Advertisment

ପରିବାର ନିୟୋଜନ ଅପରେସନ ପରେ ମହିଳାଙ୍କ ମୃତ୍ୟୁ, ପରିବାର ଆଣିଲା ସାଂଘାତିକ ଅଭିଯୋଗ

ଗତକାଲି ମୁଚିମପୁଟର ସୂର୍ଯ୍ୟତେଯା ବଦନାୟକ ପରିବାର ନିୟୋଜନ ଅପରେସନ ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Medical

Medical

ପରିବାର ନିୟୋଜନ ଅପରେସନ ବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ଜିଲ୍ଲା ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ମୃତ ମହିଳା ଜଣଙ୍କ ହେଲେ ସୂର୍ଯ୍ୟତେଯା ବାଦନାୟକ।

Advertisment

ଗତକାଲି କୋରାପୁଟ ଜିଲ୍ଲା ଲମାତପୁଟ ଥାନା ଅନ୍ତର୍ଗତ ମୁଚିମପୁଟର ସୂର୍ଯ୍ୟତେଯା ବଦନାୟକ ପରିବାର ନିୟୋଜନ ଅପରେସନ ପାଇଁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। ସେଠାରେ ତାଙ୍କର ଅପରେସନ ହୋଇଥିଲା। ଅପରେସନର କିଛି ସମୟ ପରେ ସୂର୍ଯ୍ୟତେଯାଙ୍କ ମୃତ୍ୟୁ ଘଟିଥିଲା। ତେବେ ଡାକ୍ତରଙ୍କ ଅବହେଳା ପାଇଁ ସୂର୍ଯ୍ୟତେଯାଙ୍କ ମୃତ୍ୟୁ ଘଟିଥିବା ମହିଳାଙ୍କ ପରିବାର ଲୋକେ ଅଭିଯୋଗ କରିଥିଲେ।

ଏହାକୁ ନେଇ ଗତକାଲି ମେଡିକାଲ ପରିସରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ପରିବାର ଲୋକେ ଡାକ୍ତରଖାନା ପରିସରରେ ଧାରଣାରେ ବସିଥିଲେ। ପୁଲିସ ଓ ଏଡିଏମ୍ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କ ସହ ଆଲୋଚନା ପରେ ଉତ୍ତେଜନା ଥମିଥିଲା। ଗତକାଲି ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଜୟପୁର ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Advertisment
Odisha Police Odisha Medical Koraput Woman Dead