Advertisment

Downing Death: କୋରାପୁଟର କୋଲାବ ଜଳଭଣ୍ଡାରରେ ବୁଡ଼ି ମରିଗଲେ ୩ ଦଶମ ଶ୍ରେଣୀର ଛାତ୍ର

ଆଜି ଏକ ଦୁଃଖଦ ଘଟଣାକ୍ରମରେ କୋରାପୁଟ ଜିଲ୍ଲା କୋଲାବ ଜଳଭଣ୍ଡାରରେ ବୁଡ଼ିଯାଇ ୩ ଜଣ ଦଶମ ଶ୍ରେଣୀର ଛାତ୍ର ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଛାତ୍ରମାନେ କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ବୋଲି ଜଣାପଡିଛି।

author-image
Swadheen Raut
Koraput

ସ୍କୁଲ ଓ ହସ୍ପିଟାଲରେ ପରିବାର ଲୋକ

ଆଜି ଏକ ଦୁଃଖଦ ଘଟଣାକ୍ରମରେ କୋରାପୁଟ(Koraput) ଜିଲ୍ଲା କୋଲାବ ଜଳଭଣ୍ଡାରରେ ବୁଡ଼ିଯାଇ ୩ ଜଣ ଦଶମ ଶ୍ରେଣୀର ଛାତ୍ର ପ୍ରାଣ ହରାଇଛନ୍ତି। ପ୍ରାଣ ହରାଇଥିବା ଛାତ୍ରମାନେ କୋରାପୁଟ ଜବାହାର ନବୋଦୟ ବିଦ୍ୟାଳୟର ବୋଲି ଜଣାପଡିଛି। ତିନି ଜଣ ଦଶମ ଶ୍ରେଣୀ ଛାତ୍ର ଆଜି ଅପରାହ୍ନ ନବୋଦୟ ବିଦ୍ୟାଳୟ ନିକଟ କୋଲାବ ଜଳଭଣ୍ଡାରରେ ଗାଧେଇବାକୁ ଯାଇଥିବା ସମୟରେ ପାଣିରେ ବୁଡ଼ିଯାଇଥିଲେ। ସ୍ଥାନୀୟ ବାସିନ୍ଦା ତିନି ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟ ସହିଦ ଲକ୍ଷ୍ମୀଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଯାଇଥିଲେ । ତେବେ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। 

Advertisment

୩ ଜଣ ଛାତ୍ରଙ୍କ ମୃତ୍ୟୁ(Koraput Accident) ପରେ ମେଡିକାଲ ପରିସରରେ ଶୋକର ଛାୟା ଖେଳିଯାଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଧିକ ତଦନ୍ତ କରୁଛି। କେଉଁ ପରିସ୍ଥିତିରେ ଛାତ୍ରମାନେ ନଦୀକୁ ଗାଧେଇବା ପାଇଁ ଯାଇଥିଲେ ତାହା ଏବେ ଜଣା ପଡିନାହିଁ। ମୃତକ ଛାତ୍ରମାନେ ହଷ୍ଟେଲରେ ରହି ପଢୁଥିଲେ। ପ୍ରାଣ ହରାଇଥିବା ଛାତ୍ରଙ୍କ ପରିଚୟ ମିଳିଛି। ସେମାନେ ହେଲେ ଦଶମ ଶ୍ରେଣୀର ଛାତ୍ର ଲିଙ୍ଗରାଜ ଖିଲ, ସ୍ୱସ୍ତିକ ଓ ଓମପ୍ରକାଶ। 

ପ୍ରାଣ ହରାଇଥିବା 3 ଜଣ ଛାତ୍ରଙ୍କ ଘର କୋରାପୁଟ ସଦର ଅଞ୍ଚଳରେ । ଏମାନଙ୍କ ପରୀକ୍ଷା କେନ୍ଦ୍ର ନବୋଦୟ ବିଦ୍ୟାଳୟରୁ 10 କିଲୋମିଟର ଦୂର ମାଛରା ଆଦର୍ଶ ବଦ୍ୟାଳୟରେ ହୋଇଥିଲା। ଦିନ ପ୍ରାୟ ଅଢ଼େଇଟାରେ ଏମାନେ ପରୀକ୍ଷା କେନ୍ଦ୍ରରୁ ସ୍କୁଲକୁ ଫେରିଥିବା କୁହାଯାଉଛି।

Advertisment

ହଷ୍ଟେଲରେ ଖିଆପିଆ କରିବା ପରେ ନଦୀକୁ ଗାଧୋଇବାକୁ ଯାଇଥିବା ଜଣାପଡିଛି। ତେବେ ସ୍କୁଲରେ ପରୀକ୍ଷା ଚାଲୁଥିବାରୁ କେତେବେଳେ ଏମାନେ ବାହାରି ପଳାଇଛନ୍ତି କେହି ଜାଣିପାରିନାହାନ୍ତି । 

ନଦୀଟି ସ୍କୁଲରୁ କେବଳ 500 ମିଟର ଦୂରରେ ରହିଛି । ଛାତ୍ରମାନେ ଗାଧୋଉଥିବା ବେଳେ ହଠାତ ନଈର ଗଣ୍ଡକୁ ଚାଲିଯାଇଥିଲେ। ଯେଉଁଠି ଥିଲା ଆକାତକାତ ପାଣି। ପିଲାମାନେ ବୁଡିଯିବା ପରେ ସ୍ଥାନୀୟ ଲୋକେ ବହୁକଷ୍ଟରେ ଉଦ୍ଧାର କରିଥିଲେ ସେମାନଙ୍କୁ । ଉଦ୍ଧାର ପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ। 
କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା 

Koraput Accident Koraput