Advertisment

ଉଜୁଡ଼ିଗଲା ସୁନାର ସଂସାର, ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ଶିଶୁ଼କନ୍ୟାର ଜୀବନ

ଆଜି ସକାଳେ ଏକ କାର୍‌ରେ ବାପା ମା’ ଓ ଛୋଟ ଝିଅଟି କୌଣସି କାମରେ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Road Accident

Road Accident

ଉଜୁଡ଼ିଗଲା ସୁନାର ସଂସାର। ଦୁର୍ଘଟଣାରେ ଚାଲିଗଲା ବାପା,ମା’ ଓ ଶିଶୁକନ୍ୟାର ଜୀବନ। କୋରାପୁଟ ଜିଲ୍ଲା ପଟାଙ୍ଗୀ ଅଞ୍ଚଳର ପୁଙ୍ଗାର ଗାଁ
ନିକଟରେ ଆଜି ସକାଳେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ମୃତକଙ୍କ ପରିଚୟ ମିଳିନାହିଁ।

Advertisment

ଆଜି ସକାଳେ ଏକ କାର୍‌ରେ ବାପା ମା’ ଓ ଛୋଟ ଝିଅଟି କୌଣସି କାମରେ ବୈପାରୀଗୁଡ଼ାରୁ ବିଶାଖାପାଟଣା ଯାଉଥିଲେ। ଏହି ସମୟରେ ପୁଙ୍ଗାର ଗାଁ
ନିକଟରେ ବିପରୀତ ଦିଗରୁ ଆସୁଥିବା ଟ୍ୟାଙ୍କର ସହ ସେମାନଙ୍କ କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ବାପା ମା’ଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଝିଅଟିର ମୃତ୍ୟୁ ଘଟିଛି। ସ୍ଥାନୀୟ ଲୋକେ ଟ୍ୟାଙ୍କର ଓ ତାର ଡ୍ରାଇଭରକୁ ଅଟକ ରଖିଛନ୍ତି। ଦୁର୍ଘଟଣାରେ ପରେ ଜାତୀୟ ରାଜପଥରେ ଗାଡ଼ିଚଳାଚଳ ବନ୍ଦ ରହିଛି। ପୁଲିସ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ,ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଆହତ ହୋଇଥିଲେ।  ମୃତକ ମଧ୍ୟରେ ୬ଜଣ ପୁରୁଷ,୪ ଜଣ ମହିଳା  ଓ ୨ଜଣ ଶିଶୁ ଥିଲେ।

Advertisment
Roadaccident Koraput