Advertisment

ଗୁଜରାଟକୁ ଚାଲାଣ ହେଉଥିଲା ୫୦ଲକ୍ଷ ଟଙ୍କାର ଗଞ୍ଜେଇ, ମାଡ଼ିବସିଲା ପୁଲିସ

ନୂଆପୁଟ ନଦୀ ଘାଟ ଅଞ୍ଚଳରୁ ଲମତାପୁଟ ରାସ୍ତା ଦେଇ ଗୁଜରାଟକୁ ଗଞ୍ଜେଇ ଚାଲାଣ ହେଉଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Ganja seized

Ganja seized

ନିଶାବେପାରୀମାନେ ପୁଲିସକୁ ଚକମା ଦେବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ମାଛ ଗାଡ଼ିରେ ଚାଲାଣ କରୁଛନ୍ତି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ।

Advertisment

ମାଛକୁଣ୍ଡ ଥାନା ନୂଆପୁଟ ନଦୀଘାଟ ପାର୍ଶ୍ୱରୁ ଗତକାଲି ପୁଲିସ ଏକ ସିମେଣ୍ଟ ବୋଝେଇ ଟ୍ରକ୍‌ରୁ ୫୦୨ କେଜି ଗଞ୍ଜେଇ ଜବତ କରିଛି। ଯାହାରୁ ଅନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।

ସୂଚନାଅନୁସାରେ, ଜଲାପୁଟ ଜଳ ଭଣ୍ଡାର ପାର୍ଶ୍ଵରେ ଥିବା ନୂଆପୁଟ ନଦୀ ଘାଟ ଅଞ୍ଚଳରୁ ଲମତାପୁଟ ରାସ୍ତା ଦେଇ ଗୁଜରାଟକୁ ଗଞ୍ଜେଇ ଚାଲାଣ ହେଉଥିବା ମାଛକୁଣ୍ଡ ଓ ଲମତାପୁଟ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲେ। ଏନେଇ କୋରାପୁଟ ଏସପିଙ୍କ ନିର୍ଦ୍ଦେଶ ପାଇବା ପରେ ନନ୍ଦପୁର ଏସଡିପିଓଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ନୂଆପୁଟ ନଦୀଘାଟରେ ପହଞ୍ଚିଥିଲେ।  

Advertisment

ଏକ ସିମେଣ୍ଟ ବୋଝେଇ ୧୨ଚକିଆ ଟ୍ରକରେ ଗଞ୍ଜେଇ ଲୋଡ଼ ହେଉଥିବା ପୁଲିସ ଦେଖି ଚଢ଼ାଉ କରିଥିଲା। ପୁଲିସକୁ ଦେଖି ଗଞ୍ଜେଇ ମାଫିଆମାନେ ଚମ୍ପଟ ମାରିଥିଲେ। ପୁଲିସ ସିମେଣ୍ଟ ବୋଝେଇ ଟ୍ରକରୁ ୫୦୨କେଜି ଗଞ୍ଜେଇ ଜବତ କରିବା  ସହ ଟ୍ରକ୍‌କୁ ମଧ୍ୟ ଥାନାକୁ ଆଣିଥିଲା। ପୁଲିସ ଏପର୍ଯ୍ୟନ୍ତ କାହାକୁ ଗିରଫ କରି ନାହିଁ। ମାଛକୁଣ୍ଡ ପୁଲିସ ଘଟଣାର ତଦନ୍ତ କରୁଛି।

Koraput Ganja Seized