Advertisment

ପ୍ରମୋସନ ଲେଟର ନେଇ ଫେରୁଥିଲେ ଏସିଏଫ୍‌, ମାଡ଼ି ବସିଲା ଭିଜିଲାନ୍ସ

ଟଙ୍କା ଜବତ କରିବା ପରେ ସୁରଜିତଙ୍କ ଲମତାପୁଟ ସ୍ଥିତ ଅଫିସ୍ ଓ ସରକାରୀ ବାସଭବନ ସହିତ ଭୁବନେଶ୍ୱରରେ ଥିବା ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ।

ଅଦ୍ୟତନ ହୋଇଛି
ACF  Surjit Sahoo

ACF Surjit Sahoo

Advertisment

ରେଞ୍ଜରରୁ ଏସିଏଫ୍‌କୁ ପ୍ରମୋସନ ପାଇ ଖୁସିଥିଲେ ସୁରଜିତ କୁମାର ସାହୁ। ହେଲେ ତାଙ୍କର ସେହି ଖୁସି ବେଶୀ ସମୟ ରହି ନଥିଲା। ପ୍ରମୋସନ ପାଇବାର ତିନି ଦିନ ପରେ ସେ ପଡ଼ିଗଲେ ଭିଜିଲାନ୍ସ ଜାଲରେ।   

Advertisment

ସୂଚନା ଅନୁସାରେ, କୋରାପୁଟ ଜିଲ୍ଲା ଲମତାପୁଟ ରେଞ୍ଜ ଅଫିସର ସୁରଜିତ କୁମାର ସାହୁ ୩ ଦିନ ତଳେ ଏସିଏଫ୍‌ ଭାବେ ପ୍ରମୋସନ ପାଇଥିଲେ।ଗତକାଲି ସେ ପ୍ରମୋସନ ଲେଟର ଆଣିବାକୁ କୋରାପୁଟ ଡିଏଫ୍‌ଓ ଅଫିସ୍‌କୁ ଯାଇଥିଲେ। ପ୍ରମୋସନ ଲେଟର ନେଇ ସେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ସରକାରୀ ଗାଡ଼ି ଯୋଗେ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ହେଲେ କୋରାପୁଟର ଗୁଣ୍ଡିଚା ମନ୍ଦିର ନିକଟରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଅଟକାଇ ଥିଲେ। ଯାଞ୍ଚ ବେଳେ ତାଙ୍କ ଗାଡ଼ିରୁ ନଗଦ ଏକ ଲକ୍ଷ ୫ ହଜାର ଟଙ୍କା ବାହାରିଲା।  ଏହି ଟଙ୍କା ସେ କେଉଁଠାରୁ ଆଣିଥିଲେ ଓ କେଉଁ ଉଦ୍ଦେଶ୍ୟରେ ନେଇ ଯାଉଛନ୍ତି ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚାରିଥିଲେ। ହେଲେ ସୁରଜିତ କୁମାର ସାହୁ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ। ଫଳରେ ଭିଜିଲାନ୍ସ ପକ୍ଷରୁ ଉକ୍ତ ଟଙ୍କାକୁ ଜବତ କରାଯାଇଥିଲା। 

ଏହା ପରେ ଆୟ ବହିର୍ଭୂତ ସଂପତ୍ତି ଠୁଳ ସନ୍ଦେହରେ ସୁରଜିତ କୁମାର ସାହୁଙ୍କ ଲମତାପୁଟ ସ୍ଥିତ ଅଫିସ୍ ଓ ସରକାରୀ ବାସଭବନରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏହା ସହିତ ତାଙ୍କର ଭୁବନେଶ୍ୱର ସ୍ଥିତ ବାସଭବନରେ ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ କ’ଣ ସବୁ ବାହାରିଛି, ସେ ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇନାହିଁ। ତେବେ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।  

Advertisment
Vigilance Raid Odisha Vigilanace Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe