dead
କୋରାପୁଟ ଜିଲ୍ଲା ତୋୟାପୁଟରେ ଅଭାବନୀୟ ଘଟଣା ଘଟିଛି। ଘର ଭିତରୁ ଗୋଟାଏ ପରିବାର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକମାନେ ସମ୍ପର୍କରେ ସ୍ୱାମୀ, ସ୍ତ୍ରୀ ଓ ତାଙ୍କ ଛୋଟ ଝିଅ। ସେମାନେ ହେଲେ ତୋୟାପୁଟର ଲିଙ୍ଗା ବିଷୋଇ, ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ। ଆଜି ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟଣା ଘଟିଥିବା ସୂଚନା ମିଳିଛି।
ଲିଙ୍ଗାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବା ବେଳେ ତାଙ୍କ ସ୍ତ୍ରୀର ମୃତଦେହ ସୋଫାରେ ପଡିଥିବା ଓ ଛୁଆର ମୃତଦେହ ସୋଫା ତଳୁ ଉଦ୍ଧାର ହୋଇଛି। ଘଟଣାକୁ ନେଇ ଏହି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ଘଟଣା ସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଂଚି ତଦନ୍ତ କରୁଛି। ପାରିବାରିକ ଅଶାନ୍ତି ଓ ଆର୍ଥିକ ଅନଟନ ଯୋଗୁ ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଅଲୋଚନା ହେଉଛି। ହେଲେ ପୁଲିସ ତଦନ୍ତ ପରେ ଏବାବଦରେ ସ୍ପଷ୍ଟ ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/dead_1676216463.jpg)