Advertisment

ବୁଡ଼ିଗଲେ ୨ ନାବାଳକ, ଲୁହରେ ଭିଜିଲା ପୋଖରୀ ତୁଠ

ଆଜି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକରେ ମାଛକୁଣ୍ଡ ଥାନା ଅନ୍ତର୍ଗତ କଞ୍ଚାନା ଗାଁରେ ୨ ନାବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇବା ପରେ ଏଭଳି ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
Two minor boys drown

Two minor boys drown

Advertisment

ଗାଁ ପୋଖରୀ ତୁଠରେ ବସି କଇଁକଇଁ ହୋଇ କାନ୍ଦୁଛି ମା’। ମା’ ବାହୁନି ବାହୁନି କହୁଛି, ମୋତେ ଆଉ କିଏ ବୋଉ ବୋଲି ଡାକିବ।  ବାପା, ପରିବାର ବର୍ଗ, ସମ୍ପର୍କୀୟଙ୍କ କାନ୍ଦରେ ଫାଟି ପଡ଼ୁଛି ପୂରା ଅଞ୍ଚଳ। ଆଜି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଳକରେ ମାଛକୁଣ୍ଡ ଥାନା ଅନ୍ତର୍ଗତ କଞ୍ଚାନା ଗାଁରେ ୨ ନାବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇବା ପରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

ମୃତକ ହେଲେ କଞ୍ଚାନା ଗାଁର ଅର୍ଜୁନ କ୍ରିସାନିଙ୍କ ପୁଅ ଅମୀର କ୍ରିସାନି ଓ ଓ ଲବ କ୍ରିସାନିଙ୍କ ପୁଅ ପବିତ୍ର କ୍ରିସାନି। ସୂଚନା ମୁତାବକ, ଏହି ଗାଁ’ର ୩ ଜଣ ନାବାଳକ ସାଙ୍ଗ ହୋଇ ଗାଁ ନିକଟ ଖଡାପୁଟ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ବେଳେ ୨ ଜଣ ବୁଡି ଯାଇଥିଲେ। ଅନ୍ୟ ନାବାଳକ ଜଣକ ତୁରନ୍ତ ଏଠାରୁ ଦୌଡ଼ି ଯାଇ ସ୍ଥାନୀୟ ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲା।

ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି ପୋଖରୀରେ ଖୋଜାଖୋଜି କରିବା ପରେ ୨ ନାବାଳକଙ୍କୁ ପାଣିରୁ ଉଦ୍ଧାର କରିଥିଲେ। ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର।

Advertisment

ରିପୋର୍ଟ- ଲମତାପୁଟରୁ ଜଗତଜୀବନ କୋଚିମ୍

Unnatural Death Koraput Drowning
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe