Advertisment

ସିନ୍ଧିପୁଟ ନଦୀ ଘାଟରେ ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଲେ ଅନୁମତି

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସ୍ଥିତ କୋଲାବ ଜଳ ଭଣ୍ଡାର ଉପର ପାର୍ଶ୍ୱ ସିନ୍ଧିପୁଟ ନଦୀ ଘାଟରେ ନିର୍ମାଣ ହେବ ବ୍ରିଜ୍। ଏନେଇ ସିନ୍ଧିପୁଟ ନଦୀଘାଟ ପରିସର ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ବ୍ରିଜ୍ ହେବା ନେଇ ଅନୁମତି ମିଳିଛି। ଦୀର୍ଘ ବର୍ଷ ହେଲା ଲମତାପୁଟ ବ୍ଲକର ୪ଗୋଟି ଗ୍ରାମ ପଞ୍ଚାୟତବାସୀ ସିନ୍ଧିପୁଟ ନଦୀଘାଟରେ ଡଙ୍ଗା ପାରି ହୋଇ ବ୍ଲକ, ତହସିଲ, ଡାକ୍ତଖାନା, କଲେଜ, ସାପ୍ତାହିକ […]

ସିନ୍ଧିପୁଟ ନଦୀ ଘାଟରେ ବ୍ରିଜ୍ ନିର୍ମାଣ ପାଇଁ ରାଜ୍ୟ ସରକାର ଦେଲେ ଅନୁମତି

kolab

Advertisment

କୋରାପୁଟ (ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ସ୍ଥିତ କୋଲାବ ଜଳ ଭଣ୍ଡାର ଉପର ପାର୍ଶ୍ୱ ସିନ୍ଧିପୁଟ ନଦୀ ଘାଟରେ ନିର୍ମାଣ ହେବ ବ୍ରିଜ୍। ଏନେଇ ସିନ୍ଧିପୁଟ ନଦୀଘାଟ ପରିସର ମଧ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକ ପରେ ବ୍ରିଜ୍ ହେବା ନେଇ ଅନୁମତି ମିଳିଛି।

Advertisment

ଦୀର୍ଘ ବର୍ଷ ହେଲା ଲମତାପୁଟ ବ୍ଲକର ୪ଗୋଟି ଗ୍ରାମ ପଞ୍ଚାୟତବାସୀ ସିନ୍ଧିପୁଟ ନଦୀଘାଟରେ ଡଙ୍ଗା ପାରି ହୋଇ ବ୍ଲକ, ତହସିଲ, ଡାକ୍ତଖାନା, କଲେଜ, ସାପ୍ତାହିକ ହାଟ ଯାଇଥାନ୍ତି। ହେଲେ ଡଙ୍ଗାରେ ଯାତାୟତ ସମୟରେ ନାନା ସମସ୍ୟା ସୃଷ୍ଟି ହେଉଥିବା ନେଇ ବିଛିନାଞ୍ଚଳବାସୀ ରାଜ୍ୟ ସରକାରଙ୍କ ନିକଟରେ ଦାବି କରି ଆସୁଥିଲେ।

ତେବେ ବିଳମ୍ବରେ ହେଉ ପଛେ ରାଜ୍ୟ ସରକାର ସିନ୍ଧିପୁଟ ନଦୀଘାଟରେ ବ୍ରିଜ ନିର୍ମାଣ ପାଇଁ ସବୁଜ ସଙ୍କେତ ଦେଇଛନ୍ତି। ବ୍ରିଜ ନିର୍ମାଣ ହେଲେ ୪ଟି ପଞ୍ଚାୟତର ୨୦ ହଜାର ଜନସାଧାରଣ ଉପକୃତ ହେବା ସହ ନନ୍ଦପୁର ଓ କୋରାପୁଟ ବ୍ଲକ ଉପକୃତ ହେବେ ବୋଲି ବିହନ ନିଗମ ଅଧକ୍ଷ ପ୍ରକାଶ କରିଛନ୍ତି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe