Advertisment

କୋଇଲି ବୈକୁଣ୍ଠରେ ବିଜେ ହେଲେ ଦେବୀ ସୁଭଦ୍ରାଙ୍କ ଦାରୁ

ପୁରୀ:ଶ୍ରୀ ମନ୍ଦିରର କୋଇଲି ବୈକୁଣ୍ଠରେ ବିଜେ ହୋଇଛନ୍ତି ଦେବୀ ସୁଭଦ୍ରାଙ୍କ ଦାରୁ। ସକାଳ ୧୦ଟା୧୫ରେ ଉତ୍ତର ଦ୍ୱାର ଦେଇ ସବାୟତମାନେ ଦାରୁକୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।ମହାପାତ୍ର ସବାୟତମାନଙ୍କର ଦ୍ୱାର ତୁଳସୀ ଓ ଫୁଲମାଳ ଦିଆଯାଇ ଦାରୁଙ୍କୁ ସ୍ୱାଗତ କରାଯାଇଥିଲା। ସୁଭଦ୍ରା ଦାରୁଙ୍କୁ ଦାରୁଘରେ ସ୍ବତନ୍ତ୍ର ରୀତି ନୀତି ସମ୍ପର୍ଣ୍ଣ କରାଯିବ। ଆଜି ସକାଳ ୮ଟା ୪୦ରେ ଶ୍ରୀମନ୍ଦିର ଅବକାଶ ନୀତି ଶେଷ ହେବାପରେ ବିଜୟକାହଳୀ ବଜାଯାଇଥିଲା। ଏହାପରେ ଯଜ୍ଞ ନୃସିଂହ ମନ୍ଦିରରୁ ଦେବୀ ସୁଭଦ୍ରାଙ୍କ ଦାରୁ ଶଗଡିକୁ ଶ୍ରୀମନ୍ଦିର […]

author-image
Rakesh Mallick
ଅଦ୍ୟତନ ହୋଇଛି
କୋଇଲି ବୈକୁଣ୍ଠରେ ବିଜେ ହେଲେ ଦେବୀ ସୁଭଦ୍ରାଙ୍କ ଦାରୁ

SUBHADRA DARU

ପୁରୀ:ଶ୍ରୀ ମନ୍ଦିରର କୋଇଲି ବୈକୁଣ୍ଠରେ ବିଜେ ହୋଇଛନ୍ତି ଦେବୀ ସୁଭଦ୍ରାଙ୍କ ଦାରୁ। ସକାଳ ୧୦ଟା୧୫ରେ ଉତ୍ତର ଦ୍ୱାର ଦେଇ ସବାୟତମାନେ ଦାରୁକୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ।ମହାପାତ୍ର ସବାୟତମାନଙ୍କର ଦ୍ୱାର ତୁଳସୀ ଓ ଫୁଲମାଳ ଦିଆଯାଇ ଦାରୁଙ୍କୁ ସ୍ୱାଗତ କରାଯାଇଥିଲା। ସୁଭଦ୍ରା ଦାରୁଙ୍କୁ ଦାରୁଘରେ ସ୍ବତନ୍ତ୍ର ରୀତି ନୀତି ସମ୍ପର୍ଣ୍ଣ କରାଯିବ।

Advertisment

ଆଜି ସକାଳ ୮ଟା ୪୦ରେ ଶ୍ରୀମନ୍ଦିର ଅବକାଶ ନୀତି ଶେଷ ହେବାପରେ ବିଜୟକାହଳୀ ବଜାଯାଇଥିଲା। ଏହାପରେ ଯଜ୍ଞ ନୃସିଂହ ମନ୍ଦିରରୁ ଦେବୀ ସୁଭଦ୍ରାଙ୍କ ଦାରୁ ଶଗଡିକୁ ଶ୍ରୀମନ୍ଦିର ଅଭିମୁଖେ ଟାଣି ଆଣିଥିଲ ହଜାର ହଜାର ଶ୍ରଦ୍ଧାଳୁ । ହରିବୋଲ,ଶଙ୍ଖ,ହୁଳହୁଳି ଓ ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଥିଲା ଶ୍ରୀକ୍ଷେତ୍ର। କାଇଲିବୈକୁଣ୍ଠରେ ପହଞ୍ଚିବାପେର ଦାରୁଙ୍କୁ ବେଦଜ୍ଞମାନ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପର୍ଣ୍ଣ କରିବେ।  ଗତକାଲି ଭୋରୁ ବୀରହରେକୃଷ୍ଣପୁରରେ ଏହି ଶଗଡି ପହଞ୍ଚିଥିଲା। ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା।