Advertisment

ଘର ଭିତରୁ ସ୍ୱାମୀ, ସ୍ତ୍ରୀ ଓ ଝିଅର ମୃତଦେହ ଉଦ୍ଧାର

ମୃତକ ହେଲେ ତୋୟାପୁଟର ଲିଙ୍ଗା ବିଷୋଇ, ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ।

author-image
Niranjan Mishra
ଅଦ୍ୟତନ ହୋଇଛି
dead

dead

କୋରାପୁଟ ଜିଲ୍ଲା ତୋୟାପୁଟରେ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ଗୋଟାଏ ପରିବାର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ସମ୍ପର୍କରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ଛୋଟ ଝିଅ। ସେମାନେ ହେଲେ ତୋୟାପୁଟର ଲିଙ୍ଗା ବିଷୋଇ, ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ। ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟଣା ଘଟିଥିବା ସୂଚନା ମିଳିଛି।

Advertisment

ଲିଙ୍ଗାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତାଙ୍କ ସ୍ତ୍ରୀର ମୃତଦେହ ସୋଫାରେ ପଡିଥିବା ଓ ଛୁଆର ମୃତଦେହ ସୋଫା ତଳୁ ଉଦ୍ଧାର ହୋଇଛି। ଘଟଣାକୁ ନେଇ ଏହି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ଘଟଣା ସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଂଚି ତଦନ୍ତ କରୁଛି। ପାରିବାରିକ ଅଶାନ୍ତି ଓ ଆର୍ଥିକ ଅନଟନ ଯୋଗୁ ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଅଲୋଚନା ହେଉଛି। ହେଲେ ପୁଲିସ ତଦନ୍ତ ପରେ ଏବାବଦରେ ସ୍ପଷ୍ଟ ହେବ।

Advertisment
Deadbody