Advertisment

କୋଇଲି ବୈକୁଣ୍ଠରେ ବିଜେ କଲେ ଶ୍ରୀ ଜଗନ୍ନାଥଙ୍କ ଦାରୁ

ପୁରୀ: ଶ୍ରୀ ମନ୍ଦିରର କୋଇଲି ବୈକୁଣ୍ଠରେ ବିଜେ ହୋଇଛନ୍ତି ଶ୍ରୀଜଗନ୍ନାଥଙ୍କ ମହାଦାରୁ। ମଧ୍ୟାହ୍ନରେ ଉତ୍ତର ଦ୍ୱାର ଦେଇ ସେବାୟତମାନେ ଦାରୁକୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମହାପାତ୍ର ସେବାୟତମାନଙ୍କର ଦ୍ୱାରା ତୁଳସୀ ଓ ଫୁଲମାଳ ଦିଆଯାଇ ଦାରୁଙ୍କୁ  ସ୍ୱାଗତ  କରାଯାଇଥିଲା। ଜଗତର ନାଥ କାଳିଆ ଠାକୁରଙ୍କ ଦାରୁଙ୍କୁ ଦାରୁଘରେ ସ୍ୱତନ୍ତ୍ର ରୀତି ନୀତି ସମ୍ପର୍ଣ୍ଣ କରାଯିବ। ଭକ୍ତମାନେ ବଡଦାଣ୍ଡରେ ଫୁଲ, ମୁର୍ଜ ପକାଇ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡିକୁ ସ୍ୱାଗତ କରିଥିଲେ।

author-image
Rakesh Mallick
ଅଦ୍ୟତନ ହୋଇଛି
କୋଇଲି ବୈକୁଣ୍ଠରେ ବିଜେ କଲେ ଶ୍ରୀ ଜଗନ୍ନାଥଙ୍କ ଦାରୁ

jaganath daru

ପୁରୀ: ଶ୍ରୀ ମନ୍ଦିରର କୋଇଲି ବୈକୁଣ୍ଠରେ ବିଜେ ହୋଇଛନ୍ତି ଶ୍ରୀଜଗନ୍ନାଥଙ୍କ ମହାଦାରୁ। ମଧ୍ୟାହ୍ନରେ ଉତ୍ତର ଦ୍ୱାର ଦେଇ ସେବାୟତମାନେ ଦାରୁକୁ ମନ୍ଦିର ଭିତରକୁ ପାଛୋଟି ନେଇଥିଲେ। ମହାପାତ୍ର ସେବାୟତମାନଙ୍କର ଦ୍ୱାରା ତୁଳସୀ ଓ ଫୁଲମାଳ ଦିଆଯାଇ ଦାରୁଙ୍କୁ  ସ୍ୱାଗତ  କରାଯାଇଥିଲା। ଜଗତର ନାଥ କାଳିଆ ଠାକୁରଙ୍କ ଦାରୁଙ୍କୁ ଦାରୁଘରେ ସ୍ୱତନ୍ତ୍ର ରୀତି ନୀତି ସମ୍ପର୍ଣ୍ଣ କରାଯିବ। ଭକ୍ତମାନେ ବଡଦାଣ୍ଡରେ ଫୁଲ, ମୁର୍ଜ ପକାଇ ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡିକୁ ସ୍ୱାଗତ କରିଥିଲେ।jaganath 3

Advertisment

ଆଜି ସକାଳ୯ ଟା୨୦ରେ ଶ୍ରୀମନ୍ଦିର ଅବକାଶ ନୀତି ଶେଷ ହେବାପରେ ବିଜୟ କାହାଳୀ ବଜାଯାଇଥିଲା। ଯଜ୍ଞ ନୃସିଂହ ମନ୍ଦିରରୁ ୯ଟା ୨୫ରେ ଶ୍ରୀଜଗନ୍ନାଥଙ୍କ ଦାରୁ ଶଗଡିକୁ ଶ୍ରୀମନ୍ଦିର ଅଭିମୁଖେ ଟାଣି ଆଣିଥିଲେ ହଜାର ହଜାର ଶ୍ରଦ୍ଧାଳୁ। ହରିବୋଲ, ଶଙ୍ଖ, ହୁଳହୁଳି ଓ ଘଣ୍ଟଘଣ୍ଟାରେ ପ୍ରକମ୍ପିତ ହେଉଥିଲା ଶ୍ରୀକ୍ଷେତ୍ର। କୋଇଲି ବୈକୁଣ୍ଠରେ ପହଞ୍ଚିବାପରେ ଶ୍ରୀଦାରୁଙ୍କୁ ବେଦଜ୍ଞମାନେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସମ୍ପର୍ଣ୍ଣ କରିବେ।jaga 33

ଗତକାଲି ବିଳମ୍ୱିତ ରାତ୍ରିରେ ଶ୍ରୀଜଗନ୍ନାଥ ମହାଦାରୁ ଶ୍ରୀକ୍ଷେତ୍ର ନିକଟ ନୃସିଂହ ମନ୍ଦିରରେ ପହଞ୍ଚିଥିଲେ। ମହାଦାରୁ ପହଞ୍ଚିବାପରେ ଦର୍ଶନ ପାଇଁ ଭକ୍ତ ଏବଂ ଶ୍ରଦ୍ଧାଳୁ ଭିଡ଼ ଦେଖିବାରୁ ମିଳିଥିଲା। ଗୁରୁବାର ମଧ୍ୟାହ୍ନରେ ବୀର ଗୋବିନ୍ଦପୁରରେ ଅଟକିଥିବା ଦାରୁ ଶଗଡ଼ି ଯାତ୍ରା ଆରମ୍ଭ କରି ସେହିଦିନରାତିରେ ଯଜ୍ଞ ନୃସିଂହ ମନ୍ଦିରରେ ପହଞ୍ଚିଥିଲା। ଦୀର୍ଘ ୮ ଦିନର ଯାତ୍ରା ଆଜି ଶେଷ ହୋଇଛି। ଏହା ସହିତ ଶେଷ ହୋଇଛି ମାର୍ଚ୍ଚ ୨୯ ତାରିଖରୁ ଆରମ୍ଭ ହୋଇଥିବା ନବକଳେବରର ଆଦ୍ୟପର୍ବ ବନଯାଗ ଯାତ୍ରା। ଜଗତସିଂପୁରରୁ ଆରମ୍ଭ ହୋଇଥିବା ଶ୍ରୀ ଜଗନ୍ନାଥଙ୍କ ଦାରୁ ଶଗଡି ଯାତ୍ରା ୧୬୦ କିଲୋମିଟର ରାସ୍ତାକୁ ଅତିକ୍ରମ କରି ଆଜି ଶ୍ରୀମନ୍ଦିରର କୋଇଲି ବୈକୁଣ୍ଠକୁ ଯାତ୍ରା କରିଛନ୍ତି। ଏହି ଯାତ୍ରା ସମୟରେ ଦାରୁ ଶଗଡ଼ି ଯେଉଁ ବାଟ ଦେଇ ଆସିଛି ସେଠି ବେଶ୍ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ୍ ଦେଖିବାକୁ ମିଳିଛି।jaganath 5

Advertisment

ପୂର୍ବରୁ କୋଇଲି ବୈକୁଣ୍ଠର ଦାରୁ ଗୃହରେ ଶ୍ରୀସୁଦର୍ଶନ, ବଡ଼ଠାକୁର ଶ୍ରୀ ବଳଭଦ୍ର, ମା’  ସୁଭଦ୍ରାଙ୍କ ଦିବ୍ୟଦାରୁ ପହଞ୍ଚି ସାରିଛନ୍ତି। ଏହି ଯାତ୍ରା ସମୟରେ ଦାରୁ ଶଗଡ଼ି ଯେଉଁ ବାଟ ଦେଇ ଆସିଛି ସେଠି ବେଶ୍ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ବେଶ୍ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଭକ୍ତଙ୍କ ସୁରକ୍ଷା ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।