Mamata Jani
ଜୟପୁର (ଓଡ଼ିଶା ରିପୋର୍ଟର): ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ କୋଟିଆକୁ ନେଇ ଦେଖିବାକୁ ମିଳିଥିଲା ନିଆରା ଚିତ୍ର। ଏଠାରେ ଆନ୍ଧ୍ର ପ୍ରଦେଶ ବାରମ୍ବାର ଅନୁପ୍ରବେଶ କରି ଲୋକଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାକୁ ପ୍ରୟାସ କରୁଥିବା ବେଳେ ଏହାକୁ ଚେକ୍ ଦେବାକୁ ସବୁଦଳ ମିଶି ଦେଇଥିଲେ ଜିଲ୍ଲା ପରିଷଦ ପ୍ରାର୍ଥୀ। ସେମାନେ ମମତା ଜାନିଙ୍କୁ ପ୍ରାର୍ଥୀ କରିଥିଲେ।
ମମିତା ହୋଇଥିଲେ କୋଟିଆ ସହିତ ଆଉ ୬ଟି ପଞ୍ଚାୟତକୁ ମିଶାଇ ଗଠନ ହୋଇଥିବା ପଟାଙ୍ଗୀ ଜିଲ୍ଲା ପରିଷଦ ଜୋନ୍-୧ର ସର୍ବଦଳୀୟ ପ୍ରାର୍ଥୀ। ତେବେ ଏହାକୁ ଗ୍ରହଣ କରି ନଥିଲେ ଟିକାଇ ଗେମେଲ। ସେ ସର୍ବଦଳୀୟ ପ୍ରାର୍ଥୀଙ୍କୁ ଚ୍ୟାଲେଞ୍ଜ ଦେଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଫଳରେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ମମତା ଜାନିଙ୍କୁ ଜିଲ୍ଲା ପରିଷଦ ସଭ୍ୟ କରିବା ନେଇ ସବୁ ଦଳ ଯେଉଁ ଲକ୍ଷ୍ୟ ରଖିଥିଲେ, ତାହା ବିଫଳ ହୋଇଥିଲା।
ଆଉ ଆଜି ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ଚାଲିଥିବା ବେଳେ ଖବର ଲେଖାଯିବା ସୁଦ୍ଧା ଯେଉଁ ସୂଚନା ଆସିଛି, ତାହା ସମସ୍ତ ଦଳକୁ ନିଶ୍ଚିତ ନିରାଶ କରିଥିବ। କାରଣ ପଟାଙ୍ଗୀ ଜୋନ୍-୧ର ସର୍ବଦଳୀୟ ପ୍ରାର୍ଥୀ ମମତା ଜାନି ପଛୁଆ ଚାଲିଛନ୍ତି। ଆଉ ଦୁଇଟି ରାଉଣ୍ଡ ଗଣତି ବାକି ଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଟିକାଇ ଗେମେଲ ସର୍ବଦଳୀୟ ପ୍ରାର୍ଥୀ ମମତା ଜାନିଙ୍କ ଠାରୁ ୩୦୦୦ ଭୋଟ୍ରେ ଆଗରେ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2022/02/Mamata-jani.jpg)