Advertisment

କୋଟିଆ ସ୍କୁଲରୁ ବିଦ୍ୟୁତ ସଂଯୋଗ କାଟିଲା ଆନ୍ଧ୍ର, ପଠାଇଲା ବିଲ୍

ଶହେ ସଜ୍ୟା ବିଶିଷ୍ଟ ଏହି ଆବାସିକ ବିଦ୍ୟାଳୟରେ ୬୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
School

School

ସୁଧୁରୁନି ଆନ୍ଧ୍ରପ୍ରଦେଶ। କୋଟିଆକୁ ନେଇ ପୁଣି ନୂଆ ଚାଲ ଖେଳିଛି ଆନ୍ଧ୍ର। କୋଟିଆରେ ଥିବା ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆବାସିକ ବିଦ୍ୟାଳୟ ତଥା (ନେରିଡିବାଲସା ଆବାସିକ ବିଦ୍ୟାଳୟ) ଓଡ଼ିଶା ସରକାରଙ୍କ ଦ୍ୱାରା ପରିଚାଳିତ ହେଉଥିବା ଜାଣିବା ପରେ ବିଜୁଳି ସଂଯୋଗ କାଟି ଦେଇଛି। ଅନ୍ୟପଟେ ଓଡ଼ିଶା ସରକାରଙ୍କ ପକ୍ଷକୁ ଏହି ସ୍କୁଲରେ କରାଯାଇଥିବା ସୋଲାର ସିଷ୍ଟମ ଠିକ୍‌ରେ କାମ କରୁନଥିବାରୁ ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଛଟପଟ ହେଉଛନ୍ତି  ଆବାସିକ ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ।

Advertisment

୨୦୧୮ ମସିହାରେ କୋଟିଆରେ ଏହି ଆବାସିକ ବିଦ୍ୟାଳୟଟି ସ୍ଥାପନ କରାଯାଇଥିଲା। ସେତେବେଳେ ଏଠାରେ ସୌର ଚଳିତ ବିଦ୍ୟୁତ ସଂଯୋଗ ବ୍ୟବସ୍ଥା କରଯାଇଥିଲା। ହେଲେ ବର୍ତ୍ତମାନ୍ ଏହି ସୌର ପ୍ରକଳ୍ପ ପୂର୍ବଭଳି କାର୍ଯ୍ୟ କରୁନାହିଁ। ଠିକ୍‌ରେ ଚାର୍ଯ୍ୟ ରହୁ  ନଥିବାରୁ  ପିଲାମାନେ ରାତିରେ ରହୁଛନ୍ତି। 

ସ୍କୁଲରେ ନିକଟରେ ଥିବା ତାଡିବାଳସା ଗାଁକୁ ଆନ୍ଧ୍ର ବିଦ୍ୟୁତ ସଂଯୋଗ ଦେଇଥିଲା। ସେହି ଗାଁରେ ବସବାସ କରୁଥିବା ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନିଜ ବ୍ୟକ୍ତିଗତ ଗୃହକୁ ସଂଯୋଗ ହୋଇଥିବା ବିଦ୍ୟୁତକୁ ଏହି ଆବାସିକ ବିଦ୍ୟାଳୟକୁ ପ୍ରଦାନ କରିଥିଲେ। ହେଲେ କୌଣସି ସୁତ୍ରରୁ ଆନ୍ଧ୍ର ଏହା ଜାଣି ପାରି ୩ ଦିନ ହେଲେ ଏହି ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରିଛି। ଏହାସହ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ୧୦ ହଜାର ଟଙ୍କା ବିଦ୍ୟୁତ ବିଲ୍ ପୈଠ କରିବାକୁ ଏକ ବିଲ୍ ମଧ୍ୟ ଦେଇଥିବା ଜଣାପଡିଛି।

Advertisment

ଶହେ ସଜ୍ୟା ବିଶିଷ୍ଟ ଏହି ଆବାସିକ ବିଦ୍ୟାଳୟରେ ୬୦ ରୁ ଉର୍ଦ୍ଧ୍ୱ ଛାତ୍ର ଛାତ୍ରୀ ପାଠ ପଢ଼ୁଛନ୍ତି। ବିଦ୍ୟୁତ ସଂଯୋଗ କାଟି ଦେବା ଯୋଗୁ ଗରମରେ ଏହି ଛାତ୍ରଛାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ଖୁବଶୀଘ୍ର ସୋଲାର ସିଷ୍ଟମର ବ୍ୟାଟେରୀ ବଦଳାଯାଇ ସମସ୍ୟାର ସମାଧାନ କରାଯିବ ବୋଲି ଡିଇଓ କହିଛନ୍ତି।

ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମହେନ୍ଦ୍ର ଭତ୍ରା କହିଛନ୍ତି, ଓଡ଼ିଶା ସ୍କୁଲକୁ ବିଦ୍ୟୁତ ସଂଯୋଗ ଦେବ ନାହିଁ ବୋଲି ଆନ୍ଧ୍ର କହୁଛୁ। ଏହି ସ୍କୁଲକୁ ବିଦ୍ୟୁତ ସଂଯୋଗ ହୋଇଥିବା ଜାଣିବା ପରେ ବିଦ୍ୟୁତ ମିଟର କାଢ଼ି ନେଇଛି। ଓଡ଼ିଶା ସରକାଙ୍କ ପକ୍ଷରୁ ଲଗାଯାଇଥିବା ସୋଲାର ସିଷ୍ଟମ ଗୁଡ଼ିକ ଠିକ୍‌ରେ କାମ କରୁଥିବାରୁ ଚାର୍ଜ ରହୁ ନାହିଁ। ଯାହାଫଳରେ ପିଲାମାନେ ଗରମରେ ହନ୍ତସନ୍ତ ହେଉଛନ୍ତି।

School Kotia Koraput