Advertisment

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଗ୍ନିକାଣ୍ଡ; ରକ୍ଷା ପାଇଗଲେ ପୂଜକ, ପୋଡ଼ି ପାଉଁଶ ହୋଇଗଲା ଯଜ୍ଞସ୍ଥଳ

ପ୍ରତିଷ୍ଠା ଉତ୍ସବରେ ଗୋଟାଏ ପଟେ ଆତସବାଜି ଚାଲିଥିବା ବେଳେ ଅନ୍ୟପଟେ ହୋମଯଜ୍ଞ ଚାଲିଥିଲା। ଲୋକେ ଭଜନକୀର୍ତ୍ତନରେ ମସଗୁଲ ଥିଲେ। ପ୍ରସାଦ ଖାଇବା ପିଇବା ମଧ୍ୟ ଚାଲିଥିଲା। ଠିକ୍‌ ଏହି ସମୟରେ ଯଜ୍ଞ ମଣ୍ଡପରେ ନିଆଁ ଲାଗି ଯାଇଥିଲା।

ଅଦ୍ୟତନ ହୋଇଛି
fire

fire

Advertisment

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅଗ୍ନିକାଣ୍ଡ। ଯଜ୍ଞ ମଣ୍ଡପ ପୋଡ଼ି ହେଲା ପାଉଁଶ। ତେବେ ଯଜ୍ଞ ମଣ୍ଡପରେ ଉପସ୍ଥିତ ପୂଜକ, ଆୟୋଜକ ଓ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ସାମିଲ ଶତାଧିକ ଲୋକେ ଅଳ୍ପକେ ଏହି ଦୁର୍ଘଟଣାରୁ ରକ୍ଷା ପାଇ ଯାଇଛନ୍ତି। କୋରାପୁଟ ଜିଲ୍ଲା କୋଟପାଡରେ ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ଆଜି ଏହା ଜଣାପଡ଼ିଛି।

Advertisment

ସୂଚନା ମୁତାବକ, ଗତ ତିନି ଦିନ ଧରି ଏଠାରେ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ଚାଲିଥିଲା। ଗତକାଲି ରାତିରେ ପ୍ରତିଷ୍ଠା ଉତ୍ସବରେ ଗୋଟାଏ ପଟେ ଆତସବାଜି ଚାଲିଥିବା ବେଳେ ଅନ୍ୟପଟେ ହୋମଯଜ୍ଞ ଚାଲିଥିଲା। ଲୋକେ ଭଜନକୀର୍ତ୍ତନରେ ମସଗୁଲ ଥିଲେ। ପ୍ରସାଦ ଖାଇବା ପିଇବା ମଧ୍ୟ ଚାଲିଥିଲା। ଠିକ୍‌ ଏହି ସମୟରେ ଯଜ୍ଞ ମଣ୍ଡପରେ ନିଆଁ ଲାଗି ଯାଇଥିଲା।

ଏହା ଜଳି ଉଠିବା ଦେଖି ନିକଟରେ ଥିବା ଲୋକେ ଚିତ୍କାର କରିବା ପରେ ଯଜ୍ଞମଣ୍ଡପରେ ଥିବା ପୂଜକ, ଆୟୋଜକ ଓ ଅନ୍ୟଲୋକେ ଏଠାରୁ ତୁରନ୍ତ ଦୌଡ଼ି ପଳାଇଥିଲେ। ଦେଖେଣାହାରୀ କିଛି ଲୋକ ନିଆଁ ଉପରେ ପାଣି ପକାଇ ଲିଭାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହା ବିଫଳ ହୋଇଥିଲା। ମାତ୍ର କିଛି କ୍ଷଣ ଭିତରେ ଯଜ୍ଞମଣ୍ଡପ ପୋଡ଼ି ପାଉଁଶ ହୋଇଯାଇଥିଲା।

Advertisment

ଅଗ୍ନିକାଣ୍ଡ ଘଟିଥିବା ଖବର ପାଇ କୋଟପାଡ ଅଗ୍ନିଶମ୍ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଲିଭାଇଥିଲା। ମନ୍ଦିର ପ୍ରତିଷ୍ଠା ଉତ୍ସବ ଅବସରରେ ଚାଲିଥିବା ଆତସବାଜିରୁ ନିଆଁ ଝୁଲ ପଡ଼ି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଏହି ଘଟଣାକୁ ନେଇ ମନ୍ଦିର କମିଟି ଦୁଃଖ ପ୍ରକାଶ କରିଛି।

ରିପୋର୍ଟ- ଜୟପୁରରୁ ଟି.ଗୌରୀଶଙ୍କର

Ram Mandir Fire Breakout Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe