Advertisment

ଆନ୍ଧ୍ରର ଆଉ ଏକ ନୂଆ ଚାଲ୍‌, କଲା ଆଧାର କ୍ୟାମ୍ପ

କୋଟିଆକୁ ବାରମ୍ବାର ନିଜର ବୋଲି ଦାବି କରୁଛି ଆନ୍ଧ୍ର। ଏଥିରେ ବିଫଳ ହେବା ପରେ ପୁଣି ନୂଆ ଚାଲ୍‌ ଖେଳୁଛନ୍ତି ଜଗନ ସରକାର।

ଅଦ୍ୟତନ ହୋଇଛି
Kotia

Kotia

Advertisment

ଆଦୌ ମାନୁନି ଆନ୍ଧ୍ର।। କୋଟିଆକୁ ନିଜ ଅକ୍ତିଆରକୁ ନେବାକୁ ଖେଳୁଛି ନୂଆ ନୂଆ ଚାଲାକି। ପୂର୍ବରୁ ଭତ୍ତା ସହିତ ବିଭିନ୍ନ ଯୋଜନା ମାଧ୍ୟମରେ କୋଟିଆର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ନିଜ ଅଧିକାରୀଙ୍କୁ ସେଠାକୁ ପଠାଉଥିବା ବେଳେ ଏଥର ରଚିଛି ନୂଆ ଷଡ଼ଯନ୍ତ୍ର।

Advertisment

ଆଧାର କ୍ୟାମ୍ପ କରି କୋଟିଆବାସୀଙ୍କ ଆଧାରକାର୍ଡକୁ ସଂଶୋଧନ କରୁଛନ୍ତି ଆନ୍ଧ୍ର ସରକାର। ଏହାସହ ନୂତନ ଆଧାରକାର୍ଡ ପାଇଁ ନାଁ ପଞ୍ଜୀକରଣ କରୁଛନ୍ତି। କୋଟିଆ ପଞ୍ଚାୟତର ତଳ ସେମ୍ବି ଗାଁରେ ଜଣଙ୍କ ଘରେ ଆନ୍ଧ୍ର ଅଧିକାରୀ ଲୁଚିଛପି ଏପରି କରୁଥିବା ଜଣାଯାଇଛି। ଗୁରୁବାରଠୁ ଏହି କ୍ୟାମ୍ପ ଆରମ୍ଭ ହୋଇଛି। ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ଏହି କ୍ୟାମ୍ପ ଚାଲିବ ବୋଲି ସୂଚନା ମିଳିଛି।

ଅଞ୍ଚଳବାସୀ  ନୂତନ ଆଧାର କାର୍ଡ ତଥା ସଂଶୋଧନ ପାଇଁ ଭିଡ଼ ଜମାଉଛନ୍ତି। ସ୍ଥାନୀୟ ଲୋକଙ୍କ ସହିତ ଆଖପାଖ ଗାଁର ଲୋକମାନେ ସେଠାକୁ ଯାଉଛନ୍ତି। ଆନ୍ଧ୍ର ଅଧିକାରୀମାନେ ସକାଳୁ ଆସି ଅପରାହ୍ନରେ ଚାଲିଯାଉଛନ୍ତି। ଏନେଇ ସ୍ଥାନୀୟ ପ୍ରଶାସନ ପାଖରେ କୌଣସି ଖବର ନଥିବା ଜଣାପଡ଼ିଛି। ଏହାସହ ଏନେଇ ଆନ୍ଧ୍ର ଅଧିକାରଙ୍କ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

Advertisment

ସୂଚନାଯୋଗ୍ୟ, କୋଟିଆକୁ ବାରମ୍ବାର ନିଜର ବୋଲି ଦାବି କରୁଛି ଆନ୍ଧ୍ର। ଏଥିରେ ବିଫଳ ହେବା ପରେ ପୁଣି ନୂଆ ଚାଲ୍‌ ଖେଳୁଛନ୍ତି ଜଗନ ସରକାର।

Andhra Pradesh Kotia Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe