Advertisment

ଘର ଭିତରୁ ମା’ ଓ ୨ ବର୍ଷ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର

ପଦ୍ମା ଓ ତାଙ୍କ ଝିଅଙ୍କ ମୃତଦେହ ନିଜ ଘରେ ଝୁଲି ରହିଥିବା ଆଜି ସକାଳେ ପଡ଼ୋଶୀ ଦେଖିଥିଲେ।

ଅଦ୍ୟତନ ହୋଇଛି
Lacchamani village

Lacchamani village

Advertisment

ଏକ ଘର ଭିତରୁ ମା’ ଓ ୨ ବର୍ଷ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅନ୍ତର୍ଗତ ଲଚ୍ଛମଣି ଗାଁରେ। ମୃତକମାନେ ହେଲେ ପଦ୍ମା ସାଉନ୍ତା ଓ ତାଙ୍କ ଝିଅ ମେରିଓମ ସାଉନ୍ତା।

Advertisment

ପଦ୍ମା ଓ ତାଙ୍କ ଝିଅଙ୍କ ମୃତଦେହ ଘରେ ଝୁଲି ରହିଥିବା ଆଜି ସକାଳେ ପଡ଼ୋଶୀମାନେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଛି। ଏହି ସମୟରେ ପଦ୍ମାଙ୍କ ଘରେ କେହି ନଥିଲେ। ତାଙ୍କ ସ୍ୱାମୀ କାମକୁ ବାହାରକୁ ଯାଇଥିଲେ।  

ପଦ୍ମା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। ପାରିବାରିକ କଳହ ଯୋଗୁ ପଦ୍ମା ଓ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍‌ ଘଟଣାର ତଦନ୍ତ କରୁଛି।

Advertisment
Deadbody Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe