Advertisment

ଘର ଭିତରୁ ମିଳିଲା ୮୪ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଜିଲ୍ଲା ଅବକାରୀ ବିଭାଗ ଆଜି ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି। କୋରାପୁଟ ଅବକାରୀ ବିଭାଗ ତରଫରୁ ପାଡୁଆ ଥାନା ରାଙ୍ଗିଣିଗୁଡା ଗ୍ରାମରେ ଚଢାଉ କରି ୮ କ୍ୱିଣ୍ଟାଲ ଓ ୪୦ କେଜିର ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଏହି ଗଞ୍ଜେଇ ବାହାରକୁ ଚାଲାଣ କରିବାକୁ ରଖାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ତେବେ ଗଞ୍ଜେଇ […]

author-image
Ranjit Kumar Jena
ଅଦ୍ୟତନ ହୋଇଛି
ଘର ଭିତରୁ ମିଳିଲା ୮୪ ଲକ୍ଷ ଟଙ୍କାର ଗଞ୍ଜେଇ

ganja

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): ଜିଲ୍ଲା ଅବକାରୀ ବିଭାଗ ଆଜି ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣକୁ ରୋକିବାରେ ସଫଳ ହୋଇଛି। କୋରାପୁଟ ଅବକାରୀ ବିଭାଗ ତରଫରୁ ପାଡୁଆ ଥାନା ରାଙ୍ଗିଣିଗୁଡା ଗ୍ରାମରେ ଚଢାଉ କରି ୮ କ୍ୱିଣ୍ଟାଲ ଓ ୪୦ କେଜିର ଗଞ୍ଜେଇ ଜବତ କରିଛି। ଏହି ଗଞ୍ଜେଇର ଆନୁମାନିକ ମୂଲ୍ୟ ୮୪ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

Advertisment

ଏହି ଗଞ୍ଜେଇ ବାହାରକୁ ଚାଲାଣ କରିବାକୁ ରଖାଯାଇଥିବା ଅବକାରୀ ବିଭାଗ ସୂଚନା ଦେଇଛି। ତେବେ ଗଞ୍ଜେଇ ଚାଲାଣକାରୀ ମାନେ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ଫେରାର ଅଭିଯୁକ୍ତ ମାନଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି ଅବକାରୀ ଅଧିକ୍ଷକ ମନୋଜ କୁମାର ସେଠୀ କହିଛନ୍ତି। ତେବେ ଏତେ ପରିମାଣ ଗଞ୍ଜେଇ କେଉଁଠୁ ଆସିଲା, ତା'ର ତଦନ୍ତ ଅବକାରୀ ବିଭାଗ କରିବ।

ମନୋଜ କୁମାର ସେଠୀ କହିଛନ୍ତି, କୌଣସି ସୂତ୍ରରୁ ଖବର ପାଇ ଅଭିଯୁକ୍ତ ମାନେ ସେଠାରୁ ଫେରାର୍ ହୋଇଯାଇଥିଲେ। କିନ୍ତୁ ଆମେ ସେମାନଙ୍କୁ ଚିହ୍ନଟ କରିସାରିଛୁ। ତେବେ ସବୁଠାରୁ ବଡ଼ କଥା ହେଉଛି, ଆମ ଦ୍ୱାରା ଜବତ ହୋଇଥିବା ଏତେ ପରିମାଣର ଗଞ୍ଜେଇ କୋରାପୁଟ ଜିଲ୍ଲାରେ ସର୍ବାଧିକ। ଆଗାମୀ ଦିନରେ ମଧ୍ୟ ଚଢ଼ାଉ ଆହୁରି ଜୋରଦାର ହେବ ବୋଲି ମନୋଜ କୁମାର ସେଠୀ କହିଛନ୍ତି।

Advertisment