Advertisment

ନିଶାସକ୍ତ ଅବସ୍ଥାରେ ସ୍ତ୍ରୀକୁ ହାଣିଲା ସ୍ୱାମୀ

ସାତ ଜନମ ସାଥୀ ହୋଇ ରହିବାକୁ କଥା ଦେଇଥିଲେ। ହେଲେ ପାରିବାରିକ କଳହ ଯୋଗୁ ଗୋଟିଏ ଜନମରେ ସବୁ ସମ୍ପର୍କ ତୁଟିଗଲା।

ଅଦ୍ୟତନ ହୋଇଛି
Murder

Murder

Advertisment

ଜଣେ ବ୍ୟକ୍ତି ନିଶାସକ୍ତ ଅବସ୍ଥାରେ ନିଜ ସ୍ତ୍ରୀକୁ ଟାଙ୍ଗିଆ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ନନ୍ଦକା ପଞ୍ଚାୟତ ଅନ୍ତର୍ଗତ ଚିନ୍ତାଲଗୁଡ଼ା ଗାଁରେ। ମୃତ ମହିଳା ଜଣଙ୍କ ହେଲେ ବିମଳା ଖରା। ତାଙ୍କୁ ୫୧ ବର୍ଷ ହୋଇଥିଲା। ଅଭିଯୁକ୍ତ ଆଦୁ ଖରାଙ୍କୁ ଗିରଫ କରିଛି ପୁଲିସ। 

Advertisment

ମଙ୍ଗଳବାର ସନ୍ଧ୍ୟାରେ ବିମଳା ଓ ଆଦୁଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା। ଏଥିରେ ଆଦୁ ଉତ୍‌କ୍ଷିପ୍ତ ହୋଇ ଟାଙ୍ଗିଆରେ ସ୍ତ୍ରୀ ବିମଳାକୁ ହାଣି ଦେଇଥିଲେ। ସ୍ତ୍ରୀ ଯନ୍ତ୍ରଣାରେ ଛଟପଟ ହେଉଥିବା ସମୟରେ ଆଦୁ ବାହାର ପଟୁ କବାଟ ବନ୍ଦ କରି ଫେରାର ହୋଇଯାଇଥିଲେ।

ପାଖ ପଡ଼ୋଶୀ ଚିତ୍କାର ଶୁଣି ଆସିଦେଖିଲା ବେଳକୁ ବିମଳା ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଗ୍ରାମବାସୀ ବିମଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକତ୍ସାଧୀନ ଅବସ୍ଥାରେ ବିମଳାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଘଟଣା ସଂପର୍କରେ ବିମଳାଙ୍କ ବାପ ଘର ଲୋକେ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ଗତକାଲି ଆଦୁଙ୍କୁ ଗିରଫ କରିଥିଲା। 

Odisha Police Murder Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe