Advertisment

କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ସଜବାଜ

କୋରାପୁଟ(ଓଡ଼ିଶା ରିପୋର୍ଟର) କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ନୋଟିଫିକେସନ୍‌।  ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ। ଏପ୍ରିଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ।  ୧୦ ତାରିଖରେ ଭୋଟ ଗଣତି କରାଯିବ।  କୋଟିଆର ତଳଗଂଜେଇପଦରକୁ ଗଂଜେଇ ଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେହିପରି […]

କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ସଜବାଜ

Kotiaa

Advertisment

କୋରାପୁଟ(ଓଡ଼ିଶା ରିପୋର୍ଟର) କୋଟିଆରେ ନିର୍ବାଚନ ପାଇଁ ପୁଣି ଆନ୍ଧ୍ରର ନୋଟିଫିକେସନ୍‌।  ପଞ୍ଚାୟତ ନିର୍ବାଚନ ପରେ ଏବେ ମଣ୍ଡଳ ଓ ଜିଲ୍ଲାପରିଷଦ ନିର୍ବାଚନ କରିବାକୁ ବିଜ୍ଞପ୍ତି ଜାରି କରିଛନ୍ତି ଆନ୍ଧ୍ର ପ୍ରଦେଶ ନିର୍ବାଚନ କମିଶନ। ଏପ୍ରିଲ ୧ ତାରିଖରେ ଏହି ବିଜ୍ଞପ୍ତି ଜାରି ହୋଇଥିବା ବେଳେ ଆସନ୍ତା ୮ ତାରିଖରେ ଭୋଟ ଗ୍ରହଣ ହେବ।  ୧୦ ତାରିଖରେ ଭୋଟ ଗଣତି କରାଯିବ।  କୋଟିଆର ତଳଗଂଜେଇପଦରକୁ ଗଂଜେଇ ଭାଦ୍ରା ନାମକରଣ କରି ନିର୍ବାଚନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Advertisment

ସେହିପରି ପାଟୁଚେନୁରୁରେ ମଧ୍ୟ ନିର୍ବାଚନ ପାଇଁ ବିଜ୍ଞପ୍ତି ହୋଇଛି।  ଗଂଜେଇଭାଦ୍ରା ପାଇଁ ଦୁଇ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ପୂର୍ବରୁ କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ନେଇ ଓଡ଼ିଶା ସହ ମୁହାଁମୁହିଁ ହୋଇଥିଲା।  ଏମିତି ମାମଲା ସୁପ୍ରିମକୋର୍ଟ ଯାଇଥିଲା।  ଏହାପରେ ବି ଆନ୍ଧ୍ର ମଣ୍ଡଳ ଓ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ତେବେ ପୂର୍ବରୁ

ସୁପ୍ରିମକୋର୍ଟରେ ଆନ୍ଧ୍ର ଦାଖଲ କରିଥିବା ଜବାବରେ ୧୯୫୨ ମସିହାରୁ କୋଟିଆର ତିନିଟି ଗାଁରେ ନିର୍ବାଚନ କରାଉଛି ବୋଲି କହିଥିଲା। ୧୯୫୨ ମସିହାରୁ କୋଟିଆର ଗଞ୍ଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁ ଗାଁରେ ଆନ୍ଧ୍ର ନିର୍ବାଚନ କରାଉଛି । ଏହି ସବୁ ଗାଁ ଆର୍କୁ ସଂସଦୀୟ କ୍ଷେତ୍ରରେ ଯାଉଛି । ଏଠି ୨୦୦୬ ଓ ୨୦୧୩ ପଞ୍ଚାୟତ ନିର୍ବାଚନ କରାଇଥିବା ବେଳେ ପ୍ରାର୍ଥୀ ମଧ୍ୟ ଦେଇଛି ।

Advertisment

୨୦୧୪ ଓ ୨୦୧୯ ମସିହାର ଭୋଟ୍‌ର ତାଲିକା, ଭୋଟର ସଂଖ୍ୟା ଭଳି ବିଭିନ୍ନ ତଥ୍ୟକୁ କୋର୍ଟରେ ଦାଖଲ କରାଯାଇଛି। ଗତ ୧୩ ତାରିଖରେ ଆନ୍ଧ୍ର କୋଟିଆରେ ଏହି ସବୁ ଅଞ୍ଚଳରେ ଜୋରଜବରଦସ୍ତ ନିର୍ବାଚନ କରାଇଥିଲା। ଅଦାଲତଙ୍କ ପୂର୍ବ ନିର୍ଦ୍ଦେଶକୁ ନମାନି ନିର୍ବାଚନ କରାଇଥିବାରୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇ ଥିଲେ ଓଡ଼ିଶା ସରକାର

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe