Advertisment

ଅତିଥି ଭବନରେ ରାତ୍ରଭୋଜନ ଖାଇ ୧୨ ପର୍ଯ୍ୟଟକ ଅସୁସ୍ଥ

ବିଭିନ୍ନ ରାଜ୍ୟରୁ ସାବର ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର ଦ୍ୱାରା ପରିଚାଳିତ ଅତିଥି ଭବନରେ ରହିଥାନ୍ତି।

ଅଦ୍ୟତନ ହୋଇଛି
Tourist sick

Tourist sick

Advertisment

କୋରାପୁଟର ଜଗନ୍ନାଥ ମନ୍ଦିର ଦ୍ୱାରା ପରିଚାଳିତ ଅତିଥି ଭବନରେ ରାତ୍ରଭୋଜନ ଖାଦ୍ୟ ଖାଇ ୧୨ ଜଣ ପର୍ଯ୍ୟଟକ ଅସୁସ୍ଥ ହୋଇପଡ଼ିଛନ୍ତି। ଅସୁସ୍ଥ ପର୍ଯ୍ୟଟକଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ଜଣେ ମହିଳା ପର୍ଯ୍ୟଟକଙ୍କ ଅବସ୍ଥା ଗୁରୁତର ରହିଛି।

Advertisment

ବିଭିନ୍ନ ରାଜ୍ୟରୁ ସାବର ଶ୍ରୀକ୍ଷେତ୍ରକୁ ଆସୁଥିବା ପର୍ଯ୍ୟଟକମାନେ ଜଗନ୍ନାଥ ମନ୍ଦିର ଦ୍ୱାରା ପରିଚାଳିତ ଅତିଥି ଭବନରେ ରହିଥାନ୍ତି। ଗତକାଲି ରାତିରେ ଅତିଥି ଭବନରେ ରହିଥିବା ପର୍ଯ୍ୟଟକମାନେ ରୋଷେଇ ହୋଇଥିବା ଖାଦ୍ୟ ଖାଇଥିଲେ। ଖାଇବାର କିଛି ସମୟ ପରେ ୧୨ରୁ ଅଧିକ ଜଣ ପର୍ଯ୍ୟଟକଙ୍କର ମୁଣ୍ଡ ବୁଲାଇଥିଲା। ଏହାସହ ସମସ୍ତଙ୍କୁ ବାନ୍ତି ହୋଇଥିଲା। ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ୬ ଜଣ ପର୍ଯ୍ୟଟକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଅନ୍ୟମାନେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ଅତିଥି ଭବନରେ ରୋଷେଇ ହୋଇଥିବା ଖାଦ୍ୟ ବାସି ଖାଦ୍ୟ ଥିଲା ନା ଆଉ କିଛି କାରଣ ଅଛି ତାହା ଜଣାପଡ଼ିନାହିଁ।

Advertisment
Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe