/odisha-reporter/media/post_attachments/uploads/2020/03/bsnl222.jpg)
bsnl222
ନାରାୟଣପାଟଣା (ଓଡ଼ିଶା ରିପୋର୍ଟର) ଦିନେ କି ଦୁଇ ଦିନ ନୁହେଁ। ମାସର ୧୦ରୁ ୧୫ ଦିନ ଅଚଳ ହୋଇଯାଉଛି ବିଏସଏନଏଲ ସେବା। କୋରାପୁଟ ଜିଲ୍ଲାର ନାରାୟଣପାଟଣା ଓ ବନ୍ଧୁଗାଁ ବ୍ଲକରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ଲଗାତାର ବିଏସଏନଏଲ ସେବା ବ୍ୟାହତ ହେଉଥିବାରୁ ଅନଲାଇନ୍ କାରବାର ଠପ୍ ହୋଇଯାଉଥିବା ଅଭିଯୋଗ ଆଣିଛନ୍ତି ଲୋକେ । ଲକ୍ଷ୍ମୀପୁରଠାରୁ ନାରାୟଣପାଟଣା ଘାଟି ପାହାଡ ଦେଇ ବିଛାଯାଇଥିବା କେବୁଲ ରାସ୍ତା ଉପରେ ପଡିରହୁଥିବାରୁ କେହି ଦୁର୍ବୃତ୍ତ ସେଗୁଡିକୁ କାଟି ଦେଉଥିବା ଅଭିଯୋଗ ହେଉଛି ।
Advertisment
କେବୁଲଟି ମାଟିତଳେ ପୋତିବା ନିୟମ ଥିବାବେଳେ ରାସ୍ତା ନିର୍ମାଣ ବେଳେ ଏଗୁଡିକୁ ଠିକାସଂସ୍ଥା ବାହାର କରି ଛାଡି ଚାଲିଯାଉଛନ୍ତି । ବିଏସଏନଏଲ ଅଧିକାରୀ ବି କେବୁଲ ପୋତିବା ଦିଗରେ ଆଗ୍ରହ ପ୍ରକାଶ କରୁନଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ତହସିଲଦାର ଏନେଇ ବିଏସଏନଏଲ ଡିଜିଏମଙ୍କ ଦୃଷ୍ଟିକୁ ନେଇଥିବା କହିଛନ୍ତି । ସେପଟେ ଘଟଣା ନେଇ ବିଏସଏନଏଲ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
