Advertisment

ମାଲବାହୀ ଟ୍ରେନ ଲାଇନଚ୍ୟୁତ, ବିଶାଖାପାଟଣା-ଜଗଦଲପୁର ପାସେଞ୍ଜର ବାତିଲ

ତେବେ କେଉଁ କାରଣ ପାଇଁ ମାଲବାହୀ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଛି, ତାର କାରଣ ଜଣାପଡ଼ି ନାହିଁ।

author-image
Tapaswini Nayak
ଅଦ୍ୟତନ ହୋଇଛି
 goods train derail

goods train derail

 ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ଶିବଲିଙ୍ଗପୁରମ୍ ନିକଟରେ ଏକ ମାଲବାହୀ ଟ୍ରେନ ଆଜି ସକାଳେ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ଟି କୋତାବାଲସାରୁ ଆରକୁ ଯାଉଥିବା ବେଳେ ଶିବଲିଙ୍ଗପୁରମ୍ ନିକଟରେ ୧୧ଟି ବଗି ଟ୍ରାକ୍‌ରୁ ଖସି ଯାଇଥିଲା। ଟ୍ରେନ୍‌ଟି ଲାଇନ ଚ୍ୟୁତ ହେବା ଯୋଗୁ କାହାର କିଛି କ୍ଷତି ହୋଇନାହିଁ। ତେବେ କେଉଁ କାରଣ ପାଇଁ ମାଲବାହୀ ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ୍‌ ହୋଇଛି, ତାର କାରଣ ଜଣାପଡ଼ି ନାହିଁ।

Advertisment

ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁ ସେହି ରୁଟ୍‌ରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ବିଶାଖାପାଟଣାରୁ କୋରାପୁଟ ଦେଇ ଜଗଦଲପୁର ଯାଉଥିବା ପାସେଞ୍ଜର ଟ୍ରେନକୁ ଉଭୟପଟୁ ବାତିଲ କରାଯାଇଛି। ସ୍ୱତନ୍ତ୍ର ଟିମ୍ ପହଞ୍ଚି ଟ୍ରାକ୍ ସଜାଡୁଛନ୍ତି। ରେଳ ଅଧିକାରୀ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି।

Goods Train Accident