Advertisment

Murder: ଅଗ୍ନିକାଣ୍ଡ ନୁହେଁ; ପତ୍ନୀଙ୍କୁ ମାରି ପୋଡ଼ି ଦେଇଥିଲେ ଆଇଆରବିଏନ୍‌ ଯବାନ, ବାନ୍ଧିଲା ପୁଲିସ

ପ୍ରିୟଙ୍କା ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଟେକିଲି ନିବାସୀ ତାରିଣୀ ପ୍ରସାଦ ପଣ୍ଡାଙ୍କ ଝିଅ। ୨୦୨୪ ଫେବ୍ରୁଆରୀ ମାସରେ ସେ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଶିବଶଙ୍କର ପାତ୍ରଙ୍କୁ ବିବାହ କରିଥିଲେ।

Shibashankar and Priyanka

ଶିବଶଙ୍କର ପାତ୍ର ଓ ମୃତ ପ୍ରିୟଙ୍କା ପାତ୍ର

Advertisment

କୋରାପୁଟ ସହରର ଓଏସ୍‌ଏପି କଲୋନୀ ସ୍ଥିତ ଘରେ ଅଗ୍ନିକାଣ୍ଡ ଘଟି ଭାରତୀୟ ରିଜର୍ଭ ବାଟାଲିୟନ (IRBn)ର ଜଣେ ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ଘଟିବା ଘଟଣାର ପର୍ଦ୍ଦାଫାସ ହୋଇଛି। ଏହା ଦୁର୍ଘଟଣା ନଥିଲା। ଯବାନ ଜଣଙ୍କ ତାଙ୍କ ପତ୍ନୀଙ୍କୁ ହତ୍ୟା କରି ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ଘରେ ନିଆଁ ଲଗାଇ ଦେଇଥିଲେ। ସେ ପୁଲିସ ଆଗରେ ଦୋଷ ସ୍ୱୀକାର କରିଥିବା ବେଳେ ତାଙ୍କୁ ଗିରଫ କରାଯାଇଛି। 

Advertisment

ଗିରଫ ଯବାନଙ୍କ ନାଁ ଶିବଶଙ୍କର ପାତ୍ର। ତାଙ୍କ ପତ୍ନୀଙ୍କ ନାମ ପ୍ରିୟଙ୍କା ପାତ୍ର। ଘଟଣା ଦିନ ରାତିରେ ଅର୍ଥାତ୍ ଗତ ୮ ତାରିଖ ରାତିରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସେହି ସମୟରେ ଏକ ଲୁହା ରଡ୍‌ରେ ପ୍ରିୟଙ୍କାଙ୍କ ମୁଣ୍ଡକୁ ଆଘାତ ଦେଇଥିଲେ ଶିବଶଙ୍କର। ଫଳରେ ପ୍ରିୟଙ୍କାଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଘଟଣାକୁ ଲୁଚାଇବାକୁ ସେ ଏହାକୁ ଦୁର୍ଘଟଣାର ରୂପ ଦେବାକୁ ପ୍ରୟାସ କରିଥିଲେ। ସେ ପ୍ରିୟଙ୍କାଙ୍କ ଉପରେ କପଡ଼ାଲତା ପକାଇ ଗ୍ୟାସ ସିଲିଣ୍ଡର ଖୋଲି ନିଆଁ ଲଗାଇ ଦେଇଥିଲେ। ଆଉ ଦେଖୁ ଦେଖୁ କିଛି ସମୟ ମଧ୍ୟରେ ପୂରା ଘରେ ନିଆଁ ଲାଗିଯାଇଥିବା ବେଳେ ପ୍ରିୟଙ୍କାଙ୍କ ମୃତଦେହ ପୋଡ଼ି ଯାଇଥିଲା। 

କୋରାପୁଟ ଥାନା ଆଇଆଇସି ସତ୍ୟାନନ୍ଦ ପାତ୍ର କହିଛନ୍ତି, ମୃତ ମହିଳାଙ୍କ ବାପାଙ୍କ ଅଭିଯୋଗ ଆଧାରରେ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରାଯାଇଥିଲା। ଏଥିପାଇଁ ସାଇଣ୍ଟିଫିକ୍ ଟିମ୍‌ର ସାହାଯ୍ୟ ନିଆଯାଇଥିଲା। ପାରିପାର୍ଶ୍ୱକ ସ୍ଥିତି ଓ ଅଭିଯୋଗ ଆଧାରରେ ମୃତ ମହିଳାଙ୍କ ସ୍ୱାମୀ ଶିବଶଙ୍କର ପାତ୍ରଙ୍କୁ ଜେରା କରାଯାଇଥିଲା। ସେ ତାଙ୍କ ଦୋଷ ସ୍ୱୀକାର କରିଛନ୍ତି। 

Advertisment

ଅନ୍ୟପକ୍ଷରେ ଆଜି ପ୍ରିୟଙ୍କାଙ୍କ ଶବ ବ୍ୟବଚ୍ଛେଦ ହୋଇଥିଲା। ତା’ପରେ ତାଙ୍କ ବାପ ଘର ଲୋକଙ୍କୁ ମୃତଦେହ ଦିଆଯାଇଥିଲା। ତାଙ୍କ ବାପ ଘର ଲୋକେ ମୃତଦେହକୁ କୋରାପୁଟ ଓଏସ୍‌ଏପି କୋଲନୀ ସ୍ଥିତ ଶିବଶଙ୍କରଙ୍କ ଘର ସମ୍ମୁଖକୁ ନେଇଥିଲେ। ସେଠାରେ ପ୍ରିୟଙ୍କାଙ୍କ ମୃତଦେହ ରଖି ଅନ୍ତିମ ସଂସ୍କାରର ରୀତିନୀତି ସଂପନ୍ନ କରାଯାଇଥିଲା। ସେହି ସ୍ଥାନ କାନ୍ଦବୋବାଳିରେ ଫାଟି ଯାଇଥିଲା। 

କ’ଣ ଅଭିଯୋଗ କରିଥିଲେ ପ୍ରିୟଙ୍କାଙ୍କ ବାପା
ପ୍ରିୟଙ୍କା ହେଉଛନ୍ତି ଆନ୍ଧ୍ର ପ୍ରଦେଶର ଟେକିଲି ନିବାସୀ ତାରିଣୀ ପ୍ରସାଦ ପଣ୍ଡାଙ୍କ ଝିଅ। ୨୦୨୪ ଫେବ୍ରୁଆରୀ ମାସରେ ସେ ନବରଙ୍ଗପୁର ଜିଲ୍ଲା ଡାବୁଗାଁର ଶିବଶଙ୍କର ପାତ୍ରଙ୍କୁ ବିବାହ କରିଥିଲେ। ୟା ମଧ୍ୟରେ ସେ ମା’ ବି ହୋଇଯାଇଥିଲେ। ତାଙ୍କର ଏକ ୬ ମାସର ଝିଅ ଅଛି। 

ତାରିଣୀ ପ୍ରସାଦ ପଣ୍ଡା ଥାନାରେ ଦେଇଥିବା ଏତଲା ଅନୁଯାୟୀ, ଗତ କିଛି ମାସ ହେବ ଅଧିକ ଟଙ୍କା ଦାବି କରି ପ୍ରିୟଙ୍କାଙ୍କୁ ଉଭୟ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ ଶିବଶଙ୍କର। ଏହାକୁ ନେଇ ସେ ବାରମ୍ବାର ଝଗଡ଼ା କରୁଥିଲେ। ଶିବଶଙ୍କରଙ୍କ ମା’, ଦାଦା ଓ ସାନ ଭଉଣୀ ବି ତାଙ୍କୁ ପନିକି ଏବଂ କାତି ମାଧ୍ୟମରେ ମାରି ପେଟ୍ରୋଲ ପକାଇ ପୋଡ଼ି ଦେଇଛନ୍ତି। ଆଉ ଏହାକୁ ଦୁର୍ଘଟଣାର ରୂପ ଦେବା ପାଇଁ ୱାଶିଂ ମେସିନରେ ସର୍ଟ ସର୍କିଟ ଘଟି ନିଆଁ ଲାଗିଗଲା ବୋଲି କହୁଛନ୍ତି। 
କୋରାପୁଟ ଥାନା ଆଇଆଇସିଙ୍କ କହିବାନୁସାରେ ଏହି ଘଟଣାରେ ଶିବଶଙ୍କରଙ୍କ ବ୍ୟତୀତ ଆଉ କାହାରି ସଂପୃକ୍ତି ନାହିଁ। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe