Unlock 4.0: ଶଟଡାଉନ୍ ଉଠିଲା, କିନ୍ତୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବଳବତ୍ତର ରହିଲା କଟକଣା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁରୂପ କେବଳ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ଲାଗୁ ଓ କଣ୍ଟେନମେଣ୍ଟେ ଜୋନ୍ ବାହାରେ କୌଣସି ଅଧିକାରୀ ଲକଡାଉନ୍ କରିପାରିବେ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସାପ୍ତାହିକ ସଟଡାଉନ୍ ଓ ରାତ୍ରିକାଳୀନ ଲକଡାଉନକୁ ଉଠାଇଥିବା ରାଜ୍ୟ ସରକାର ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, […]

katakana

katakana

Subrat Kumar Nayak
  • Published: Monday, 31 August 2020
  • Updated: 01 September 2020, 11:59 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ସେପ୍ଟେମ୍ବର ମାସ ପାଇଁ ଗାଇଡଲାଇନ ଜାରି କରିଛନ୍ତି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁରୂପ କେବଳ କଣ୍ଟେନମେଣ୍ଟ ଜୋନ୍ ଭିତରେ ଲକଡାଉନ୍ ଲାଗୁ ଓ କଣ୍ଟେନମେଣ୍ଟେ ଜୋନ୍ ବାହାରେ କୌଣସି ଅଧିକାରୀ ଲକଡାଉନ୍ କରିପାରିବେ ନାହିଁ ବୋଲି ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି। ସାପ୍ତାହିକ ସଟଡାଉନ୍ ଓ ରାତ୍ରିକାଳୀନ ଲକଡାଉନକୁ ଉଠାଇଥିବା ରାଜ୍ୟ ସରକାର ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ସାମାଜିକ, ରାଜନୀତିକ, କ୍ରୀଡ଼ା, ଧାର୍ମିକ, ଆମୋଦପ୍ରମୋଦ, ସାଂସ୍କୃତିକ, ଶିକ୍ଷା ସମ୍ବନ୍ଧୀୟ ଆଦି ସମସ୍ତ ପ୍ରକାରର ଅଧିକ ସଂଖ୍ୟକ ଲୋକଙ୍କ ସମାବେଶ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଛନ୍ତି। ସିନେମା ହଲ୍ , ସୁଇମିଂ ପୁଲ, ଏଣ୍ଟରଟେନମେଣ୍ଟ କମ୍ପେ୍ଲକ୍ସ , ଥିଏଟର, ଅଡିଟୋରିୟମ ଆଦି ସମାବେଶ ସ୍ଥଳୀଗୁଡ଼ିକରେ କାର୍ଯ୍ୟକ୍ରମ ଉପରେ କଟକଣା ଜାରି କରିଥିଲେ ମଧ୍ୟ ସେପ୍ଟେମ୍ବର ୨୧ତାରିଖ ପରେ ମୁକ୍ତାକାଶ ଥିଏଟର ଓ ସମାନ ସ୍ଥଳୀରେ କାର୍ଯ୍ୟକ୍ରମ ନିମନ୍ତେ ଅନୁମତି ଦେଇଛନ୍ତି। ତା’ପୁଣି ନିର୍ଦ୍ଧାରିତ ସଂଖ୍ୟକ ଲୋକଙ୍କ ସମାବେଶ ନିମନ୍ତେ।
ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଆଜି ସେପ୍ଟେମ୍ବର ୧ରୁ ୩୦ତାରିଖ ପର୍ଯ୍ୟନ୍ତ କରୋନା ଗାଇଡଲାଇନ ଜାରି କରିଛନ୍ତି। ସେଥିରେ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନରେ ଲକଡାଉନ୍ ଲାଗୁ କରିବା ନିମନ୍ତେ ସମ୍ପୃକ୍ତ ଜିଲ୍ଲାପାଳ ଅବା ମହାନଗର ପ୍ରଶାସକଙ୍କୁ ଅନୁମତି ମିଳିବ। ସମ୍ପୃକ୍ତ ଅଧିକାରୀ ସେହି ସୂଚନାକୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଅବଗତ କରାଇବେ। କଣ୍ଟେନମେଣ୍ଟ ଜୋନରେ ସମସ୍ତ ପ୍ରକାରର ଅତ୍ୟାବଶ୍ୟକ ସେବାକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନ୍ ବାହାରେ କୌଣସି ପ୍ରକାରର ଲକଡାଉନକୁ ଅନୁମତି ମିଳିବ ନାହିଁ।

ସେପ୍ଟେମ୍ବର ୧ରୁ ରାଜ୍ୟ ଭିତରେ ଓ ରାଜ୍ୟ ବାହାରକୁ ଯାତ୍ରୀବାହୀ ବସ୍ ଚଳାଚଳ କରିପାରିବ। ତା’ଛଡ଼ା ରାଜ୍ୟ ଭିତରେ ଯିବାଆସିବା ପାଇଁ କୌଣସି ପ୍ରକାରର ଅନୁମତି ଆବଶ୍ୟକ ପଡ଼ିବ ନାହିଁ। ତେବେ ଟ୍ରେନ ଓ ଘରୋଇ ବିମାନ ଯାତ୍ରାବେଳେ ଯାତ୍ରୀଙ୍କୁ ଆବଶ୍ୟକ ଗାଇଡଲାଇନ୍ ପାଳନ କରିବାକୁ ହେବ।
ଅଫିସ ହେଉ ଅବା ସର୍ବସାଧାରଣ ସ୍ଥଳୀ ଅବା ଯାନବାହନରେ ଯିବାବେଳେ ମାସ୍କ ପିନ୍ଧିବା ଜରୁରୀ ହେବ। ସର୍ବସାଧାରଣ ସ୍ଥଳରେ ୬ଫୁଟର ସାମାଜିକ ଦୂରତ୍ୱକୁ ପାଳନ କରିବେ । ଦୋକାନ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାମାଜିକ ଦୂରତ୍ୱ ଓ ମାସ୍କ ପିନ୍ଧିବାକୁ ଉଭୟ ଗ୍ରାହକ ଓ କର୍ମଚାରୀମାନେ ପାଳନ କରିବେ । ନିୟମ ଖିଲାପ କଲେ ସମ୍ପୃକ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ହେବ।

ସେହିପରି ସେଲୁନ, ସ୍ପା, ବ୍ୟୁଟି ପାର୍ଲର ଓ ଚୁଟିକଟା ଦୋକାନଗୁଡ଼ିକ ସମସ୍ତ ପ୍ରକାରର ନିରାପତ୍ତା ଅବଲମ୍ବନ କରିବେ। ପ୍ରତ୍ୟେକ ଗ୍ରାହକଙ୍କୁ ସେବା ଯୋଗାଇବା ପରେ ସାନିଟାଇଜ୍ କରିବେ। ଏହାର ଖିଲାପ କଲେ ଦୋକାନର ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ।

ସେହିପରି ବିବାହ ସଂକ୍ରାନ୍ତ ଭୋଜିରେ ୫୦ଜଣ ଓ ମୃତ୍ୟୁଜନିତ କାର୍ଯ୍ୟରେ ୨୦ଜଣରୁ ଅଧିକ ଲୋକ ଏକଜୁଟ ହୋଇପାରିବେ ନାହିଁ। ସର୍ବସାଧାରଣ ସ୍ଥଳରେ ଛେପ ପକାଇବା ଦଣ୍ଡନୀୟ ହେବ। ମଦ,ଗୁଟଖା, ପାନ ଆଦି ସର୍ବସାଧାରଣ ସ୍ଥଳରେ ଖାଇବା ଉପରେ କଟକଣା ରହିବ।

ସ୍କୁଲ,କଲେଜ, ବିଶ୍ୱବିଦ୍ୟାଳୟ ଓ ଅନ୍ୟ ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ଅଙ୍ଗନବାଡ଼ି ଆଦି ବନ୍ଦ ରହିବ। ପାଠପଢ଼ା ସଂକ୍ରାନ୍ତ କାର୍ଯ୍ୟ ପୂଜାଛୁଟି ପର୍ଯ୍ୟନ୍ତ ବନ୍ଦ ରହିବ ।ସେପ୍ଟେମ୍ବର ୨୧ତାରିଖ ପରେ କଣ୍ଟେନମେଣ୍ଟ ଜୋନ୍ ବାହାରେ ସ୍କୁଲ ଓ କଲେଜରେ ୫୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ କାର୍ଯ୍ୟ କରିପାରିବେ। ଅନଲାଇନ୍ ପାଠପଢ଼ା ଓ ଟେଲି କାଉନସେଲିଂ ଆଦି କାର୍ଯ୍ୟ ହୋଇପାରିବ। ପରୀକ୍ଷା ପରିଚାଳନା, ଖାତା ଦେଖା ଓ ଅନ୍ୟ ପ୍ରଶାସନିକ ଗତିବିଧି ହୋଇପାରିବ।

ସେପ୍ଟେମ୍ବର ୨୧ତାରିଖ ପରେ ଦକ୍ଷତା ଓ ଉଦ୍ୟୋଗୀ ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଅନୁମତି ମିଳିବ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଅଫିସ ସମେତ ଘରୋଇ କ୍ଷେତ୍ରର ଅଫିସଗୁଡ଼ିକ ଜୁନ୍ ୩୦ତାରିଖରେ ଜାରି ଆବଶ୍ୟକ ଗାଇଡଲାଇନ୍ ପାଳନ କରି ଅଫିସ ଚଳାଇପାରିବେ।

ଏସବୁ ବ୍ୟତୀତ ସେପ୍ଟେମ୍ବର ୩୦ତାରିଖ ପର୍ଯ୍ୟନ୍ତ ୬୫ବର୍ଷ ବୟସରୁ ଅଧିକ ବ୍ୟକ୍ତି, ୧୦ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, ଗର୍ଭବତୀ ମହିଳା ଓ ବହୁବିଧ ରୋଗରେ ପୀଡ଼ିତ ଲୋକମାନଙ୍କୁ ଘରୁ ବାହାରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।

ମହାମାରୀ ପରିଚାଳନା ଆଇନ-୨୦୦୫ ଅନ୍ତର୍ଗତ ଜାରି ଏହି ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଳ୍ଲାପାଳ, ମହାନଗର କମିଶନର ଓ ପୁଲିସ କମିଶନରଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story