Advertisment

ସୀମାରେ ଜଗିଛି ଓଡ଼ିଶା ପୁଲିସ୍‌, କୋଟିଆରେ ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

କୋଟିଆ ପଞ୍ଚାୟତର ସୀମାନ୍ତ ଧୁଳିପଦର ଗାଁରେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା। ସେ ନିଜର ସମର୍ଥକ ଓ କିଛି ସରକାରୀ କର୍ମଚାରୀଙ୍କୁ ଧରି ଗାଁରେ ପହଞ୍ଚି ଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କୁ ଗାଁ ଲୋକେ ଭବ୍ୟ ସ୍ୱାଗତ କରିଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Kotia

Kotia

ଓଡ଼ିଶା ସୀମାରେ ଜଗିଛନ୍ତି ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ! ଏହା ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା ଓଡ଼ିଶାର କୋଟିଆ ଭିତରେ ପଶି ସଭା ସମିତି କରି ଚାଲିଗଲେ। ହେଲେ କେହି ଜାଣିପାରିଲେ ନାହିଁ। ଏହାକୁ ନେଇ କୋରାପୁଟ ଜିଲ୍ଲାର ବୁଦ୍ଧିଜୀବୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

Advertisment

କୋଟିଆ ପଞ୍ଚାୟତର ସୀମାନ୍ତ ଧୁଳିପଦର ଗାଁରେ ଆନ୍ଧ୍ରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା। ସେ ନିଜର ସମର୍ଥକ ଓ କିଛି ସରକାରୀ କର୍ମଚାରୀଙ୍କୁ ଧରି ଗାଁରେ ପହଞ୍ଚି ଥିଲେ। ଉପ ମୁଖ୍ୟମନ୍ତ୍ରୀଙ୍କୁ ଗାଁ ଲୋକେ ଭବ୍ୟ ସ୍ୱାଗତ କରିଥିଲେ। ପରେ ସେଠାରେ ଆୟୋଜିତ ସଭାରେ ଯୋଗଦେଇଥିଲେ ହେଲେ ପିଡିକା ରାଜନ୍ନା ଦୋରା। ଅନ୍ଧ୍ର ସରକାରଙ୍କ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଗାଁ ଲୋକଙ୍କୁ ବୁଝାଇଥିଲେ। ଆଗାମୀ ଦିନରେ ରାଜ୍ୟ ସରକାର ଆହୁରି ଭଲ ଭଲ ଯୋଜନା ସୀମାନ୍ତରେ ବସବାସ କରୁଥିବା ଗରିବ ଓ ଖଟିଖିଆଙ୍କ ପାଇଁ କରୁଥିବା ସେ ଗାଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

Kotiaଗାଁ ଲୋକଙ୍କୁ ଉଦ୍‌ବୋଧନ ଦେଉଛନ୍ତି ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ

ଉପ-ମୁଖ୍ୟମନ୍ତ୍ରୀ ପିଡିକା ରାଜନ୍ନା ଦୋରା ଧୁଳିପଦର ଗାଁରେ ଘଣ୍ଟାଏରୁ ଅଧିକ ଧରି ରହିଥିଲେ। ଗାଁ ଲୋକଙ୍କ ମନକୁ କିଣିବା ପାଇଁ ପୂଳା ପୂଳା ପ୍ରତିଶ୍ରୁତି ଦେଇଥିଲେ। ସଭା ସରିବା ପରେ ଉପମୁଖ୍ୟମନ୍ତ୍ରୀ ସେଠାରୁ ପଳାଇ ଯାଇଥିଲେ। ମାତ୍ର ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ଖୋଜ ଖବର ନାହିଁ।

Advertisment
Koraputଉପମୁଖ୍ୟମନ୍ତ୍ରୀଙ୍କ ସଭାରେ ଉପସ୍ଥିତ ଗାଁ ଲୋକେ

ସୂଚନାରୁ ପ୍ରକାଶ, ଆନ୍ଧ୍ରପ୍ରଦେଶର କୌଣସି ଅଧିକାରୀ ଯେମିତି କୋଟିଆ ପଶିନପାରିବେ, ସେଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସୀମାରେ ପୁଲିସ ଜଗି ରହୁଛି। ଓଡ଼ିଶାରେ ଭିତରେ ପଶିବାକୁ ଉଦ୍ୟମ କରୁଥିବା ଅଧିକାରୀଙ୍କୁ ଘଉଡାଇ ଦେଉଥିବାର ଦେଖିବାକୁ ମିଳିଥିଲା। ହେଲେ ଆଜି ଆନ୍ଧ୍ରପ୍ରଦେଶର ଜଣେ ଉପ-ମୁଖ୍ୟମନ୍ତ୍ରୀ ନିଜର ସମର୍ଥକଙ୍କ ସହ ଓଡ଼ିଶା ସୀମା ଦେଇ କୋଟିଆ ପଶୁଛନ୍ତି ଓ ସଭା ସମିତି କରୁଛନ୍ତି। ଆଉ କୋଟିଆବାସୀଙ୍କ ମନ କିଣିବା ପାଇଁ ପୋଳା ପୋଳା ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଜାଣିପାରିଲେ ନାହିଁ। ଏଥିରୁ ଜଣାପଡ଼ୁଛି, କୋଟିଆକୁ ନେଇ ରାଜ୍ୟ ସରକାର କେତେ ଚିନ୍ତିତ!

ରିପୋର୍ଟ-କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡା

Andhra Pradesh Kotia Koraput