Advertisment

ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି-କୋଟିଆ ରାସ୍ତାର ଗେଲାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି। ରବିବାର ସନ୍ଧ୍ୟା ୬ଟା ସମୟରେ ଏକ ସ୍କୁଟି ନମ୍ବର OD10D 4745 ଯୋଗେ ବିଜୟ ଗୁଣ୍ଠା ଓ ଟୁନା ହନ୍ତାଳ କୁନ୍ଦୁଲିରୁ ମାଳିମାରଲା ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ନମ୍ବର OD10F 6832 ଯୋଗେ ସିମିଳିଗୁଡା ବ୍ଲକର […]

ଅଦ୍ୟତନ ହୋଇଛି
ବାଇକ-ସ୍କୁଟି ମୁହାଁମୁହିଁ ଧକ୍କା: ଜଣେ ମୃତ, ଦୁଇ ଗୁରୁତର

accident

Advertisment

କୋରାପୁଟ (ସୂର୍ଯ୍ୟନାରାୟଣ ପଣ୍ଡା): କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ କୁନ୍ଦୁଲି-କୋଟିଆ ରାସ୍ତାର ଗେଲାଗୁଡା ଛକ ନିକଟରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଯେଉଁଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ହୋଇଛନ୍ତି।

Advertisment

ରବିବାର ସନ୍ଧ୍ୟା ୬ଟା ସମୟରେ ଏକ ସ୍କୁଟି ନମ୍ବର OD10D 4745 ଯୋଗେ ବିଜୟ ଗୁଣ୍ଠା ଓ ଟୁନା ହନ୍ତାଳ କୁନ୍ଦୁଲିରୁ ମାଳିମାରଲା ଗ୍ରାମକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଏକ ବାଇକ ନମ୍ବର OD10F 6832 ଯୋଗେ ସିମିଳିଗୁଡା ବ୍ଲକର ରାଜପଲମା ଗ୍ରାମର ବିଜୟ ଯାନୀ(୪୩) ଙ୍କ ସହିତ ମୁହାଁ ମୁହିଁ ଧକ୍କା ହୋଇଥିଲା। ଯାହା ଫଳରେ ବାଇକ ଚାଳକ ବିଜୟ ଯାନୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ସ୍କୁଟି ରେ ଥିବା ଦୁଇ ଜଣ ବିଜୟ ଓ ଟୁନା ଗୁରୁତର ଆହତ ହୋଇଛନ୍ତି।

ଦୁଇ ଗୁରୁତରଙ୍କୁ କୁନ୍ଦୁଲି ଡାକ୍ତରଖାନାକୁ ନିଆଯାଇଥିଲା ଓ ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି। ଖବର ପାଇ ପଟ୍ଟାଙ୍ଗି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଥିବା ଜଣାପଡିଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe