/odisha-reporter/media/post_attachments/uploads/2019/02/v-10.jpg)
viral
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଗତକାଲି ମ୍ୟାଟ୍ରିକ ପରୀକ୍ଷାର ମାତୃଭାଷା ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା। ଏହାକୁ ନେଇ ବୋର୍ଡ ସଭାପତି କୋରାପୁଟ, ଢେଙ୍କାନାଳ ଓ ନୂଆପଡ଼ା ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ନିଜ ଅଞ୍ଚଳର ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବୋର୍ଡର ଏହି ନିର୍ଦ୍ଦେଶନାମାକୁ ୨୪ ଘଣ୍ଟା ବିତି ଯାଇଥିଲେ ବି ଢେଙ୍କାନାଳ ଓ କୋରାପୁଟ ଡିଇଓ ଏହାକୁ କାର୍ଯ୍ୟକାରୀ କରି ନଥିବା ଅଭିଯୋଗ ହୋଇଛି।
ଅନ୍ୟପକ୍ଷରେ ନୂଆପଡ଼ା ଡିଇଓ ଦୁଇଟି ହାଇସ୍କୁଲର ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଘଟଣାକୁ ନେଇ ଡିଇଓ ବୋଡ଼େନ ଥାନାରେ ଏତଲା ଦେବା ପରେ ପୁଲିସ୍ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ନୂଆପଡ଼ା ଡିଇଓ କରଙ୍ଗାମାଲ ହାଇସ୍କୁଲ ସୁପରିନ୍ଟେଣ୍ଡେଣ୍ଟଙ୍କ ସହ ଦୁଇ ଜଣ ୨ ଇନଭିଜିଲେଟରଙ୍କ ନାଁରେ ଏତଲା ଦେଇଥିଲେ। ସେହିପରି ଲିଟିସର୍ଗି ଗୋପୀନାଥ ହାଇସ୍କୁଲ ସୁପରିନ୍ଟେଣ୍ଡେଣ୍ଟ ଓ କ୍ରୀଡ଼ା ଶିକ୍ଷକଙ୍କ ନାଁରେ ମଧ୍ୟ ଏତଲା ଦେଇଥିଲେ।
ଅଭିଯୋଗ ହେବା ପରେ ପୁଲିସ୍ ଏହି ୫ ଜଣ ଶିକ୍ଷକଙ୍କୁ ଅଟକ ରଖି ପଚରାଉଚରା କରୁଛି।
ଅନ୍ୟପକ୍ଷରେ କୋରାପୁଟ ଓ ଢେଙ୍କାନାଳ ଡିଇଓ, ବୋର୍ଡ ନିର୍ଦ୍ଦେଶକୁ ପାଳନ କରିବାରେ ଡେରି କରିବା ଶିକ୍ଷାବିତଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
