କୁମାର ବେହେରା।

Advertisment

ସିଆରପିଏଫ୍ କନଷ୍ଟେବଳ ଭାବେ କାର୍ଯ୍ୟରତ ମନୋଜ ଗତକାଲି ପତ୍ନୀଙ୍କୁ ଫୋନ୍‌ କରି କଥା ହୋଇଥିଲେ। ଶ୍ରୀନଗର ଯିବାର ଅଛି ବୋଲି କହିଥିଲେ। ମନୋଜଙ୍କ ସହିଦ ହେବା ଖବର ଶୁଣିବା ପରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଛନ୍ତି ପତ୍ନୀ। ହୃଦୟରେ କୋହକୁ ଚାପି ଗତକାଲି ମନୋଜଙ୍କ ସହ ହୋଇଥିବା ସେହି ଶେଷ ପଦ କଥା କହିଛନ୍ତି। ଯାହା ଶୁଣିଲେ ହୃଦୟ ଫାଟି ପଡୁଛି।

ଫୋନ୍‌ରେ ପତ୍ନୀଙ୍କୁ ମନୋଜ କହିଥିଲେ, “ଶ୍ରୀନଗର ଯାଉଛି। ରାସ୍ତା କ୍ଲିୟର୍‌ ନଥିବାରୁ କିଛି ସମୟ ପରେ ବାହାରିବି। ଶ୍ରୀନଗର ଯିବାକୁ ରାତି ସାଢ଼େ ୩ଟାରୁ ଉଠିଲିଣି। ପହଞ୍ଚି ଫୋନ୍‌ କରିବି।

Advertisment

ଘଟଣା ସମ୍ପର୍କରେ ସିଆରପିଏଫ୍ ପକ୍ଷରୁ ମନୋଜଙ୍କ ସମ୍ପର୍କୀୟଙ୍କୁ ଗତକାଲି ସୂଚନା ଦିଆଯାଇଥିଲା। ଏହାପରେ ବନ୍ଧୁ, ପରିଜନ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

କିଛିଦିନ ତଳେ ମନୋଜ ଛୁଟିରେ ଘରକୁ ଆସି କର୍ମକ୍ଷେତ୍ରକୁ ଫେରିଥିଲେ ।