Advertisment

ଭୋଟ ଦେବାକୁ ଗାଁକୁ ଯାଉଥିଲେ, ଗଛରେ ପିଟି ହେଲା ବୋଲେରୋ

ଲମତାପୁଟ(ଜଗତଜୀବନ):  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେର ଗଛରେ ପିଟି  ହେବାରୁ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ଲମତାପୁଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି । ଆହତ ବ୍ୟକ୍ତିମାନେ ବିଶାଖାପାଟଣା ଜିଲା ଝାଡପା ଗାଁର ବୋଲି ଜଣାପଡିଛି । ସେମାନେ ଝାରସୁଗୁଡା କୋଲଡ଼ ମାଇନିଂରେ ଇଲେକ୍ଟ୍ରିକାଲ ଭାବରେ […]

author-image
Niharika Rout
ଅଦ୍ୟତନ ହୋଇଛି
ଭୋଟ ଦେବାକୁ ଗାଁକୁ ଯାଉଥିଲେ, ଗଛରେ ପିଟି ହେଲା ବୋଲେରୋ

bolero-2

ଲମତାପୁଟ(ଜଗତଜୀବନ):  କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ କାଡ଼ାମ ଖେନ୍ଦା ଛକ ନିକଟରେ ଆଜି ଭୋରରୁ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ବୋଲେର ଗଛରେ ପିଟି  ହେବାରୁ ୪ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ପ୍ରଥମେ ଲମତାପୁଟ ସ୍ଵାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ନିମନ୍ତେ ବିଶାଖାପାଟଣାକୁ ସ୍ଥାନାନ୍ତର କରାଯାଇଛି ।

Advertisment

[caption id="attachment_618769" align="alignnone" width="650"]accident ଗୁରୁତରଙ୍କୁ ଉଦ୍ଧାର ନିମନ୍ତେ ଆମ୍ବୁଲାନ୍ସ ପହଞ୍ଚିଛି।[/caption]

ଆହତ ବ୍ୟକ୍ତିମାନେ ବିଶାଖାପାଟଣା ଜିଲା ଝାଡପା ଗାଁର ବୋଲି ଜଣାପଡିଛି । ସେମାନେ ଝାରସୁଗୁଡା କୋଲଡ଼ ମାଇନିଂରେ ଇଲେକ୍ଟ୍ରିକାଲ ଭାବରେ କାମ କରୁଥିଲେ ।  ପଞ୍ଚାୟତ ନିର୍ବାଚନ ଥିବାରୁ ଏକ ବୋଲେରରେ ୯ଜଣ ଘରକୁ ଫେରୁଥିଲେ। ମାତ୍ର  କାଡ଼ାମ ଛକ ନିକଟରେ ଭାରସାମ୍ୟ ହରାଇ ଗାଡ଼ିଟି ଗଛରେ ପିଟି ହୋଇ ଯାଇଥିଲା।   ଖବର ପାଇ ସଙ୍ଗେ ସଙ୍ଗେ ପୁଲିସ୍‌ ପହଞ୍ଚି ଗୂରୁତରଙ୍କୁ ଆମ୍ବୁଲାନ୍ସରେ ମେଡିକାଲ ପଠାଇଥିଲା।

Advertisment