Advertisment

ତେନ୍ତୁଳି ଖୁଣ୍ଟି ଗାଁରେ ଆନ୍ଥ୍ରାକ୍ସ ଆତଙ୍କ,୨ରୋଗୀ ଚିହ୍ନଟ

ମଲା ଗାଈର ମାଂସ ଖାଇ ଆନ୍ଥ୍ରାସ୍କ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

ଅଦ୍ୟତନ ହୋଇଛି
Medical Team

Medical Team

Advertisment

କୋରାପୁଟ ଜିଲ୍ଲାରେ ଦେଖା ଯାଇଛି ଆନ୍ଥ୍ରାକ୍ସ ଭୟ।  ଜିଲ୍ଲାର ଦଶମନ୍ତପୁର ବ୍ଲକ ଲୁଲା ପଞ୍ଚାୟତ ଅଧିନସ୍ଥ ତେନ୍ତୁଳି ଖୁଣ୍ଟି ଗାଁରେ ଦୁଇ ଜଣ ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ମଲା ଗାଈର ମାଂସ ଖାଇ ଆନ୍ଥ୍ରାସ୍କ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।

Advertisment

ତେନ୍ତୁଳିଖୁଣ୍ଟି ଗାଁରେ ଏବେ ଗୋରୁ ମଡକ ଚାଲିଛି। ଲୋକେ ମଲା ଗାଈର ମାଂସକୁ ମାରି ଖାଉଥିବା ଜଣାପଡ଼ିଛି। ଅନ୍ୟ ପଟେ ଚିକିତ୍ସା ଓ ସଚେତନତା ସୃଷ୍ଟି କରିବା ଲାଗି ସ୍ୱାସ୍ଥ୍ୟ ବିଭାଗର ଟିମ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

କୋରାପୁଟ ସିଡିଏମଓ ‌ଅରୁଣ କୁମାର ପଣ୍ଡା କହିଛନ୍ତି, ତେନ୍ତୁଳିଖୁଣ୍ଟି ଗାଁରେ ଦୁଇଟି ଆନ୍ଥ୍ରାକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ମେଡିସିନ୍‌ ଦିଆଯାଇଛି। ଏଥିପାଇଁ ଗାଁରେ ହେଲଥ କ୍ୟାମ୍ପ କରାଯିବ। ଏହି କ୍ୟାମ୍ପରେ ଏକ ଡାକ୍ତର ଟିମ୍‌ ଓ ପାରାମେଡିକାଲ ଷ୍ଟାପ  ରହିବେ। ଘର ଘର ବୋଲି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ। ଦୁଇ ଜଣ ନୂଆ ଅନ୍ଥାସ୍କ ଆକ୍ରାନ୍ତ ସ୍ପଷ୍ଟ ହେବା ପରେ ଗାଁରେ ସଚେତନତା କରାଯାଇଛି।  

Advertisment

ବିଭିନ୍ନ ଜାଗାରେ ସଫା ସୁତୁରା ରଖିବା ସହ ଗୋ ମାଂସ ଖାଇବାକୁ ବାରଣ କରାଯାଇଛି ବୋଲି ସିଡିଏମଓ କହିଛନ୍ତି।

Koraput Anthrax
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe