Advertisment

ଦିନ ୧୧ଟା ପରେ ଦୋକାନ ଖୋଲିଲେ ୭ ଦିନ ସିଲ

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଜୁନ ୧୭ ପର୍ଯ୍ୟନ୍ତ ବଢ଼ିଥିବା ଲକଡାଉନ୍‌ ଯୋଗୁଁ  କୋରାପୁଟ ପୁଲିସ ସକ୍ରିୟ ହୋଇ ଉଠିଛି।  ଗାଡି ମୋଟର ଚଳାଚଳ ଓ ଦୋକାନ ବଜାର ଖୋଲିବା ଉପରେ ନିୟନ୍ତ୍ରଣ ଆଣିବା ପାଇଁ  ନିଜକୁ ନିୟୋଜିତ କରିଛି । ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବାନୁଯାୟୀ ଆଜି ସକାଳେ ନିୟନ୍ତ୍ରିତ ଅବସ୍ଥାରେ ପରିବା ଓ ଡାଲିଚାଉଳ ଦୋକାନ ସାଙ୍ଗକୁ ଟେକ ଆୱେ ରେଷ୍ଟୁରାଣ୍ଟ ଖୋଲାଯାଇଥିଲା। ତେବେ ଲୋକଙ୍କୁ ନିଜ ଘରଠାରୁ ୫୦୦ ମିଟର ପରିଧି […]

ଅଦ୍ୟତନ ହୋଇଛି
ଦିନ ୧୧ଟା ପରେ ଦୋକାନ ଖୋଲିଲେ ୭ ଦିନ ସିଲ

kor

Advertisment

କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଜୁନ ୧୭ ପର୍ଯ୍ୟନ୍ତ ବଢ଼ିଥିବା ଲକଡାଉନ୍‌ ଯୋଗୁଁ  କୋରାପୁଟ ପୁଲିସ ସକ୍ରିୟ ହୋଇ ଉଠିଛି।  ଗାଡି ମୋଟର ଚଳାଚଳ ଓ ଦୋକାନ ବଜାର ଖୋଲିବା ଉପରେ ନିୟନ୍ତ୍ରଣ ଆଣିବା ପାଇଁ  ନିଜକୁ ନିୟୋଜିତ କରିଛି । ଟାଉନ ଥାନା ଅଧିକାରୀ ଧୀରେନ ପଟ୍ଟନାୟକଙ୍କ କହିବାନୁଯାୟୀ ଆଜି ସକାଳେ ନିୟନ୍ତ୍ରିତ ଅବସ୍ଥାରେ ପରିବା ଓ ଡାଲିଚାଉଳ ଦୋକାନ ସାଙ୍ଗକୁ ଟେକ ଆୱେ ରେଷ୍ଟୁରାଣ୍ଟ ଖୋଲାଯାଇଥିଲା। ତେବେ ଲୋକଙ୍କୁ ନିଜ ଘରଠାରୁ ୫୦୦ ମିଟର ପରିଧି ମଧ୍ୟରେ ଚାଲିଚାଲି ନିଜର ଦୈନନ୍ଦିନ ବ୍ୟବହାର୍ଯ୍ୟ ଜିନିଷ କିଣିନେବା ପାଇଁ ଅନୁମତି ଦିଆଯାଇଥିଲା । ହେଲେ ଅନେକ ବ୍ୟକ୍ତି ଗାଡି ଧରି ବିନା କାରଣରେ ବୁଲାବୁଲି କରିବା ଦେଖାଯାଇଥିଲା ।

Advertisment

ଜାତୀୟ ରାଜପଥରେ ମୋଟର ସାଇକଲ ଓ ଅନ୍ୟାନ୍ୟ ଗାଡିକୁ ଅଟକାଇ ସେମାନଙ୍କଠାରୁ ଫାଇନ ସଂଗ୍ରହ କରାଯିବା ସହ ଅମାନିଆଙ୍କୁ ତାଗିଦ କରାଯାଇଥିଲା। ଦିନ ୧୧ଟା ପରେ ପରେ ସମସ୍ତ ଦୋକାନ ବଜାର  ବନ୍ଦ କରିଦିଆଯାଇଥିଲେ ହେଁ ଲୋକେ ଡାକ୍ତରଖାନାକୁ ଯାଉଥିବା କହି  ଖସିଯିବା ପାଇଁ ଉଦ୍ୟମ କରୁଛନ୍ତି। ଗାଡି ମୋଟର ଅନେକାଂଶରେ ଚାଲୁଥିବା ଯୋଗୁଁ ପୁଲିସ ଚେକିଂକୁ ଜୋରଦାର କରାଯାଇଥିବା ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି  ।

ସହରରେ ପୁଲିସ  ପାଟ୍ରୋଲିଂ କରି ଦୋକାନ ବଜାରକୁ ଠିକଣା  ସମୟରେ ବନ୍ଦ କରିବା ଦିଗରେ ପଦକ୍ଷେପ ନିଆଯାଇଥିବା  ଶ୍ରୀ ପଟ୍ଟନାୟକ ଜଣାଇଛନ୍ତି । ଦୋକାନ ବଜାର କୋଭିଡ଼ ନିୟମକୁ ନମାନିଲେ ସେଗୁଡିକୁ ସପ୍ତାହେ କାଳ ବନ୍ଦ କରିଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe