Advertisment

ଆନ୍ଧ୍ରର କୋଟିଆ ଅଭିଯାନ, ଆଉ ପାଦେ ଆଗେଇଲେ ଜଗନ

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆ କବଜା କରିବାକୁ ଆନ୍ଧ୍ର ସରକାର ଆଉ ପାଦେ ଆଗେଇଛନ୍ତି। କୋଟିଆରେ ଆନ୍ଧ୍ର ସରକାର ପୁଣି ଅନୁପ୍ରବେଶ କରିଛନ୍ତି। କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଫାଟୁସିନେରୀ ପଞ୍ଚାୟତ ଗୃହ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଭିତ୍ତି ସ୍ଥାପନ କରାଯାଇଛି। ସେହିପରି ଫଗୁଣସିନେରୀରେ ଏକ କୃଷକ ବନ୍ଧୁ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ଆନ୍ଧ୍ର ପାର୍ବତୀପୁରମର ପିଏ ITDAଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କୋଟିଆ […]

ଅଦ୍ୟତନ ହୋଇଛି
ଆନ୍ଧ୍ରର କୋଟିଆ ଅଭିଯାନ, ଆଉ ପାଦେ ଆଗେଇଲେ ଜଗନ

kotia

Advertisment

କୋରାପୁଟ (ସୂର୍ଯ୍ୟ ନାରାୟଣ ପଣ୍ଡା): କୋଟିଆ କବଜା କରିବାକୁ ଆନ୍ଧ୍ର ସରକାର ଆଉ ପାଦେ ଆଗେଇଛନ୍ତି। କୋଟିଆରେ ଆନ୍ଧ୍ର ସରକାର ପୁଣି ଅନୁପ୍ରବେଶ କରିଛନ୍ତି। କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ପକ୍ଷରୁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଫାଟୁସିନେରୀ ପଞ୍ଚାୟତ ଗୃହ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କେନ୍ଦ୍ର ଭିତ୍ତି ସ୍ଥାପନ କରାଯାଇଛି।

Advertisment

ସେହିପରି ଫଗୁଣସିନେରୀରେ ଏକ କୃଷକ ବନ୍ଧୁ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବା ସହ ଆନ୍ଧ୍ର ପାର୍ବତୀପୁରମର ପିଏ ITDAଙ୍କ ଦ୍ୱାରା ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କୋଟିଆ ପଞ୍ଚାୟତର କୋନାଦୋରା ଓ ସଲପଗୁଡାରେ ଅଙ୍ଗନବାଡି କେନ୍ଦ୍ର ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ସୂଚନା ମିଳିଛି। ଗତ ୧୬ ତାରିଖରେ ଓଡ଼ିଶା ପକ୍ଷରୁ ପ୍ରତିବାଦ ହେବାରୁ ଆନ୍ଧ୍ର ଅଧିକାରୀ ମାନେ ଆସିନଥିଲେ। ସବୁ ଦଳର ନେତା ଏକାଠି ହୋଇ କୋଟିଆରେ ଡେରା ପକାଇଥିଲେ। କିନ୍ତୁ ସେଠାରୁ ଓଡ଼ିଶା ନେତା, ଅଧିକାରୀ ପଳାଇ ଆସିବା ପରେ ଆଜି ପୁଣି ଅନୁପ୍ରବେଶ କରିଛି ଆନ୍ଧ୍ର।

ସୋମବାର ଓଡ଼ିଶା ମାଟିରେ ଆନ୍ଧ୍ରକୁ ପୁରାଇ ନଦେବାକୁ ବ୍ୟାରିକେଡ୍ ବାନ୍ଧି ଜଗି ରହିଥିଲେ ନେତା। ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତର ଫଗୁଣସିନେରୀରେ ସୋମବାର ଆନ୍ଧ୍ର ସରକାରଙ୍କ ପକ୍ଷରୁ ବଡ ଧରଣର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। କମ୍ୟୁନିଟି ହଲ୍, ଅଙ୍ଗନୱାଡି କେନ୍ଦ୍ର ଏବଂ ସ୍କୁଲ କୋଠାର ଭିତ୍ତି ପ୍ରସ୍ତର ସ୍ଥାପନ କରିବାକୁ ଆସିଥାନ୍ତେ ସାଲୁର ବିଧାୟକ, ଉପଜିଲ୍ଲାପାଳ ଏବଂ ଅନ୍ୟ ପ୍ରଶାସନିକ ଅଧିକାରୀ। ବିଦ୍ୟାଳୟରେ ବୃକ୍ଷରୋପଣ ସହ ପିଲାଙ୍କୁ ବଣ୍ଟା ଯାଇଥାନ୍ତା ତେଲୁଗୁ ବହି। ହେଲେ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶ ରୋକିବାକୁ ସୀମାନ୍ତ ନନ୍ଦା ଗାଁରେ ୫ ପ୍ଲାଟୁନ୍ ପୁଲିସ ସହ ବ୍ୟାରିକେଡ୍ କରି ଅବରୋଧ କରିଥିଲା ପ୍ରଶାସନ ।

Advertisment

ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତର ୨୧ଟି ଗାଁ ଉପରେ ଅଧିକାର ନେଇ ଓଡ଼ିଶା ଓ ଆନ୍ଧ୍ର ସରକାରଙ୍କ ମଧ୍ୟରେ ଆଇନଗତ ଲଢେଇ ଜାରି ରହିଛି। ଏଭଳି ସ୍ଥିତିରେ ଫାଟୁସିନେରୀକୁ ପଂଚାୟତ ମାନ୍ୟତା ଦେଇ ସେଠାରେ ନିର୍ବାଚନ କରାଇସାରିଛନ୍ତ। ଆନ୍ଧ୍ର ସରକାର ସୀମାନ୍ତ ଗାଁରେ ଲୋକଙ୍କୁ ବାରମ୍ବାର ଜମି ପଟ୍ଟା ଏବଂ ରାସନ ସାମଗ୍ରୀ ବଣ୍ଟାଯାଉଛି।

ଗୋଟିଏ ପଟେ ଓଡ଼ିଶାର କୋଟିଆରେ ଜୋରଜବରଦସ୍ତ ପଶି ସେଠାରେ ବିକାଶମୂଳକ କାମ କରୁଛନ୍ତି ଆନ୍ଧ୍ର ସରକାର, ଅନ୍ୟପଟେ ନିଜ ରାଜ୍ୟରେ ଆସୁଥିବା ସାଲୁରର କଡମା ପଞ୍ଚାୟତରେ ଏଯାଏଁ କୌଣସି ବିକାଶ ହୋଇପାରିନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ ଆଜି କଡମା ପଞ୍ଚାୟତବାସୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe